Advertisment

PoK Unrest: ଜେନ୍-ଜିଙ୍କ ଭିତରେ ବିଦ୍ରୋହର ନିଆଁ: ବଢୁଛି ହିଂସା; ଜଳିବ ପୂରା ପାକିସ୍ତାନ

ପୁଣି ଥରେ ଅଶାନ୍ତ ହୋଇଛି PoK। ହିଂସାତ୍ମକ ପ୍ରତିବାଦରେ ହୋଇଛି ଉବୁଟୁବୁ। ହଜିଲାଣି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କ ନିଦ। ନ ରୋକିଲେ ଜଳିବ ପୂରା ପାକିସ୍ତାନ।

author-image
Chinmayee Sahoo
PoK-Boils-As-Gen-Z

PoK-Boils-As-Gen-Z Photograph: (OTV)

ପୁଣି ଥରେ ଅଶାନ୍ତ ହୋଇଛି PoK। ହିଂସାତ୍ମକ ପ୍ରତିବାଦରେ ହୋଇଛି ଉବୁଟୁବୁ। ହଜିଲାଣି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କ ନିଦ। ନ ରୋକିଲେ ଜଳିବ ପୂରା ପାକିସ୍ତାନ। ଏଥର, ଏହି ଆନ୍ଦୋଳନ କିନ୍ତୁ କୌଣସି ରାଜନୈତିକ ଦଳ ଦ୍ୱାରା ନୁହେଁ, ବରଂ Gen Z ଛାତ୍ର ଦ୍ୱାରା ହେଉଛି। ଭାରତର ପଡ଼ୋଶୀ ଦେଶ ବାଂଲାଦେଶ ଏବଂ ନେପାଳରେ Gen Z  ଛାତ୍ରମାନେ ବିଦ୍ରୋହ କରିସାରିଛନ୍ତି।

Advertisment

ବର୍ତ୍ତମାନ ଶହବାଜ ଶରିଫ ସରକାରଙ୍କ ଶିକ୍ଷା ନୀତି, ବିଶ୍ୱବିଦ୍ୟାଳୟ ଫି ବୃଦ୍ଧି ଏବଂ ଜାଲିଆତି ପରୀକ୍ଷା ବ୍ୟବସ୍ଥା ବିରୁଦ୍ଧରେ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ଏକ ଗମ୍ଭୀର ମୋଡ଼ ନେଇଛି। ଏହି ମାମଲା ମୁଜାଫରାବାଦର ଏକ ବିଶ୍ୱବିଦ୍ୟାଳୟରୁ ଆରମ୍ଭ ହୋଇଛି।

ଅଭିଯୋଗ ହୋଇଛି ଯେ ପରୀକ୍ଷା ଫଳ ୬ ମାସ ବିଳମ୍ବରେ ପ୍ରକାଶିତ ହେଲା ଏବଂ ଅନେକ ଛାତ୍ରଛାତ୍ରୀ ଅସାଧାରଣ ଭାବରେ କମ୍ ନମ୍ବର ପାଇଲେ। ଏପରିକି, ଅନେକ କହିଛନ୍ତି ଯେ ସେମାନେ ଯେଉଁ ବିଷୟଗୁଡ଼ିକ ପରୀକ୍ଷା ଦେଇ ନାହାନ୍ତି, ସେଥିରେ ସେମାନଙ୍କୁ "ପାଶ" କରାଯାଇଛି।
କିନ୍ତୁ ପରିସ୍ଥିତି ସେତେବେଳେ ଅଧିକ ବିଗିଡି ଗଲା ଯେତେବେଳେ ରିଭ୍ୟୁ ବାବଦକୁ ପ୍ରଶାସନ ପ୍ରତି ବିଷୟ ପାଇଁ ୧,୦୦୦ଟଙ୍କା ଦାବି କଲା। ଏହା ପରେ ଛାତ୍ରମାନଙ୍କ କ୍ରୋଧ ପ୍ରକାଶ ପାଇଲା। ଏହାରି ଭିତରେ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂଘ ଏବଂ ରାଜନୈତିକ କାର୍ଯ୍ୟକଳାପକୁ ନିଷିଦ୍ଧ କରାଯାଇଥିଲା, ଯାହା ଉତ୍ତେଜନାକୁ ଆହୁରି ବଢ଼ାଇ ଦେଇଥିଲା।

Advertisment

ତେବେ ପ୍ରତିବାଦ କରୁଥିବା ଛାତ୍ରମାନଙ୍କ ଉପରେ ଗୁଳିଚାଳନା ହୋଇଥିଲା। ଜଣେ ବ୍ୟକ୍ତି ପୋଲିସ ଉପସ୍ଥିତିରେ ଛାତ୍ରମାନଙ୍କ ଉପରେ ଗୁଳିଚାଳନା କରିଥିଲେ। ପୋଲିସ କିନ୍ତୁ ତାଙ୍କୁ ରୋକିବାକୁ କୌଣସି ଗମ୍ଭୀର ପ୍ରୟାସ କରିନଥିଲା, ଏବଂ ଆକ୍ରମଣକାରୀ ଘଟଣାସ୍ଥଳରୁ ପଳାଇ ଯାଇଥିଲା। ଗୁଳିଚାଳନା ଘଟଣାରେ ଜଣେ ଛାତ୍ର ଆହତ ହୋଇଥିଲେ।

ଏହା ପରେ, PoKର ଛାତ୍ର, ନାଗରିକ ସଂଗଠନ ଏବଂ ଶିକ୍ଷକମାନେ ଏକତ୍ରିତ ହୋଇ ସରକାର ଏବଂ ସେନା ବିରୋଧରେ ପ୍ରତିବାଦ କରିବା ଆରମ୍ଭ କରିଥିଲେ। ଶହବାଜ ସରିଫ ସରକାର ଏବେ ଯେକୌଣସି ମୂଲ୍ୟରେ ଏହି ଆନ୍ଦୋଳନର ରୋକିବାକୁ ଚେଷ୍ଟା କରୁଛି। କାରଣ ଯଦି ପରିସ୍ଥିତି ନିୟନ୍ତ୍ରଣ ନ ରହେ, ତେବେ ଏହି ଲହରୀ PoK ବାହାରକୁ ବ୍ୟାପି ପାକିସ୍ତାନର ବାକି ଅଂଶରେ ପହଞ୍ଚିପାରେ।

Pakistan
Advertisment
Related Articles
Advertisment