/odishatv-khabar/media/media_files/2025/12/28/bangladesh-violence-2025-12-28-13-56-00.jpg)
Bangladesh Violence Photograph: (OTV)
ବାଂଲାଦେଶରେ ଥମୁନି ହିଂସା । ହିନ୍ଦୁଙ୍କୁ ହତ୍ୟା ପରେ ପୁଣି ପଥର ମାଡ଼ । ସଂଗୀତ ମଞ୍ଚରୁ ଝରିଲା ରକ୍ତର ଧାର । ୨୫ରୁ ଅଧିକ ଲୋକଙ୍କୁ ମେଡିକାଲରେ ଭର୍ତ୍ତି । ଶେଖ୍ ହାସିନା ସରକାର ଯିବା ଠାରୁ ବାଂଲାଦେଶରେ ଅଶାନ୍ତି ଲାଗିରହିଛି । ବାରମ୍ବାର ଅଶାନ୍ତର କୁହୁଳା ନିଆଁରେ ଅନେକ ସାଧାରଣ ଲୋକଙ୍କ ଜୀବନ ଯାଉଛି । ଏଇ ୧୫ ଦିନ ଭିତରେ ଦୁଇ ଦୁଇ ଜଣ ହିନ୍ଦୁଙ୍କୁ ହତ୍ୟା କରାଯାଇଥିବା ବେଳେ ଏବେ ପୁଣି ଢାକାରୁ ପ୍ରାୟ ୧୨୦ କିଲୋମିଟର ଦୂର ଫରିଦପୁରରେ ଲୋକପ୍ରିୟ ଗାୟକ ଜେମ୍ସଙ୍କ ଏକ ପ୍ରୋଗ୍ରାମରେ ବଡ଼ ଗଣ୍ଡଗୋଳ ହୋଇଛି । ଯାହାଫଳରେ ସିଙ୍ଗର ଜେମ୍ସଙ୍କ ପ୍ରୋଗ୍ରାମକୁ ବାତିଲ କରାଯାଇଛି ।
ଶୁକ୍ରବାର ଦିନ ଏକ ବେସରକାରୀ ସ୍କୁଲର ଆନୁଆଲ୍ ଫଙ୍କସନ୍ ଥିଲା । ରାତି ୯ଟାରେ ସିଙ୍ଗର ଜେମ୍ସ ଗୀତ ଗାଇବେ ବୋଲି ସ୍ଥିର କରାଯାଇଥିଲା । ହେଲେ ଠିକ୍ ଏହି ସମୟରେ କିଛି ଗୋଷ୍ଠୀ ଜେମ୍ସଙ୍କ କାର୍ଯ୍ୟକ୍ରମରେ ଜୋର ଜବରଦସ୍ତି ପ୍ରବେଶ କରିଥିଲେ । ଆଉ ସେମାନେ ସାଧାରଣ ଲୋମାନଙ୍କ ଉପରେ ଇଟା ଏବଂ ପଥର ଫିଙ୍ଗିଥିଲେ । ଜେମ୍ସଙ୍କ ପ୍ରୋଗ୍ରାମ ଦେଖିବାକୁ ଅନେକ ଲୋକ ଓ ଛାତ୍ର ଏକାଠି ହୋଇଥିବାରୁ ପଥର ମାଡ଼ରେ ସେମାନେ ଆହତ ଓ ଗୁରୁତର ହୋଇଥିଲେ । ପରେ ସେମାନଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ହଠାତ୍ ଦୁର୍ବୃତ୍ତମାନଙ୍କ ଏ ଆତଙ୍କ ରାଜକୁ ଦେଖି ସ୍ଥାନୀୟ କର୍ତ୍ତୃପକ୍ଷ କନସର୍ଟକୁ ବାତିଲ କରିଛନ୍ତି ।
ବାଂଲାଦେଶର ଏହି ଭିଡିଓ ଏବେ ଖୁବ୍ ଭାଇରାଲ ହେବାର ଲାଗିଛି । ସୋସିଆଲ ମିଡିଆରେ ଏହି ଘଟଣାକୁ ଅନେକ ଲୋକ ନିନ୍ଦା କରିଛନ୍ତି । ବାଂଲାଦେଶରେ ଗାୟକ ଜେମ୍ସ ବହୁତ ଲୋକପ୍ରିୟ । ତାଙ୍କ କନସର୍ଟରେ ଏପରି ଗଣ୍ଡଗୋଳକୁ ନେଇ ଏବେ ସାରା ବାଂଲାଦେଶ ଉଠୁଛି ପଡ଼ୁଛି । ସବୁଠି ଏହି ଘଟଣାକୁ ନେଇ ଚର୍ଚ୍ଚା ହେଉଛି । ସେପଟେ ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ମଧ୍ୟବର୍ତ୍ତୀକାଳୀନ ସରକାର ଭିଡ଼ ନିୟନ୍ତ୍ରଣ କରିବାରେ ବିଫଳ ବୋଲି ସମାଲୋଚକମାନେ ଅଭିଯୋଗ ଆଣିଛନ୍ତି । ତା’ ସହ ଫେବ୍ରୁଆରୀରେ ହେବାକୁ ଥିବା ନିର୍ବାଚନକୁ ବନ୍ଦ କରିବାକୁ ଏପରି କରାଯାଇଥିବା ସମାଲୋଚକମାନେ କହିଛନ୍ତି ।
Pakistan Faces Massive Brain Drain: ପାକିସ୍ତାନରେ ବ୍ରେନ୍ ଡ୍ରେନ୍ ସଙ୍କଟ; ଦେଶ ଛାଡୁଛନ୍ତି ଡାକ୍ତର, ଇଞ୍ଜିନିୟର

No Phones, Shorts For Children: ହାଫ ପ୍ୟାଣ୍ଟ ପିନ୍ଧିପାରିବେନି କି ମୋବାଇଲ ଧରିବେନି, ବିବାହ ଉପରେ କଟକଣା

Home Guard Exam: ପଦବୀ ୧୦୨, ଆଶାୟୀ ୪ ହଜାରରୁ ଅଧିକ

School Without Building: ଶିକ୍ଷାର ବିକଳ ବ୍ୟବସ୍ଥା; ସ୍କୁଲ୍ ନାହିଁ, ପର ବାରଣ୍ଡାରେ ଚାଲିଛି ପାଠପଢା

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)