/odishatv-khabar/media/media_files/2025/11/03/afganistan-earth-quake-2025-11-03-18-47-28.jpg)
AFGANISTAN-EARTH-QUAKE Photograph: (OTV)
ଆଫଗାନିସ୍ତାନରେ ଭୟଙ୍କର ଭୂମିକମ୍ପ । ମାଟି ତଳୁ ଖୋଜା ଚାଲିଛି ଜୀବନ । ରାତି ଗୋଟାଏରେ ମୃତ୍ୟୁର ତାଣ୍ଡବ । କାନ୍ଦ ବୋବାଳିରେ ଫାଟି ପଡୁଛି ଅଞ୍ଚଳ ।
ଘର ଭାଙ୍ଗି ଚୁରମାର ହୋଇଯାଇଛି । ଭଙ୍ଗା ଘରୁ ଖୋଜା ଚାଲିଛି ମଣିଷକୁ । ମାଟିରେ ମିଶିଯାଇଛି ଘର। ଟେଣ୍ଟ ଭରସାରେ ଏବେ ଲୋକେ। ଆଫଗାନିସ୍ତାନର ମଜାର-ଇ-ଶରୀଫ ନିକଟରେ ରାତି ୧ଟା ସମୟରେ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୬.୩ । ଭୂମିକମ୍ପରେ ଅତି କମରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୬୦ ଆହତ ହୋଇଛନ୍ତି।
ଏହି ଭୂମିକମ୍ପର କେନ୍ଦ୍ରବିନ୍ଦୁ ଥିଲା ଖୁଲମ୍ ସହର । ସୋସିଆଲ ମିଡିଆରେ ଉଦ୍ଧାରକାରୀ ଦଳ ଭଙ୍ଗା ଘର ତଳୁ ଲୋକଙ୍କୁ ଉଦ୍ଧାର କରୁଥିବା ଦୃଶ୍ୟ ଭାଇରାଲ ହେବାରେ ଲାଗିଛି କେଉଁଠି କାହାର ଶବ ମିଳୁଛି, ତ କେଉଁଠି ଘର ଭାଙ୍ଗି ଚୁରମାର୍ ହୋଇଯାଇଛି ।
ତେବେ କାହିଁକି ଏହି ଅଞ୍ଚଳରେ ସବୁବେଳେ ଭୂମିକଂପ ହେଉଛି । ଦକ୍ଷିଣ ଏସିଆର ଏହି ଦେଶରେ ପ୍ରତିବର୍ଷ ହେଉଥିବା ଭୂମିକମ୍ପ ଯୋଗୁଁ ହାରାହାରି ୫୬୦ ଜଣଙ୍କର ମୃତ୍ୟୁ ହୁଏ ଏବଂ ପ୍ରାୟ ୮୦ ନିୟୁତ ଡଲାରର କ୍ଷୟକ୍ଷତି ହୁଏ। । କାହିଁକି ଆଫଗାନିସ୍ତାନ ଏତେ ସଂବେଦନଶୀଳ? ଆଫଗାନିସ୍ତାନ ହିନ୍ଦୁକୁଶ ପର୍ବତମାଳା ନିକଟରେ ଅବସ୍ଥିତ ଏକ ଭୂମିକମ୍ପ ସଂବେଦନଶୀଳ ଅଞ୍ଚଳରେ ରହିଛି, ଯେଉଁଥିପାଇଁ ଏଠାରେ ବାରମ୍ବାର ଭୂମିକମ୍ପ ହେଉଛି ।
ଆଫଗାନିସ୍ତାନର ଜାତୀୟ ଦୁର୍ଘଟଣା ପରିଚାଳନା ଏଜେନ୍ସି କହିଛି ମୃତକଙ୍କ ସଂଖ୍ୟା ଆଗକୁ ଆହୁରି ବଢିପାରେ। ଛୋଟ ଛୋଟ ପିଲାଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ଉଦ୍ଧାରକାରୀ ଦଳ ଏବେ ଶତଚେଷ୍ଟା କରୁଛନ୍ତି କିଭଳି ଅଧିକରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯିବ ।
Tiger Foot Marks Spotted: ଗାଁରେ ବୁଲିଲା ବାଘ , CCTVରେ କଏଦ ପରେ ତନାଘନା

PPF vs FD: ଆପଣଙ୍କ ପାଇଁ କେଉଁଥିରେ ନିବେଶ କରିବା ଭଲ ? କେଉଁଥିରେ ଅଧିକ ରିଟର୍ଣ୍ଣ, ଜାଣନ୍ତୁ

Boat with Over 50 Passengers : ମଝି ଚିଲିକାରେ ଫସିଲା ଡଙ୍ଗା , ୫୦ରୁ ଅଧିକ ଯାତ୍ରୀଙ୍କୁ ନେଇ ଯାଉଥିଲା ଜହ୍ନିକୁଦା

Tiger Skin Deal: ଜୟଦେବ ବିହାର ଅଞ୍ଚଳରେ ହେଉଥିଲା ୩୦ ଲକ୍ଷ ଟଙ୍କାର ଡିଲ୍ , ମାଡ଼ି ବସିଲା ସ୍ପେଶାଲ କ୍ରାଇମ ୟୁନିଟ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)