Advertisment

Father and Son Die: ଟ୍ରକ୍ ପଛରେ ପିଟିହେଲା ବାଇକ୍, ସ୍ତ୍ରୀ ସାମ୍ନାରେ ଚାଲିଗଲେ ସ୍ବାମୀ ଓ ପୁଅ

ଟ୍ରକ୍ ପଛରେ ପିଟିହେଲା ବାଇକ୍, ଘଟଣାସ୍ଥଳରେ ଚାଲିଗଲା ବାପପୁଅଙ୍କ ଜୀବନ। କେନ୍ଦୁଝର ୯ ନମ୍ବର ଜାତୀୟ ରାଜପଥ ତେନ୍ତୁଳି ନିକଟରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା। ପୋଲିସ ଘଟଣାର ତଦନ୍ତ କରୁଛି ।

author-image
Madhupriya Mistry
Accident

Accident Photograph: (OTV)

ଟ୍ରକ୍ ପଛରେ ପିଟିହେଲା ବାଇକ୍, ଘଟଣାସ୍ଥଳରେ ଚାଲିଗଲା ବାପପୁଅଙ୍କ ଜୀବନ। କେନ୍ଦୁଝର ୯ ନମ୍ବର ଜାତୀୟ ରାଜପଥ ତେନ୍ତୁଳି ନିକଟରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା।

Advertisment

ମୃତ ଏମଡି. ନୁର୍ ତେନ୍ତୁଳିଟାରେ ଏକ ଦୋକାନ କରି ପରିବାର ଚଳାଉଥିଲେ । ପୁଅ ଓ ସ୍ତ୍ରୀଙ୍କୁ ନେଇଯିବାବେଳେ ଏକ ଟ୍ରକ୍ ପଛପଟେ ପିଟି ହୋଇ ବାପପୁଅଙ୍କର ଜୀବନ ଯାଇଥିବାବେଳେ ସ୍ତ୍ରୀ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ପୋଲିସ ଘଟଣାର ତଦନ୍ତ କରୁଛି । 

ସେହିପରି ବଣାଇ ଲହୁଣିପଡା ଥାନା ୧୪୩ ନଂ ଜାତୀୟ ରାଜପଥରେ ମଧ୍ୟ ସଡକ ଦୁର୍ଘଟଣା ଘଟିଛି। ଟ୍ରକକୁ ପଛରୁ ଧକ୍କା ଦେଇଛି ବାଇକ। ୨ ବାଇକ ଆରୋହୀ ମୃତ, ଜଣେ ଗୁରୁତର।

Advertisment

ସୂଚନା ଅନୁସାରେ ଗୌଡୁଣିପୋଷ ଛକ ନିକଟରେ ଏକ ବାଇକ ଦୃତ ଗତିରେ ଆସି ଟ୍ରକକୁ ପଛରୁ ଧକ୍କା ଦେଇଥିଲା। ଏଥିରେ ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଚିକିତ୍ସା ପାଇଁ ରାଉରକେଲା ପଠାଯାଇଛି। ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଜାରି ରଖିଛି।

Kendujhar Road Accident 2 Killed In Accident
Advertisment
Related Articles
Advertisment