/odishatv-khabar/media/media_files/2025/12/03/big-issue-bangladesi-2025-12-03-19-54-20.jpg)
BIG-ISSUE-BANGLADESI Photograph: (OTV)
କି ଦିନ କି ରାତି, ଓଡ଼ିଶାକୁ ଅବୈଧ ବାଂଲାଦେଶୀ ମୁକ୍ତ କରିବାକୁ ପୂରା ଜୋସରେ ପୋଲିସ। ବାଂଲାଦେଶୀଙ୍କ ସେଲଟର ହୋମ ପାଲଟିଥିବା ଜଗତସିଂହପୁରରେ ପୁଣି ରାତିଅଧିଆ ଚଢାଉ। ଗତକାଲି ବିଳମ୍ବିତ ରାତିରେ ତରିକୁନ୍ଦ ଓ ଦରିଆପୁର ଗାଁରେ ଛାନଭିନ କରିଥିଲା ଗୋଟିଏ ପ୍ଲାଟୁନ୍ ଫୋର୍ସ। ବସ୍ତିରେ ଥିବା ଏକ ମଦ୍ରାସାରେ କିଛି ବାଂଲାଦେଶୀ ଥିବା ଖବର ପାଇ ଅତିରିକ୍ତ ଏସପି ଓ ଏସ୍ଡିପିଓଙ୍କ ନେତୃତ୍ବରେ ରେଡ୍ ହୋଇଥିଲା। ସନ୍ଦେହକୁ ଆସିଥିବା ୨୦ରୁ ଅଧିକ ସନ୍ଦିଗ୍ଧ ବାଂଲାଦେଶୀଙ୍କୁ ଉଠାଇନେଇଛି ପୋଲିସ। ଘଟଣାସ୍ଥଳରୁ ୧୦ରୁ ଅଧିକ ସନ୍ଦିଗ୍ଧ ଖସି ପଳାଇଥିବା ସୂଚନା ମିଳିଛି। ସେପଟେ ଭଦ୍ରକ ବାସୁଦେବପୁରରେ ବି ବାଂଲାଦେଶୀ ହଟାଅ ଅଭିଯାନ ଜୋରଦାର୍। ୮ ଜଣଙ୍କୁ ଅଟକ ରଖିଛି ପୋଲିସ।
କେବଳ ଉପକୂଳ ନୁହେଁ, ବାଂଲାଦେଶୀ ଧରପଗଡ଼ରୁ ବାଦ୍ ପଡ଼ିନି ରାଜଧାନୀ। ଭୁବନେଶ୍ବରରେ କେତେ ଅବୈଧ ବାଂଲାଦେଶୀ ଅଛନ୍ତି ଓ କେଉଁଠି ରହୁଛନ୍ତି ତାହାର ଟିକିନିଖି ହିସାବ କରୁଛି କମିଶନରେଟ୍ ପୋଲିସ। ଏଥିପାଇଁ ଡିସିପି ଲେବୁଲର ଜଣେ ଅଫିସରଙ୍କ ନେତୃତ୍ବରେ ଏକ ସ୍ପେଶାଲ୍ ଟିମ୍ ଗଠନ ହୋଇଛି। ସେପଟେ କଟକ ବାରଙ୍ଗ ଅଞ୍ଚଳରେ ବାଂଲାଦେଶୀ ଆଡ୍ଡା ଜମାଇଥିବା ଖବର ସାମ୍ନାକୁ ଆସିଛି।
ବେପାର କରିବା ବାହାନାରେ ଦାଢାପାଟଣା ଓ ଶ୍ରୀବନ୍ତପୁର ପଞ୍ଚାୟତର ବହୁ ସରକାରୀ ଜମିକୁ ଜବରଦଖଲ କରି ପରିଚୟ ଲୁଚାଇ ରହୁଛନ୍ତି ବାଂଲାଦେଶୀ। ଅନେକ ସ୍ଥାନୀୟ ଭୋଟର ହେବାକୁ ବି ଉଦ୍ୟମ ଚଳାଇଥିବା ଜଣାପଡ଼ିଛି।...
ଏପଟେ ଅନୁପ୍ରବେଶକାରୀ ବାଂଲାଦେଶୀଙ୍କୁ ନେଇ ବିଧାନସଭା ସରଗରମ। ଶୂନ୍ୟକାଳରେ ବାଂଲାଦେଶୀ ପ୍ରସଙ୍ଗ ଉଠାଇ ସେମାନଙ୍କ ଅସାମାଜିକ କାର୍ଯ୍ୟକଳାପର ମୁଖା ଖୋଲିଛନ୍ତି ବିଜେପି ବିଧାୟକ ସନାତନ ବିଜୁଳି। କହିଛନ୍ତି, ଫେରିବାଲା ଓ ବେପାରୀ ନାଁରେ ଆସି ଜବରଦଖଲଠାରୁ ଆରମ୍ଭ କରି ଗୋଚାଲାଣ, ଲଭ୍ ଜିହାଦ ଭଳି ଅପରାଧିକ ଓ ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ଅଛନ୍ତି ବାଂଲାଦେଶୀ। ସବୁ ଜିଲ୍ଲାରେ ବାଂଲାଦେଶୀ ମୁକ୍ତ ଅଭିଯାନକୁ ତ୍ବରିତ କରିବାକୁ ବାଚସ୍ପତିଙ୍କ ରୁଲିଂ ଦାବି କରିଛନ୍ତି ସନାତନ।...
ବିଧାନସଭାରେ ମୁଖ୍ୟମନ୍ତ୍ରୀ ରଖିଥିବା ଲିଖିତ ଉତ୍ତର ଅନୁସାରେ, ବର୍ତ୍ତମାନ ସୁଦ୍ଧା ୧୭ଶହ ୬୮ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଯାଞ୍ଚ କରାଯାଇଛି। ସେଥିରୁ ଚିହ୍ନଟ ହୋଇଥିବା ୫୧ ବାଂଲାଦେଶୀଙ୍କ ମଧ୍ୟରୁ ୪୯ ଜଣଙ୍କୁ ବାଂଲାଦେଶକୁ ବିଦା କରାଗଲାଣି। ବାଂଲାଦେଶୀଙ୍କୁ ଚିହ୍ନଟ ଓ ଦେଶାନ୍ତର ତଡ଼ିପାର ପ୍ରକ୍ରିୟାକୁ ଅଧିକ ତ୍ବରାନ୍ବିତ ଓ ତଦାରଖ କରିବାକୁ ଗୁଇନ୍ଦା ବିଭାଗ ବରିଷ୍ଠ ଅଧିକାରୀମାନେ ସମ୍ଭାବ୍ୟ ଅବୈଧ ବାଂଲାଦେଶୀ ଅନୁପ୍ରବେଶ ଜିଲ୍ଲାଗୁଡ଼ିକୁ ଲଗାତାର ପରିଦର୍ଶନ କରୁଛନ୍ତି।
The Untold Truth: ମାତ୍ର ୫ ମିନିଟ ସମୟ ଦେଲେ, ଲେଖା ହୋଇଗଲା ଇତିହାସ...ଜାଣନ୍ତୁ ପୁରା ଘଟଣା

Young Hearts Timeless Art: ଆପଣ ବି କହିବେ ସାବାସ୍ ! ମନ ମୋହୁଛି ସ୍କୁଲ୍ ସାରଙ୍କ ନାଚ ଶିକ୍ଷା

Brutal Murder: ସ୍ତ୍ରୀକୁ ମାରିଦେଲା ଆଉ ସେଲଫି ନେଇ ପୋଷ୍ଟ କଲା , କିଭଳି ମଣିଷ ?

Rejected Love Turns Violent: ବୟଫ୍ରେଣ୍ଡ୍ ଗୁଳିମାରିଲା, ଗର୍ଲଫ୍ରେଣ୍ଡର ଖପୁରି ଉଡ଼ିଲା ! ମୋର ହେବୁନି ତ କାହାର ହେବାକୁ ଦେବିନି

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)