Advertisment

Tiger Skin Deal: ଜୟଦେବ ବିହାର ଅଞ୍ଚଳରେ ହେଉଥିଲା ୩୦ ଲକ୍ଷ ଟଙ୍କାର ଡିଲ୍ , ମାଡ଼ି ବସିଲା ସ୍ପେଶାଲ କ୍ରାଇମ ୟୁନିଟ

ସ୍ପେଶାଲ କ୍ରାଇମ ୟୁନିଟ ପଞ୍ଝାରେ ବାଘ ଛାଲ ବେପାରୀ । ବାଘ ଛାଲ ସହ ୩ ବେପାରୀଙ୍କୁ ବାନ୍ଧିଲା ସ୍ପେଶାଲ କ୍ରାଇମ ୟୁନିଟ । ଭୁବନେଶ୍ବର ଜୟଦେବ ବିହାର ଅଞ୍ଚଳରେ ବାଘ ଛାଲ ଡିଲ୍ ବେଳେ ମାଡ଼ିବସିଲା ସ୍ପେଶାଲ କ୍ରାଇମ ୟୁନିଟ ।

author-image
Manas Ranjan Mohanty
TIGER-SKIN-SEIZE

TIGER-SKIN-SEIZE Photograph: (OTV)

ସ୍ପେଶାଲ କ୍ରାଇମ ୟୁନିଟ ପଞ୍ଝାରେ ବାଘ ଛାଲ ବେପାରୀ । ବାଘ ଛାଲ ସହ ୩ ବେପାରୀଙ୍କୁ ବାନ୍ଧିଲା ସ୍ପେଶାଲ କ୍ରାଇମ ୟୁନିଟ । ଭୁବନେଶ୍ବର ଜୟଦେବ ବିହାର ଅଞ୍ଚଳରେ ବାଘ ଛାଲ ଡିଲ୍ ବେଳେ ମାଡ଼ିବସିଲା ସ୍ପେଶାଲ କ୍ରାଇମ ୟୁନିଟ । ୩୦ ଲକ୍ଷ ଟଙ୍କାରେ ଡିଲ୍ ହେଉଥିଲା ବାଘ ଛାଲ । କର୍ଣ୍ଣାଟକରୁ ବାଘ ଛାଲ ଆଣି ଭୁବନେଶ୍ୱରରେ ଡିଲ୍ କରୁଥିବା ବେଳେ ମାଡ଼ି ବସିଛି ସ୍ପେଶାଲ କ୍ରାଇମ ୟୁନିଟ । 

Advertisment

କିଛି ମାସ ପୂର୍ବରୁ ବାଘ ଛାଲ ରାକେଟରେ ପୂର୍ବତନ ପୋଲିସ ଅଧିକାରୀଙ୍କ ସଂପୃକ୍ତି ସାମନାକୁ ଆସିଥିଲା । ଗଞ୍ଜାମ ଜଗନ୍ନାଥପ୍ରସାଦ ରେଞ୍ଜ ଗୁଣ୍ଡୁରିବାଡ଼ି ଗାଁରେ ଅତର୍କିତ ଚଢ଼ାଉ କରି ବାଘଛାଲ ସହ ଭୁଜାଲି ଜବତ କରିଥିଲା ବନ ବିଭାଗ ଟିମ୍। ମାମଲାରେ ୭ ଜଣ ଗିରଫ ହୋଇଥିଲେ । ଗିରଫ ୭ ଜଣଙ୍କ ମଧ୍ୟରେ ଅବସରପ୍ରାପ୍ତ ପୋଲିସ ଏଏସ୍ ଆଇ ସଂପୃକ୍ତ ଥିବା ଜଣାପଡିଥିଲା ।

ବାଘ ଛାଲ ବିକ୍ରି କରିବା ପୂର୍ବରୁ ପୂଜାର୍ଚନା ଚାଲିଥିଲା । ସେହି ସମୟରେ ଖବରପାଇ ବନବିଭାଗ ମାଡ଼ି ବସିଥିଲା। ସେଠାରୁ କଲରାପତରିଆ ବାଘ ଛାଲ ସମେତ ଭୁଜାଲି, ମୋବାଇଲ ସହ ୩ ଜଣଙ୍କୁ ଗିରଫ କରିଥିଲା ବନବିଭାଗ। ଛାଲ ବ୍ୟବସାୟରେ ସମ୍ପୃକ୍ତ ଥିବା ଆଉ ୪ ଜଣ ଅଭିଯୁକ୍ତଙ୍କୁ ଭଂଜନଗରରୁ ଗିରଫ କରାଯାଇଥିଲା ।

Advertisment

Advertisment
Related Articles
Advertisment