Advertisment

Deserved to die: ସବୁ ଯୌନ ଅପରାଧୀ ମରିବା ଯୋଗ୍ୟ!

ବରୁଣ ସୁରେଶଙ୍କୁ ପଚରାଉଚରା ସମୟରେ କହିଥିଲେ ଯେ ସମସ୍ତ ଯୌନ ଅପରାଧୀ ମରିବା ଯୋଗ୍ୟ ଏବଂ କୋର୍ଟର ଡକ୍ୟୁମେଣ୍ଟ ଅନୁଯାୟୀ, ସେ ବହୁତ ଦିନ ଧରି ଜଣେ ଯୌନ ଅପରାଧୀଙ୍କୁ ହତ୍ୟା କରିବାକୁ ଚାହୁଁଥିଲେ।

author-image
Chinmayee Sahoo
Die

Die Photograph: (OTV)

ସବୁ ଯୌନ ଅପରାଧୀ ମରିବା ଯୋଗ୍ୟ। ଜଣେ ଯୌନ ଅପରାଧୀଙ୍କୁ ହତ୍ୟା କରିବା ପରେ ଏକ ହତ୍ୟାକାରୀ ଏଭଳି ବୟାନ ରଖିଛି। ଆମେରିକାରେ ଜଣେ ଭାରତୀୟ ବ୍ୟକ୍ତି ଜଣେ ଯୌନ ଅପରାଧୀଙ୍କୁ ହତ୍ୟା କରିବା ପରେ ପୋଲିସ ପଚରାଉଚରା କରିବା ବେଳେ ସେ ଏହା କହିଛି। 
ହତ୍ୟାକାରୀ ଜଣକ ହେଉଛନ୍ତି ବରୁଣ ସୁରେଶ (୨୯)। ସେ ଭାରତୀୟ ହୋଇଥିବା ବେଳେ ଆମେରିକାରେ ରହୁଥିଲେ। ବରୁଣ ଏକ ସାର୍ବଜନୀନ ଯୌନ ଅପରାଧୀ ରେଜିଷ୍ଟ୍ରିରେ କୋର୍ଟ ଡକ୍ୟୁମେଣ୍ଟ ଅନୁସାରେ ଡେଭିଡ୍ ବ୍ରିମର୍ (୭୧) ଙ୍କ ନାଁ ଦେଖିଥିଲେ। ତାପରେ ସେ ତାଙ୍କୁ ହତ୍ୟା କରିଥିଲେ। ଏହି ଘଟଣା ଫ୍ରେମଣ୍ଟ ସହରରେ ରହୁଥିବା ଡେଭିଡ୍ ବ୍ରିମରଙ୍କ ବାସଭବନରେ ଘଟିଛି। ପୋଲିସ୍ ପହଞ୍ଚି ଘଟଣାସ୍ଥଳରୁ ବ୍ରିମରଙ୍କ ମୃତଦେହ ଉଦ୍ଧାର କରିଥିଲା। ଏହା ପରେ ସୁରେଶଙ୍କୁ ମଧ୍ୟ ହେପାଜତକୁ ନିଆଯାଇଥିଲା।
ବ୍ରିମର କ୍ୟାଲିଫର୍ଣ୍ଣିଆର ମେଗାନ୍‌ସ୍ ଲ’ ଓ୍ୱେବସାଇଟ୍‌ରେ ଯୌନ ଅପରାଧୀ ଭାବେ ତାଲିକାଭୁକ୍ତ ଥିଲେ ଏବଂ ଏକ ଶିଶୁକୁ ଦୁର୍ବ୍ୟବହାର କରିବା ପାଇଁ ନଅ ବର୍ଷ ଜେଲରେ କାଟିଥିଲେ। 
ପଚରାଉଚୁରା ସମୟରେ ପୋଲିସକୁ ସୁରେଶ କହିଥିଲେ ଯେ ସବୁ ଯୌନ ଅପରାଧୀ ମରିବା ଯୋଗ୍ୟ। କୋର୍ଟ ଡକ୍ୟୁମେଣ୍ଟ ଅନୁସାରେ ସେ ଦୀର୍ଘ ସମୟ ଧରି ଜଣେ ଯୌନ ଅପରାଧୀଙ୍କୁ ହତ୍ୟା କରିବାକୁ ଚାହୁଁଥିଲେ।ବ୍ରିମର୍‌ଙ୍କୁ ଯୌନ ଅପରାଧୀ ଡାଟାବେସ୍‌ରେ ପାଇବା ପରେ, ସୁରେଶ ଜଣେ ଆକାଉଣ୍ଟାଣ୍ଟ ଭାବେ ନିଜକୁ ପରିଚିତ କରାଇ ବ୍ରିମରଙ୍କ ଘରେ ପଶିଥିଲେ। ଏହା ପୂର୍ବରୁ ବ୍ରିମରଙ୍କ ପଡୋଶୀଙ୍କୁ ମଧ୍ୟ ଦେଖା କରିଥିଲେ ସୁରେଶ। ଯାହା ଦ୍ବାରା ତାଙ୍କୁ କେହି ସନ୍ଦେହ ନ କରନ୍ତି। ସେ ବ୍ରିମରଙ୍କୁ ଭେଟିବା ପରେ ପ୍ରଥମେ ତାଙ୍କ ସହ ହାତ ମିଳାଇଲେ। ଏହା ପରେ ଛୁରୀରେ ତାଙ୍କ ଗଳା କାଟି ଦେଇଥିଲେ।
ପୋଲିସ ତଥ୍ୟରୁ ଜଣା ପଡିଛି ଯେ, ସୁରେଶ ବ୍ରିମର୍‌ଙ୍କୁ ପଶ୍ଚାତ୍ତାପ କରିବାକୁ କହିଥିଲେ, କିନ୍ତୁ ବ୍ରିମର କୌଣସି ପ୍ରକାରେ ସେହି ସ୍ଥାନରୁ ଦୂରେଇବାକୁ ଚେଷ୍ଟା କଲେ ସେତେବେଳେ ସୁରେଶ ତାଙ୍କ ଗଳା କାଟି ଦେଇଥିଲେ। ପୁଲିସ୍ କହିଛି ଯେ ସୁରେଶ ବ୍ରିମର୍‌ଙ୍କୁ ହତ୍ୟା କରିବା ପରେ କୌଣସି ଅନୁତାପ କରିନଥିଲେ। ବରଂ ତାଙ୍କୁ ହତ୍ୟା କରିବାକୁ ପ୍ରକୃତରେ ଖୁବ୍ ମଜା ଲାଗିଥିଲା ବୋଲି କହିଥିଲେ।
ଏପରିକି ସୁରେଶ ଏହା ମଧ୍ୟ ସ୍ୱୀକାର କରିଛନ୍ତି ଯେ ସେ ହତ୍ୟା ପରେ ସେ ନିଜେ ପୋଲିସ୍‌କୁ ଡାକିଥାନ୍ତେ ଏବଂ ଖସି ପଳାଇବାର ଯୋଜନା କରି ନଥିଲେ।

Advertisment
Murder Crime Stabbed Criminal
Advertisment
Related Articles
Advertisment