Advertisment

Trump Announces Plan: ଭେନେଜୁଏଲାର ତେଲ ଖଣି ଉପରେ ଆଖି, ୫ କୋଟି ବ୍ୟାରେଲ ତେଲ କିଣିବ ଆମେରିକା

ସାମରିକ କାର୍ଯ୍ୟାନୁଷ୍ଠାନରେ ଭେନଜୁଏଲର ରାଷ୍ଟ୍ରପତିଙ୍କୁ ଗିରଫ କରି ଏବେ ଆମେରିକା ତା’ର ତେଲ କିଣିବ। ତା’ଠୁ ପ୍ରାୟ ୩ ରୁ ୫ କୋଟି ବ୍ୟାରେଲ ତେଲ ଆଣିବାକୁ ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି।

author-image
Madhupriya Mistry
Trump on Venezuela

Trump on Venezuela Photograph: (OTV)

ଯାହା ଚର୍ଚ୍ଚା ହେଉଥିଲା ତାହା ସତ ହେବାକୁ ଯାଉଛି। ଆକ୍ରମଣ ପରେ ଏବେ ଭେନଜୁଏଲର ତେଲ ଖଣି ଉପରେ ଆଖି ପକାଇଛି ଆମେରିକା। ସାମରିକ କାର୍ଯ୍ୟାନୁଷ୍ଠାନରେ ଭେନଜୁଏଲର ରାଷ୍ଟ୍ରପତିଙ୍କୁ ଗିରଫ କରି ଏବେ ଆମେରିକା ତା’ର ତେଲ କିଣିବ। ତା’ଠୁ ପ୍ରାୟ ୩ ରୁ ୫ କୋଟି ବ୍ୟାରେଲ ତେଲ ଆଣିବାକୁ ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି। ଏହାକୁ ବଜାର ମୂଲ୍ୟରେ ଆମେରିକା ବିକ୍ରି କରିବ। ସେଥିରୁ ଯାହା ରୋଜଗାର ହେବା ତା’ ଉପରେ ବି ରହିବ ଟ୍ରମ୍ପଙ୍କ ନିୟନ୍ତ୍ରଣ। ସୋସିଆଲ ମିଡିଆ ଆକାଉଣ୍ଟ ଟ୍ରୁଥରେ ଏନେଇ ଖୋଦ୍ ଘୋଷଣା କରିଛନ୍ତିଡୋନାଲ୍ଡ ଟ୍ରମ୍ପ।

Advertisment

ମଙ୍ଗଳବାର ଟ୍ରମ୍ପ ଘୋଷଣା କରିଛନ୍ତି, ଭେନଜୁଏଲା ଠାରୁ ବେଷ୍ଟ କ୍ବାଲିଟିର ତେଲ ବଜାର ମୂଲ୍ୟରେ କିଣାଯିବ। ଶକ୍ତି ସଚିବ କ୍ରିସ୍ ରାଇଟଙ୍କୁ ତେଲ କିଣିବା ନେଇ କୁହାସରିଛି । ଖୁବ୍ ଶୀଘ୍ର ଏନେଇ ଯୋଜନା ପ୍ରସ୍ତୁତ ହେବ । ଜାହାଜରେ ଭେନେଜୁଏଲାରୁ ତେଲ ଆମେରିକା ଆସିବ । ଏହାପରେ ସିଧାସଳଖ ଆମେରିକାର ଅନଲୋଡିଂ ଡକକୁ ଅଣାଯିବ। ଏଥିରୁ ଯାହା ଟଙ୍କା ମିଳିବ ତାହା ଭେନେଜୁଏଲା ଏବଂ ଆମେରିକୀୟଙ୍କ ବିକାଶ ପାଇଁ ବ୍ୟବହାର କରାଯିବ।

ଗତ ୩ ତାରିଖରେ ଭେନଜୁଏଲା ଉପରେ ଏୟାର ଷ୍ଟ୍ରାଇକ କରିଥିଲା ଆମେରିକା। ରାଜଧାନୀ କାରାକାସରେ ପଶି ଭେନଜୁଏଲା ରାଷ୍ଟ୍ରପତି ନିକୋଲାସ ମାଦୁରୋ ଓ ତାଙ୍କ ପତ୍ନୀ ସିଲିଆ ଫ୍ଲୋରେସଙ୍କୁ ବନ୍ଦି କରି ନ୍ୟୁୟର୍କ ଆଣିଥିଲେ ଆମେରିକା ସେନା। ଏହି ଆକ୍ରମଣରେ ଅତି କମରେ ୨୪ ଜଣ ଭେନେଜୁଏଲାର ସୁରକ୍ଷା ଅଧିକାରୀ ନିହତ ହୋଇଥିଲେ। ହା ପୂର୍ବରୁ ଟ୍ରମ୍ପ ମାଦୁରୋଙ୍କୁ ଆତ୍ମସମର୍ପଣ କରିବାକୁ ଚେତାଇଥିଲେ। ହେଲେ ସେ ଆତ୍ମସମର୍ପଣ ନ କରିବାରୁ ତାଙ୍କୁ ଗିରଫ କରାଯାଇଛି ବୋଲି ଟ୍ରମ୍ପ କହିଥିଲେ।

Advertisment

ଭେନଜୁଏଲା ଓ ତା’ର ତେଲ ଭଣ୍ଡାର ଦଖଲ ପରେ ଏବେ ଟ୍ରମ୍ପଙ୍କ ନଜର ବିଶ୍ବର ସବୁଠୁ ବଡ଼ ଦ୍ବୀପ ଗ୍ରୀନଫିଲ୍ଡ ଉପରେ ରହିଛି। ଭେନେଜୁଏଲାର ନେତା ନିକୋଲାସ୍ ମାଦୁରୋଙ୍କୁ ବନ୍ଦୀ କରିବା ପରେ ସେ ନିଜକଥା ଦୋହରାଇଛନ୍ତି। ସେ ମେକ୍ସିକୋ, କ୍ୟୁବା ଓ କଲମ୍ବିଆ ବିଷୟରେ ‘କିଛି କରିବାକୁ ପଡିବ’ ବୋଲି ଚେତାବନୀ ଦେଇଛନ୍ତି।ଏଥିରୁ ଭିତରେ ଭିତରେ ଟ୍ରମ୍ପ ସାଂଘାତିକ ପ୍ଲାନ ରଚୁଥିବା ଅନୁମାନ କରାଯାଉଛି।

Donald Trump Petrol America Oil America Air Strike Venezuela
Advertisment
Related Articles
Advertisment