/odishatv-khabar/media/media_files/2025/11/03/boat-in-chilika-2025-11-03-16-39-35.jpg)
BOAT-IN-CHILIKA Photograph: (OTV)
ପୁଣି ଚିଲିକାରେ ଫସିଲା ଡଙ୍ଗା। ମଝି ଚିଲିକାରେ ଫସି ଯାଇଥିଲା । ପୁରୀ ସାତପଡ଼ାରୁ ୫୦ରୁ ଅଧିକ ଯାତ୍ରୀଙ୍କୁ ନେଇ ଜହ୍ନିକୁଦା ଯାଉଥିବା ବେଳେ ମଝି ଚିଲିକାରେ ଅଟକି ଯାଇଥିଲା। ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ମଝିରେ ଅଟକି ଯାଇଥିଲା । ୨ ଘଣ୍ଟା ପରେ ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା।..ଆଜି ସକାଳେ ବି ଏକ ଡଙ୍ଗାଟି ସାତପଡ଼ାରୁ ଜହ୍ନିକୁଦା ଅଭିମୁଖେ ଯାଉଥିବା ବେଳେ ମହିଁଷାକୁଦ ନିକଟରେ ଡଙ୍ଗାରେ ଯାନ୍ତ୍ରିକ ତ୍ରୁଟି ଦେଖାଯାଇଥିଲା। ମେସିନ ସ୍ଲାବ ଫାଟି ଯିବାରୁ ଡଙ୍ଗାଟି ମଝି ସମୁଦ୍ରରେ ଅଟକି ରହିଥିଲା।
ଚିଲିକା ମଝିରେ ବିପଦଜନକ ଯାତ୍ରା। ଛୁଆ ପିଲା ଧରି ବର୍ଷ ବର୍ଷ ଧରି ଲୋକେ ଅକାତ ଅକାତ ପାଣିରେ ଯାଆସ କରୁଛନ୍ତି। ନା ଅଛି ସୁରକ୍ଷା ବ୍ୟବସ୍ଥା, ନା ଅଛି କୌଣସି ସାବଧାନତା। ଜହ୍ନିକୁଦାରୁ ସାତପଡ଼ାକୁ ଚିଲିକା ଭିତରେ ୫ କିଲୋମିଟର ଜୀବନ ବାଜିରେ ଲାଗିଛି ।
ଅକାତ ଅକାତ ପାଣି, ଯୁଆଡ଼େ ଆଖି ବୁଲାଇ ଆଣିବେ ଖାଲି ନୀଳ ଜଳରାଶି। ଆଉ ଏହାରି ଭିତରେ ଖୋଲା ବୋଟ୍ରେ ଯାଉଛନ୍ତି ଲୋକେ। ବସ୍ ଯାଉଛି, କାର୍ ଯାଉଛି, ବାଇକ୍ ନେଇ ମଣିଷ ବି ଚାଲିଛନ୍ତି ଆର ପାରି କି ଯିବାକୁ। ଏସିଆର ସବୁଠୁ ବଡ଼ ଲୁଣା ହଦ୍ର ଚିଲିକା। ଚିଲିକା ଭିତରେ ଥିବା ଜହ୍ନିକୁଦାରୁ ଆରପଟ ସାତପଡ଼ା ୫ କିଲୋମିଟର୍ ପାଣିର ରାସ୍ତାରେ ବିପଦଜନକ ଭାବେ ପ୍ରତିଦିନ ହଜାର ହଜାର ଲୋକେ ଯାଆସ କରନ୍ତି । ଛାତିକୁ ପଥର କରି, ମାଆ କାଳୀଜାଇଙ୍କୁ ସ୍ମରଣ କରି ଯାଆନ୍ତି ।
ବିସ୍ତିର୍ଣ୍ଣ ଚିଲିକାର ବୁକୁରେ ଯାଉଥିବା ବୋଟ୍ ଓ ଡଙ୍ଗାରେ ନା ଅଛି କୌଣସି ସୁରକ୍ଷା ବ୍ୟବସ୍ଥା ନା ବିପଦ ହେଲେ ସେଠୁ ମୁକାବିଲା କରିବାକୁ ଯୋଜନା। ଡଙ୍ଗାରେ ଯାଉଥିବା କାହାରି ପାଖରେ ଲାଇଫ୍ ଜାକେଟ୍ ନାହିଁ, ସେମିତି ଖୋଲା ବୋଟରେ ମଧ୍ୟ। ଆଉ ବୋଟର ଅବସ୍ଥା ହୋସ୍ ଉଡ଼ାଇ ଦେବ। କେଉଁଠି କଳଙ୍କି ଲାଗିଛି, କେଉଁଠି ପାଣି ଜମିଲାଣି। ପୁରୁଣା ଯନ୍ତ୍ରାଂସକୁ ଧରି ଜୀବନକୁ ବାଜି ଲଗାଇ ଯିବା ବେଳେ ଅନେକ ସମୟରେ ଚିଲିକା ମଝିରେ ବୋଟ୍ ଅଟକିବା ଘଟଣା ସାମ୍ନାକୁ ଆସିଛି।
ଖାଲି ଏତିକି ନୁହେଁ କ୍ଷମତାରୁ ଅଧିକ ବି ଲୋକେ ଯାଆସ କରୁଥିବା ଅଭିଯୋଗ ରହିଛି। ସ୍ଥିତି ଏମିତି ହେଇଛି ଚିଲିକା ମଝି ଦେଇ ଯିବା ବେଳେ ଏମିତି ଗୋଟେ ପଟୁ ଢଲି ଯାଉଛି ବୋଟ୍। ୧୬ ଜୁନ ୨୦୧୮ରେ ଚିଲିକାରେ ଡଙ୍ଗା ପଲଟି ୧୬ ଜଣଙ୍କ ଜୀବନ ଯାଇଥିଲା, ୨ ଫେବ୍ରୁଆରୀ ୨୦୨୦ରେ ସମାନ ଢଙ୍ଗରେ ବୁଡ଼ିଥିଲା ଡଙ୍ଗା। ତଥାପି ଚେତିନି ପ୍ରଶାସନ, ସୁଧୁରୁନି ପରିସ୍ଥିତି।
Brahmapur police arrest Uma Bishoyi: ପୀତବାସ ପଣ୍ଡା ହତ୍ୟା ମାମଲାରେ ସୁପାରି ଡିଲର ଗିରଫ, ଉମା ବିଷୋୟୀକୁ ବାନ୍ଧିଲା ବ୍ରହ୍ମପୁର ପୋଲିସ

Rahul Gandhi: ପୋଖରୀକୁ ଡେଇଁ ମାଛ ଧରିଲେ ରାହୁଲ, ଲୋକ କହିଲେ....

Bride Made A Royal Entry: ଧୂମ୍ ଷ୍ଟାଇଲ୍ରେ ମାରିଲେ ଏଣ୍ଟ୍ରୀ , ଚାରିଆଡ଼େ ହୋଇଗଲା ଧୂଆଁ ଧୂଆଁ

Rickshaw The Villain: ଗୋଟିଏ ରିକ୍ସା ପାଇଁ ସଧବା ସାଜିଲେ ବିଧବା, ବିନା ଶବରେ ଜଳିଲା ଜୁଇ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)