Advertisment

MiG-21: ସରିଲା ଲଢୁଆ ବିମାନ ମିଗ୍-21ର ଯୁଗ

ଭାରତୀୟ ବାୟୁସେନାରୁ ଅବସର ନେବ ମିଗ୍ 21। ଚଣ୍ଡିଗଡ଼ ବାୟୁସେନା ଘାଟିରେ ସ୍ବତନ୍ତ୍ର ଉତ୍ସବର ଆୟୋଜନ କରାଯାଇଛି। ସେବା ନିବୃତ୍ତ ପୂର୍ବରୁ ମିଗ୍ ବିମାନକୁ ୱାଟର୍ ସାଲ୍ୟୁଟ୍ କରାଯିବ।

author-image
Chinmayee Sahoo
MIG-21

MIG-21 Photograph: (OTV)

ସରିଲା ଲଢ଼ୁଆ ବିମାନ ମିଗ୍-21ର ଯୁଗ। ଭାରତୀୟ ବାୟୁସେନାରୁ ଅବସର ନେବ ରୁଷ ନିର୍ମିତ ମିଗ୍ 21। ଦୀର୍ଘ ୬ ଦଶନ୍ଧି ଧରି ଭାରତୀୟ ବାୟୁସେନାର ଶକ୍ତି ଥିଲା। ଲଢୁଆ ଯୁଦ୍ଧ ବିମାନ (Fighter jets) ର ଭୂମିକା ନିର୍ବାହ କରୁଥିବା ମିଗ୍-21 ଆସନ୍ତାକାଲି ସେବାରୁ ନିବୃତ୍ତ ହେବ। ସେବାରୁ ନିବୃତ୍ତ ପୂର୍ବରୁ ଗତକାଲି ମିଗ୍ ବିମାନକୁ ୱାଟର୍ ସାଲ୍ୟୁଟ୍ ପ୍ରଦାନ କରାଯାଇଛି। ଆସନ୍ତାକାଲି ଚଣ୍ଡିଗଡ଼ ବାୟୁସେନା ଘାଟିରେ ଏକ ସ୍ବତନ୍ତ୍ର ଉତ୍ସବର ଆୟୋଜନ କରାଯାଇଛି। 

Advertisment

ଭବ୍ୟ ବିଦାୟ କାଳୀନ ସମ୍ବର୍ଦ୍ଧନା

ଏଥିରେ ବାୟୁସେନାର 23 ନମ୍ବର ସ୍କ୍ବାର୍ଡନରେ ସାମିଲ ଥିବା ଶେଷ ମିଗ୍-21 ବିମାନ ପାନ୍ଥର୍ସକୁ ଭବ୍ୟ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯିବ। ଉତ୍ସବରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ତିନି ସେନାର ମୁଖ୍ୟ ଜେନରାଲ ଅନୀଲ ଚୌହ୍ବାନ ଏବଂ ସ୍ଥଳସେନା, ବାୟୁସେନା ଓ ନୌସେନାର ମୁଖ୍ୟମାନେ ମଧ୍ୟ ଯୋଗେଦେବେ। ମିଗ୍-21କୁ ୧୯୬୩ ମସିହାରେ ବାୟୁସେନାରେ ସାମିଲ କରାଯାଇଥିଲା। ଏହି ବିମାନ ୧୯୬୫, ୧୯୭୧, ୧୯୯୯ ଓ ୨୦୧୯ରେ ପ୍ରମୁଖ ସାମରିକ ଅଭିଯାନରେ ଅଂଶଗ୍ରହଣ କରିଛି। 
MiG-21 ହେଉଛି ଏକ ହାଲୁକା ସିଙ୍ଗଲ ପାଇଲଟ୍ ଲଢ଼ୁଆ ବିମାନ। ଭାରତୀୟ ବାୟୁସେନା ପ୍ରଥମେ ୧୯୬୦ରେ ମସିହାରେ MiG-21 ବିମାନକୁ ନିଜ ଫ୍ଲିଟରେ ସାମିଲ କରିଥିଲା। ଏହି ଯୁଦ୍ଧ ବିମାନ ୧୮ ହଜାର ମିଟର ଉଚ୍ଚତାରେ ଉଡ଼ିପାରୁଥିଲା। ଆକାଶରୁ ଆକାଶରେ ନିକ୍ଷେପ ହେଉଥିବା କ୍ଷେପଣାସ୍ତ୍ର ଓ ବୋମା ବହନ କରିବାରେ ସକ୍ଷମ।

Fighter Jet Fighter Jets MIG-21
Advertisment
Related Articles
Advertisment