Advertisment

BCCI: ପାକିସ୍ତାନକୁ ମହଙ୍ଗା ପଡ଼ିବ ଗନ୍ ଫାୟାର୍ ସେଲିବ୍ରେସନ୍

ପଡ଼ିଆରେ ପାକିସ୍ତାନର ଔଦ୍ଧତ୍ୟ ଆଚରଣ ବିରୋଧରେ ଆଇସିସି ନିକଟରେ ଫେରାଦ ହେଲା ବିସିସିଆଇ।ହାରିସ୍ ରୌଫ୍ ଓ ସାହିବଜାଦା ଫରହାନଙ୍କ ନାଁରେ ଅଭିଯୋଗ ହୋଇଛି। ଆଇସିସି ଏଲିଟି ପ୍ୟାନେଲ ନିକଟରେ ହାଜର ହୋଇପାରନ୍ତି।

author-image
Chinmayee Sahoo
PAKISTAN

PAKISTAN Photograph: (OTV)

ପାକିସ୍ତାନକୁ ମହଙ୍ଗା ପଡ଼ିବ ଗନ୍ ଫାୟାର୍ ସେଲିବ୍ରେସନ୍ । ପଡ଼ିଆରେ ପାକିସ୍ତାନର ଔଦ୍ଧତ୍ୟ ଆଚରଣ ବିରୋଧରେ ଆଇସିସି ନିକଟରେ ଫେରାଦ ହେଲା ବିସିସିଆଇ । ପାକିସ୍ତାନୀ କ୍ରିକେଟର ହାରିସ୍ ରୌଫ୍ ଓ ସାହିବଜାଦା ଫରହାନଙ୍କ ନାଁରେ ଅଭିଯୋଗ କଲା ଭାରତ । ୨ ଖେଳାଳି ପଡ଼ିଆରେ ଉସୁକାଇବା ଭଳି ଆଚରଣ କରିଥିଲେ । ବିସିସିଆଇର ଅଭିଯୋଗ ପରେ ଆଇସିସି ଏଲିଟି ପ୍ୟାନେଲ ନିକଟରେ ହାଜର ହୋଇପାରନ୍ତି ଉଭୟ ଖେଳାଳି।

Advertisment

ଗତ ରବିବାର ଭାରତ-ପାକିସ୍ତାନ ମ୍ୟାଚ୍ ବେଳେ ଅର୍ଦ୍ଧଶତକ ହାସଲ କରିବା ପରେ ଗନ୍ ଫାୟାର୍ ସେଲିବ୍ରେସନ୍ କରିଥିଲେ ସାହିବଜାଦା ଫରହାନ୍ । ବ୍ୟାଟକୁ ବନ୍ଧୁକ ଭଳି ଧରିଥିଲେ ଓ ଗୁଳି ଚଳାଇଲା ଭଳି ପ୍ରଦର୍ଶନ କରିଥିଲେ। ସେପଟେ ହାରିସ୍ ରୌଫ୍ ଅଙ୍ଗୁଳିରେ ୬-୦ର ସଙ୍କେତ ଦେଖାଇ ଭାରତୀୟଙ୍କୁ ପରିହାସ କରିଥିଲେ । ତେବେ ମ୍ୟାଚରେ ପାକିସ୍ତାନକୁ ଧୂଳି ଚଟାଇଥିଲା ଭାରତ ।

ICC BCCI
Advertisment
Related Articles
Advertisment