/odishatv-khabar/media/media_files/2025/09/25/ragasa-super-cyolne-2025-09-25-14-01-01.jpg)
RAGASA SUPER CYOLNE Photograph: (OTV)
ସୁପର ଟାଇଫୁନ୍ ରାଗାସା ପାଇଁ ବିପର୍ଯ୍ୟସ୍ତ ପରିସ୍ଥିତି । ଚୀନର ଗୁଆଙ୍ଗଡଙ୍ଗ ସମୁଦ୍ର ତଟରେ ସନ୍ଧ୍ୟା ସମୟରେ ପ୍ରବେଶ କରିବାର ଆଶଙ୍କା । ତାଇୱାନର ହୁଆଲିଏନ୍ କାଉଣ୍ଟିରେ ଏକ ପୁରୁଣା ହ୍ରଦ ବାରିକେଟ ଭାଙ୍ଗିଯିବାରୁ ୧୫ରୁ ଉର୍ଦ୍ଦ୍ବ ଲୋକଙ୍କର ମୃତ୍ୟ ହୋଇଯାଇଥିବେଳେ ୧ ୮ ଜଣ ଆହତ ହୋଇଥିବାର ଜଣାପଡିଛି ।
ଏହା ପୂର୍ବରୁ ଫିଲିପାଇନର ଉତ୍ତର ଅଞ୍ଚଳରୁ ୨ ଜଣଙ୍କର ମୃତ୍ୟୁ ହୋଇସାରିଛି । ଦକ୍ଷିଣ ଚୀନର ୟାଙ୍ଗଜିଆଙ୍ଗ ନିକଟରେ ସନ୍ଧ୍ୟା ୫ ଟା ବେଳକୁ ଟାଇଫୁନ୍ ଭୂମିକୁ ସ୍ପର୍ଶ କଲା ପରେ ଘଣ୍ଟା ପ୍ରତି ୧୪୪ କିମି ବେଗରେ ପବନ ବହିଛି ।
ଭୟଙ୍କର ପରିସ୍ଥିତି
ହଂକଂରେ ବିପଯ୍ୟସ୍ତ ପରିସ୍ଥିତି । ରାସ୍ତାରେ ବଡ ବଡ ଗଛ ପଡିରହିଛି, ହୋଟେଲରେ ପାଣି ପଶିଯାଇଛି । ମାକାଉରେ ବିଦ୍ୟୁତ ସେବା ବନ୍ଦ ,ବନ୍ୟା ଯୋଗଁ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି
ଚୀନର ଗୁଆଙ୍ଗଡଙ୍ଗ କୋଷ୍ଟ ଜୁହାଇ ଠାରୁ ଜାନ୍ସିଆଙ୍ଗ ପର୍ଯ୍ୟନ୍ତ ଟାଇଫୁନ ପ୍ରବେଶ କରିବା ଆଶଙ୍କା କରାଯାଇଛି । ଏହାର ପ୍ରଭାବରେ ୧୦ ଟି ସହରରେ ସ୍କୁଲ ଓ ବ୍ୟବସାୟିକ ସଂସ୍ଥାଗୁଡିକ ବନ୍ଦ କରାଯାଇଛି । ଜୁହାଇରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇଛି ।
ତାଇୱାନରୁ ଆରମ୍ଭ କରି ଚୀନର ଗୁଆଙ୍ଗଡଙ୍ଗ କୋଷ୍ଟ ପର୍ଯ୍ୟନ୍ତ ସୁପର ଟାଇଫୁନ୍ ରାଗାସା ପୂର୍ବ ଏସିଆରେ ତାଣ୍ଡବ ରଚୁଛି । ସହର ଏବଂ ଗାଁରେ ରହୁଥିବା ଲେକାମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ହଂକଂ ଇଣ୍ଟରନାଶନାଲ ଏୟାରପୋର୍ଟରେ ଶତାଧିକ ଫ୍ଲାଇଟ୍ କ୍ୟାନସଲ୍ ହୋଇଯାଇଛି । ରାଗାସା ରଚୁଛି ତାଣ୍ଡବ ଆଉ ସେଥିପାଇଁ ଧନ ଜୀବନ ହେଉଛି ଅସ୍ତବ୍ୟସ୍ତ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)





/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)