Advertisment

Top Court Slams ‘Hasty’ Petition: ଆପଣ ରାତି ଅଧରେ ପିଟିସନ୍ ପ୍ରସ୍ତୁତ କରନ୍ତି କି? ଏମିତି କହି ପିଆଇଏଲ୍ ଖାରଜ କରିଦେଲେ ସୁପ୍ରିମକୋର୍ଟ

ସୁପ୍ରିମକୋର୍ଟ ଜଣେ ଓକିଲଙ୍କ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରି ଅନେକ ଜନସ୍ୱାର୍ଥ ମାମଲା (PIL) ଖାରଜ କରିଦେଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ ପଚାରିଥିଲେ, ଆପଣ କ'ଣ ମଧ୍ୟରାତ୍ରିରେ ଏହି ସମସ୍ତ ଆବେଦନ ପ୍ରସ୍ତୁତ କରନ୍ତି?

author-image
Tapan Swain
Supreme Court

Supreme Court Photograph: (OTV)

ସୁପ୍ରିମକୋର୍ଟ ରସୁଣ ଏବଂ ପିଆଜ ଉପରେ ଗବେଷଣା ପାଇଁ  ଆଗତ ଏକ ଆବେଦନକୁ ଖାରଜ କରିବା ସମୟରେ ଜଣେ ଓକିଲଙ୍କୁ ଭର୍ତ୍ସନା କରିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ ଆବେଦନର ପ୍ରକୃତି ଏବଂ ଖସଡ଼ା ପ୍ରସ୍ତୁତ ଉପରେ ପ୍ରଶ୍ନ ଉଠାଇ କହିଛନ୍ତି, ଆପଣ କ'ଣ ମଧ୍ୟରାତ୍ରିରେ ଏହି ସମସ୍ତ ଆବେଦନ ପ୍ରସ୍ତୁତ କରନ୍ତି? ପିଆଜ ଏବଂ ରସୁଣରେ ତାମସିକ ଗୁଣ କିମ୍ୱା ନକାରାତ୍ମକ ଉପାଦାନ ଅଛି କି ନାହିଁ ସେ ବିଷୟରେ ଗବେଷଣା କରିବା ପାଇଁ ଏକ କମିଟି ଗଠନ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ ଲୋଡ଼ିଥିଲେ ଜଣେ ଓକିଲ।

Advertisment

ରସୁଣ ଓ ପିଆଜ ତାମସିକ କି ନୁହେଁ ?

ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଆବେଦନରେ କୁହାଯାଇଛି ଯେ ଜୈନ ସମ୍ପ୍ରଦାୟ ପିଆଜ, ରସୁଣ ଏବଂ କେତେକ ପନିପରିବା ତାମସିକ ଖାଦ୍ୟ ବୋଲି ଭାବି ଏଡ଼ାଉଛନ୍ତି ବା ଖାଉନାହାନ୍ତି । ଶୁଣାଣି ସମୟରେ ଆବେଦନକାରୀ କୋର୍ଟଙ୍କୁ ଜଣାଇଥିଲେ ଯେ ଏହି ସମସ୍ୟା ସାଧାରଣ ଏବଂ ଖାଦ୍ୟରେ ପିଆଜ ଉପସ୍ଥିତିକୁ ନେଇ ଗୁଜୁରାଟ ହାଇକୋର୍ଟରେ ଏକ ଛାଡପତ୍ର ମାମଲା ମଧ୍ୟ ଉଠିଥିଲା। କୋର୍ଟ ପଚାରିଥିଲେ, ଆପଣ ଜୈନ ସମ୍ପ୍ରଦାୟର ଭାବନାକୁ କାହିଁକି ଆଘାତ ଦେବାକୁ ଚାହୁଁଛନ୍ତି?

କୋର୍ଟ ଏହି ଆବେଦନର ଶୁଣାଣି କରିବାକୁ ମନା କରିଦେଇଥିଲେ । ସେହି ଓକିଲଙ୍କ ଦ୍ୱାରା ଦାୟର ଅନ୍ୟ ତିନୋଟି ପିଆଇଏଲ୍ ମଧ୍ୟ ଖାରଜ କରିଦେଇଥିଲେ । 
ଏହି ତିନୋଟି ଆବେଦନରେ ମଦ ଏବଂ ତମାଖୁ ଉତ୍ପାଦରେ ଥିବା କ୍ଷତିକାରକ ଉପାଦାନକୁ ନିୟନ୍ତ୍ରଣ କରିବା ପାଇଁ ନିର୍ଦ୍ଦେଶାବଳୀ ଜାରି କରିବାକୁ ଆବେଦନ କରାଯାଇଥିଲା । 
ଅନ୍ୟ ଏକ ମାମଲାରେ ବାଧ୍ୟତାମୂଳକ ସମ୍ପତ୍ତି ପଞ୍ଜୀକରଣ ପାଇଁ ପ୍ରାର୍ଥନା କରାଯାଇଥିଲା । ଶାସ୍ତ୍ରୀୟ ଭାଷା ଘୋଷଣା ସମ୍ପର୍କରେ ମଧ୍ୟ ଅନ୍ୟ ଏତ ମାମଲା ଥିଲା । 

Advertisment

ସୁପ୍ରିମକୋର୍ଟ କହିଥିଲେ, ଆମେ ଅଧିକ ଜରିମାନା ମଧ୍ୟ ଦେଇପାରିବୁ। ଖଣ୍ଡପୀଠ ସମସ୍ତ ଆବେଦନକୁ ଅସ୍ପଷ୍ଟ ଏବଂ ଅଯଥା ବୋଲି କହି ଖାରଜ କରିଦେଇଥିଲେ । କହିଥିଲେ ଯେ ସେଗୁଡ଼ିକୁ ଖରାପ ଭାବରେ ପ୍ରସ୍ତୁତ କରାଯାଇଥିଲା ଏବଂ ମଗାଯାଇଥିବା ସହାୟତା ଅସ୍ପଷ୍ଟ ଥିଲା ।

ଫଳରେ କୋର୍ଟର ସମୟ ନଷ୍ଟ ହୋଇଥିଲା। ପ୍ରଧାନ ବିଚାରପତି କହିଥିଲେ, ଏହି ଆବେଦନ ମନର ପ୍ରୟୋଗ (ନନ୍ ଆପ୍ଲିକେସନ ଅଫ୍ ମାଇଣ୍ଡ)  ନକରିବାର ଏକ ଉଦାହରଣ। ଏପରି ଆବେଦନଗୁଡ଼ିକ ଅଯଥାରେ ସୁପ୍ରିମକୋର୍ଟ ଉପରେ ବୋଝ ସୃଷ୍ଟି କରେ। କୋର୍ଟ ଚେତାବନୀ ଦେଇଥିଲେ ଯେ ଭବିଷ୍ୟତରେ ଏପରି ଆବେଦନ ଦାଖଲ କରିବା ଦ୍ୱାରା ଅଧିକ ଜରିମାନା ହୋଇପାରେ। 

Supreme Court
Advertisment
Related Articles
Advertisment