/odishatv-khabar/media/media_files/2025/11/17/sheikh-hasina-2025-11-17-14-32-32.jpg)
Sheikh Hasina Photograph: (OTV)
ଶେଖ ହସିନା ଦୋଷୀ ସାବ୍ୟସ୍ତ। ବାଂଲାଦେଶର ଗାଦିଚ୍ୟୁତ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ୨୦୨୪ ବାଂଲାଦେଶରେ ହୋଇଥିବା ନରସଂହାର ମାମଲାରେ ରାୟ ଶୁଣାଇଛନ୍ତି ବାଂଲାଦେଶ ଇଣ୍ଟରନ୍ୟାସନାଲ୍ କ୍ରାଇମ୍ ଟ୍ରିବୁନାଲ। ହାସିନାଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି ଆଇସିଟି। ପୂର୍ବତନ ଗୃହମନ୍ତ୍ରୀ ଅସଦୁଜ୍ଜମାନ ଖାନ କମଲଙ୍କୁ ମଧ୍ୟ ମୃତ୍ୟୁଦଣ୍ଡ ଦିଆଯାଇଛି। ପୂର୍ବତନ ପୋଲିସ ମୁଖ୍ୟ ଚୌଧୁରୀ ଅବଦୁଲ୍ଲା ଅଲ-ମାମୁନଙ୍କୁ ପାଞ୍ଚ ବର୍ଷ ଜେଲଦଣ୍ଡ ଦିଆଯାଇଛି।
ଏହି ହିଂସାତ୍ମକ ଆନ୍ଦୋଳନରେ ପ୍ରାୟ ୧୪୦୦ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହି ଶୋଭାଯାତ୍ରାରେ ଏନସିପି ଛାତ୍ର ସଙ୍ଗଠନ ଓ ହଜାର ହଜାର ସଂଖ୍ୟାରେ ଯୁବକ ଯୁବତୀ ସାମିଲ ହୋଇଥିଲେ।
ସ୍ଥାନୀୟ ବାଂଲାଦେଶୀ ଗଣମାଧ୍ୟମ ଅନୁସାରେ, ଜୁଲାଇରେ ଆନ୍ଦୋଳନ ସମୟରେ ହୋଇଥିବା ମୃତ୍ୟୁ ପାଇଁ ଶେଖ ହସିନା ଦାୟୀ ଥିବା ଅଭିଯୋଗ ହୋଇଥିଲା। ବିକ୍ଷୋଭକାରୀଙ୍କୁ ସେ ଗୁଳି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାକୁ ନେଇ ହସିନା ଓ ଅନ୍ୟ ୧୧ ଜଣଙ୍କ ବିରୋଧରେ ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ ଗିରଫ ପରୱାନା ଜାରି କରିଥିଲେ । ହାସିନା ଏହି ଘଟଣାରେ ମାନବତା ବିରୋଧରେ ଅପରାଧ ସହ ଜଡ଼ିତ ସବୁ ଅଭିଯୋଗକୁ ଅସ୍ୱୀକାର କରିଥିଲେ ।
ସେପଟେ କୋର୍ଟଙ୍କ ରାୟ ଆସିବା ପୂର୍ବରୁ ହିଁ ଅଶାନ୍ତ ହୋଇପଡିଛି ଢ଼ାକା। ଦେଖାଦେଇଛି ପ୍ରବଳ ଉତ୍ତେଜନା। ବିଭିନ୍ନ ସ୍ଥାନରେ ହିଂସା ସହ ବିସ୍ଫୋରଣ ଘଟିଛି। ହାଇଆଲର୍ଟରେ ରହିଛି ପୂରା ଦେଶ । ଶେଖ୍ ହାସିନାଙ୍କ ପାର୍ଟି ଆୱାମୀ ଲିଗ୍ ପକ୍ଷରୁ ଦେଶରେ ବନ୍ଦ ପାଳନ କରାଯାଉଛି। ରାସ୍ତାକୁ ଆସି ଆନ୍ଦୋଳନକୁ ତୀବ୍ର କରିବାକୁ ଶେଖ୍ ହସିନାଙ୍କ ପାର୍ଟି କାର୍ଯ୍ୟକର୍ତ୍ତାଙ୍କ ପକ୍ଷରୁ ଅଡିଓ ବାର୍ତ୍ତା ଜାରି କରିଛି । ଏପଟେ ହିଂସା ଭିଆଇଲେ ତୁରନ୍ତ ଗୁଳି କରିବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ବର୍ତ୍ତମାନର ୟୁନୁସ୍ ସରକାର।
Mastermind Behind Delhi Explosion Exposed: ସାମ୍ନାକୁ ଆସିଲା ଦିଲ୍ଲୀ ବିସ୍ଫୋରଣର ମାଷ୍ଟରମାଇଣ୍ଡ୍; ସ୍ପଷ୍ଟ କଲେ ପାକିସ୍ତାନୀ ସାମ୍ବାଦିକ

Winter Special Foods For Glowing Skin: ଖାଆନ୍ତୁ ଏହି ୭ଟି ଖାଦ୍ୟ...ଶୀତ ଦିନେ ବି ଚମକିବ ସ୍କିନ୍

Serial Killer Arrested In Punjab: ବାଇକ୍ରେ ଲିଫ୍ଟ ଦେଇ ପୁରୁଷଙ୍କୁ କରୁଥିଲା ହତ୍ୟା, ରଖୁଥିଲା ସମଲିଙ୍ଗୀ ସଂପର୍କ...ପରେ ମାଗୁଥିଲା କ୍ଷମା

Bihar Government Formation: ରାଜ୍ୟପାଳଙ୍କୁ ଭେଟିଲେ ନୀତିଶ; ୨୦ରେ ଶପଥ ଗ୍ରହଣ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)