/odishatv-khabar/media/media_files/2026/03/09/russia-big-role-in-iran-war-2026-03-09-15-57-26.jpg)
Russia Photograph: (OTV)
ଆହୁରି ଭୟାନକ ହେବ ମଧ୍ୟପ୍ରାଚ୍ୟ ମହାଯୁଦ୍ଧ । ଇରାନ୍ ସହ ହାତ ମିଶାଇଲା ଋଷିଆ । ଆହୁରି ୬ ମାସ ଚାଲିବ ରକ୍ତପାତ ଇରାନ୍ର ରଣହୁଙ୍କାର, ଟ୍ରଂପଙ୍କୁ ଆମେ ଛାଡିବୁନି ।
ମଧ୍ୟପ୍ରାଚ୍ୟରେ ଲାଗିଥିବା ଯୁଦ୍ଧ ନିଆଁ ଅତି ବିନାଶକାରୀ ରୂପ ନେଇଛି । ଜଳୁଛି ଇରାନ୍, ଥରହର ହେଉଛି ଇସ୍ରାଏଲ । ଆମେରିକାର ଗୋଟାକ ପରେ ଗୋଟେ ସେନା ଠିକଣା ଓ ଦୂତାବାସକୁ ମିସାଇଲରେ ଉଡାଇ ଚାଲିଛି ଇରାନ୍ ସେନା । ଟ୍ରଂପ ଭାବୁଥିଲେ, ଖାମେନେଇଙ୍କୁ ହତ୍ୟା କରି ଇରାନ୍ଙ୍କୁ ଆଣ୍ଠେଇବେ, ଆତ୍ମସମର୍ପଣ ପାଇଁ ବାଧ୍ୟ କରିବେ । ହେଲେ ରକ୍ତମୁଖା ଇରାନ୍ ସେନାର ପ୍ରଚଣ୍ଡ ହମ୍ଲା, ଶାନ୍ତିଦୂତ ବୋଲାଉଥିବା ଟ୍ରଂପଙ୍କ ନିଦ ହଜାଇଛି ।
ମଧ୍ୟପ୍ରାଚ୍ୟର ଏ ମହାଯୁଦ୍ଧ ଯେ, ଆହୁରି ଲମ୍ବା ଚାଲିବ ସେଥିରେ ସନ୍ଦେହ ନାହିଁ । କାରଣ ମଧ୍ୟପ୍ରାଚ୍ୟ ଯୁଦ୍ଧରେ ଏଣ୍ଟ୍ରି କରିସାରିଛି ଋଷିଆ । ଆମେରିକା ବିରୋଧରେ ଇରାନ୍କୁ ସାହାଯ୍ୟ କରୁଛି । ଋଷିଆ ଗୁପ୍ତ ତଥ୍ୟ ଯୋଗାଉଛି ଓ ଇରାନ୍ ଆଟାକ୍ କରୁଛି । ଟ୍ରଂପଙ୍କୁ ପାନେ ଦେବାକୁ ପୁଟିନ୍ ଯେ ବିଭିନ୍ନ ଉପାୟରେ ଇରାନ୍କୁ ସହାୟତା କରୁଥିବା ଖୋଲାଖୋଲି ଘୋଷଣା କରିଛନ୍ତି ଇରାନର ବୈଦେଶିକ ମନ୍ତ୍ରୀ ଅବାସ ଅରଘଚି ।
ସେପଟେ ଆମେରିକୀୟ ଗୁଇନ୍ଦା ଅଧିକାରୀ ବି କହିଛନ୍ତି, ଋଷିଆ ମଧ୍ୟପ୍ରାଚ୍ୟରେ ଥିବା ଆମେରିକାର ସୈନ୍ୟ ଠିକଣା ସଂପର୍କରେ ଇରାନ୍କୁ ସୂଚନା ଦେଉଛି ଓ ଇରାନ୍ ମିସାଇଲ ଡ୍ରୋନ ମାଡ଼ରେ ଆମେରିକା ସେନାଙ୍କୁ ନିପାତ କରୁଛି । ତେଣୁ ମଧ୍ୟପ୍ରାଚ୍ୟର ଏହି ମହାଯୁଦ୍ଧ ଆହୁରି ୬ ମାସ ଚାଲିପାରେ ବୋଲି ସନ୍ଦେହ କରାଯାଉଛି । ଇରାନ ବି ୬ ମାସ ଯାଏ ଯୁଦ୍ଧ ଜାରି ରଖିବାକୁ ସକ୍ଷମ ଥିବା କହିଛି ।
ଟ୍ରଂପଙ୍କଠୁ ପ୍ରତିଶୋଧ ନନେବା ଯାଏଁ ପଛକୁ ହଟିବନି ବୋଲି ବଡ଼ ଘୋଷଣା କରିଛି ଇରାନ୍ । ଏହାର ସୁରକ୍ଷା ମୁଖ୍ୟ ଅଲି ଲାରିଜାନୀ କହିଛନ୍ତି, ନିଜ ନେତାଙ୍କ ରକ୍ତର ପ୍ରତିଶୋଧ ନେବାକୁ ଇରାନ୍ କୌଣସି ବି ସୀମା ଡେଇଁପାରେ । ଆମେ ଟ୍ରମ୍ପକୁ କେବି ବି ଛାଡିବୁନି । ତାଙ୍କୁ ବଡ଼ ମୂଲ୍ୟ ଦେବାକୁ ପଡିବ । ତେଣୁ ମଧ୍ୟପ୍ରାଚ୍ୟର ଏ ଯୁଦ୍ଧ ଆହୁରି ଲମ୍ବା ଚାଲିବ ଓ ଅଧିକ ବିନାଶକାରୀ ହେବ ବୋଲି ଅନୁମାନ କରାଗଲାଣି । ତାହେଲେ କ'ଣ ଆରବରୁ ଆରମ୍ଭ ହେଲା କି ତୃତୀୟ ବିଶ୍ୱଯୁଦ୍ଧ ?
ବ୍ୟୁରୋ ରିପୋର୍ଟ, ଓଟିଭି
Top Court Slams ‘Hasty’ Petition: ଆପଣ ରାତି ଅଧରେ ପିଟିସନ୍ ପ୍ରସ୍ତୁତ କରନ୍ତି କି? ଏମିତି କହି ପିଆଇଏଲ୍ ଖାରଜ କରିଦେଲେ ସୁପ୍ରିମକୋର୍ଟ

Posts Vacant at Lokaseva Bhavan: ଲୋକସେବା ଭବନରେ ଖାଲି ପଡିଛି ବଡ଼ ବାବୁଙ୍କ ପଦବୀ, ନାହାନ୍ତି ଅନୁଶାସନ ସଚିବ

Villages Still Without Mobile Network: ରାଜ୍ୟରେ ମୋବାଇଲ ସେବାର ବିକଳ ଚିତ୍ର, ଗାଁକୁ ପହଞ୍ଚି ପାରୁନି ନେଟୱର୍କ

Father and Son Die: ଟ୍ରକ୍ ପଛରେ ପିଟିହେଲା ବାଇକ୍, ସ୍ତ୍ରୀ ସାମ୍ନାରେ ଚାଲିଗଲେ ସ୍ବାମୀ ଓ ପୁଅ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)