Advertisment

School Without Building: ଶିକ୍ଷାର ବିକଳ ବ୍ୟବସ୍ଥା; ସ୍କୁଲ୍ ନାହିଁ, ପର ବାରଣ୍ଡାରେ ଚାଲିଛି ପାଠପଢା

ପର ଘରେ ବିଦ୍ୟାଳୟ। ବାରଣ୍ଡାରେ ଗଢାହେଉଛି ପିଲାଙ୍କ ଭବିଷ୍ୟତ। କଳାପଟା ଟଙ୍ଗା ହେଉଛି, ପାଠପଢା ଚାଲୁଛି। ଆଜିର ଡିଜିଟାଲ୍ ଶିକ୍ଷାଦାନ ଯୁଗରେ ଏ ଦୃଶ୍ୟ ନିଶ୍ଚିତ ବ୍ୟଥିତ କରିଦେବା ଭଳି।

author-image
Chinmayee Sahoo
School Without Building

School Without Building Photograph: (OTV)

ଆଜିର ଡିଜିଟାଲ୍ ଶିକ୍ଷାଦାନ ଯୁଗରେ ଏଭଳି ଏକ ଦୃଶ୍ୟ ସାମନାକୁ ଆସିଛି, ଯାହା ବ୍ୟଥିତ କରିଦେବ ନିଶ୍ଚୟ। ଶିକ୍ଷା ବ୍ୟବସ୍ଥାର ଏଭଳି ବିକଳ ଚିତ୍ର ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ବିଜାପୁର ପଞ୍ଚାୟତର ଲାମ୍ବାର, ସୁଲୁରୁ ଓ ମୁରାଗୁଡା ଭଳି ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି। ଏହି ବିଦ୍ୟାଳୟ ଗୁଡିକରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୨୭ରୁ ଊର୍ଦ୍ଧ୍ୱ ପିଲା ପଢ଼ନ୍ତି। ଏଠି ନା ଅଛି ବିଦ୍ୟାଳୟ, ନା ଅଛି ଶ୍ରେଣୀଗୃହ। ବର୍ଷ ବର୍ଷ ଧରି ଅନ୍ୟ ଲୋକଙ୍କ ବାରଣ୍ଡାରେ ପିଲାଙ୍କ ପାଠ ପଢା ଚାଲିଛି। ବର୍ଷା, ଖରା, ଶୀତ ସବୁବେଳେ ଏହି ପିଣ୍ଡା ହିଁ ହୋଇଛି ବିଦ୍ୟାଳୟ। 

Advertisment

ସୁଲୁରୁ ଓ ମୁରାଗୁଡା ଗାଆଁରେ ବିଦ୍ୟାଳୟ ରହିଛି ହେଲେ ଗୃହ ନ ଥିବାରୁ ବର୍ଷ ବର୍ଷ ଧରି ପର ବାରଣ୍ଡା ହିଁ ଗଢା ହେଉଛି ପିଲାଙ୍କ ଭାଗ୍ୟ। ସ୍କୁଲ୍ ଟାଇମ୍ ହୋଇଗଲେ ଗାଁର ଜଣେ ବ୍ୟକ୍ତିଙ୍କ ବାରଣ୍ଡାକୁ ଧାଇଁ ଆସନ୍ତି ପିଲାମାନେ। ଏଠି କଳାପଟା ଥୁଆଯାଏ ଆଉ ପାଠ ପଢାଯାଏ। ପିଲାମାନଙ୍କ ପାଠ ପଢ଼ିବାରେ ଆଗ୍ରହ ଥିଲେ ମଧ୍ୟ ବାରଣ୍ଡାରେ ପାଠପଢା ଯୋଗୁଁ ଉପସ୍ଥାପନ କମୁଛି। 

ସେହିପରି ସମାନ ଅବସ୍ଥା ଲାମ୍ବାର ପ୍ରାଥମିକ ବିଦ୍ୟାଳୟର। ବାତ୍ୟା ପବନରେ ବିଦ୍ୟାଳୟର ଆଜବେଷ୍ଟସ୍ ଉଡ଼ି ଏକ ପ୍ରକାର ବିପଦପୂର୍ଣ୍ଣ ଭାବେ ରହିଛି। ପିଲାମାନେ ଘର ଭିତରେ ପାଠ ପଢିବା ପାଇଁ ଭୟ କରୁଛନ୍ତି। ତିନି ବର୍ଷ ପୂର୍ବେ ଗ୍ରାମରେ ବିଦ୍ୟାଳୟ ନେଇ ଶିକ୍ଷା ଯୋଜନା ଅନୁଦାନ ରାଶି ୧୧ ଲକ୍ଷ ୮୨ ହଜାରରେ ଏକ ଗୃହ ନିର୍ମାଣ ଆରମ୍ଭ ହୋଇଥିଲା। ହେଲେ ଠିକାଦାରଙ୍କ ମନମାନି ଓ ବିଭାଗୀୟ ଅବହେଳାରୁ ଏବେ ବି ସେହି ଘର ଅଧାପନ୍ତରିଆ ହୋଇ ରହିଛି। ଏନେଇ ସ୍କୁଲ ବାରଣ୍ଡାରେ ଚାଲିଛି ବିଦ୍ୟାଳୟ।

Advertisment
School
Advertisment
Related Articles
Advertisment