Advertisment

Talibans Public Execution: ଚାହିଁଥାନ୍ତି ୮୦ ହଜାର ଲୋକ, ସମସ୍ତଙ୍କ ସାମ୍ନାରେ ମିଳିଲା ମୃତ୍ୟୁଦଣ୍ଡ

ମୃତ ଅପରାଧୀର ନାଁ ମଙ୍ଗଲ । ସେ ଗୋଟିଏ ପରିବାରର ୧୩ ଜଣଙ୍କୁ ହତ୍ୟା କରିଥିଲା। ପ୍ରଥମେ ତା’କୁ ଆଫଗାନ ସୁପ୍ରିମକୋର୍ଟ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରିଥିଲେ। ଏହାପରେ ମୃତ୍ୟୁଦଣ୍ଡକୁ ସର୍ବସମ୍ମୁଖରେ କାର୍ଯ୍ୟକାରୀ କରିବାକୁ ଅନୁମତି ଦେଇଥିଲେ ତାଲିବାନର ସୁପ୍ରିମ ଲିଡର ।

author-image
Manas Ranjan Mohanty
Afganistan-Execution-in-stadium

Afganistan-Execution-in-stadium Photograph: (OTV)

ଆଫଗାନିସ୍ତାନରେ ଜଣେ ହତ୍ୟା ଅପରାଧିକୁ ଏମିତି ମୃତ୍ୟୁଦଣ୍ଡ ମିଳିଛି ଯାହାକୁ କେହି କେବେ ଦେଖିନଥିବେ । ଏକ ଷ୍ଟାଡିୟମ ଭିତରେ ହୋଇଥିଲା ମୃତ୍ୟୁଦଣ୍ଡର ବ୍ୟବସ୍ଥା । ରୁଣ୍ଡ ହୋଇଥିଲେ ୮୦ ହଜାର ଲୋକ । ଆଉ ସର୍ବସମ୍ମୁଖରେ ଅପରାଧିକୁ ଗୁଳି କରି ମୃତ୍ୟୁଦଣ୍ଡ ଦେଇଥିଲା ଜଣେ ୧୩ ବର୍ଷର ପିଲା । 

Advertisment

ମୃତ ଅପରାଧୀର ନାଁ ମଙ୍ଗଲ । ସେ ଗୋଟିଏ ପରିବାରର ୧୩ ଜଣଙ୍କୁ ହତ୍ୟା କରିଥିଲା। ପ୍ରଥମେ ତା’କୁ ଆଫଗାନ ସୁପ୍ରିମକୋର୍ଟ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରିଥିଲେ। ଏହାପରେ ମୃତ୍ୟୁଦଣ୍ଡକୁ ସର୍ବସମ୍ମୁଖରେ କାର୍ଯ୍ୟକାରୀ କରିବାକୁ ଅନୁମତି ଦେଇଥିଲେ ତାଲିବାନର ସୁପ୍ରିମ ଲିଡର । ତାଙ୍କ ଅନୁମତି ପରେ ମଙ୍ଗଳବାର ଖୋସ୍ତ ଷ୍ଟାଡିୟମ ଭିତରେ କାର୍ଯ୍ୟକାରୀ ହୋଇଥିଲା ମୃତ୍ୟୁଦଣ୍ଡ । ପୀଡିତ ପରିବାରର ଜଣେ ୧୩ ବର୍ଷର ପିଲାକୁ ଗୁଳି କରିବାକୁ କୁହାଯାଇଥିଲା । ସର୍ବସମ୍ମୁଖରେ ଅପରାଧୀକୁ ୫ ରାଉଣ୍ଡ ଗୁଳି କରିଥିଲା ପିଲାଟି । ଯାହାର ଭିଡିଓ ସୋସିଆଲ ମିଡିଆରେ ହେଉଛି ଭାଇରାଲ ।

ଏପରି ମୃତ୍ୟୁଦଣ୍ଡକୁ ଅନ୍ତର୍ଜାତୀୟ ସ୍ତରରେ ନିନ୍ଦା କରାଯାଇଛି । ମିଳିତ ଜାତିସଂଘର ରିଚାର୍ଡ ବେନ୍ନେଟ ଏହାକୁ ଅମାବୀୟ ଓ ଅନ୍ତର୍ଜାତୀୟ ଆଇନ ବିରୋଧୀ ବୋଲି କହିଛନ୍ତି । ୨୦୨୧ରେ ଆଫଗାନିସ୍ତାରେ ତାଲିବାନୀ ଶାସନ ପରଠୁ ୧୧ ଜଣଙ୍କୁ ମୃତ୍ୟୁଦଣ୍ଡ ମିଳିସାରିଲାଣି ।

Advertisment
Advertisment