/odishatv-khabar/media/media_files/2026/03/05/pak-to-enter-iran-israel-war-2026-03-05-14-51-14.jpg)
Pak Photograph: (OTV)
ମଧ୍ୟପ୍ରାଚ୍ୟ ଯୁଦ୍ଧରେ ବଳିପଡିବ ପାକିସ୍ତାନ ! ଇସ୍ରାଏଲ-ଦୁବାଇ ଭଳି ଦଶା ଭୋଗିପାରେ । ମଧ୍ୟପ୍ରାଚ୍ୟରେ ଦିନକୁ ଦିନ ଅତି ଭୟଙ୍କର ରୂପ ନେଉଥିବା ଯୁଦ୍ଧ ଏବେ ପାକିସ୍ତାନର ନିଦ ହଜାଇଛି । କେତେବେଳେ ବି ପାକିସ୍ତାନ ଆଡକୁ ମୁହାଁଇପାରେ ଇରାନ୍ ମିସାଇଲ୍ । କାରଣ ଖୁବଶୀଘ୍ର ପାକିସ୍ତାନ ମଧ୍ୟପ୍ରାଚ୍ୟ ସଂଘର୍ଷରେ ଏଣ୍ଟ୍ରି ମାରିପାରେ । ଇରାନ୍ ଓ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧରେ ସାମିଲ୍ ହୋଇ ଇରାନ୍କୁ ଆଟାକ୍ କରିପାରେ । ଆପଣ ନିଶ୍ଚୟ ଭାବୁଥିବେ ପାକିସ୍ତାନ କାହିଁକି ବା ଯୁଦ୍ଧରେ ସାମିଲ୍ ହେବ ? ଶତ୍ରୁତା ନଥାଇ ବି କାହିଁକି ଇରାନ୍ର ଶତ୍ରୁ ପାଲଟିବ ?
ଏହାର କାରଣ ହେଉଛି ୨୦୨୫ ସେପ୍ଟେମ୍ବରରେ ସାଉଦି ଆରବ ସହ ପାକିସ୍ତାନର ଷ୍ଟ୍ରାଟେଜିକ୍ ମ୍ୟୁଚୁଆଲ ଡିଫେନ୍ସ ଏଗ୍ରିମେଣ୍ଟ ବା SMDA ଚୁକ୍ତି । ଏହି ଚୁକ୍ତି ଅନୁସାରେ ଦୁଇଟି ଦେଶର ମଧ୍ୟରୁ ଜଣକ ଉପରେ ଆକ୍ରମଣ ହେଲେ ତାହା ଅନ୍ୟଟି ଉପରେ ଆକ୍ରମଣ ଭାବରେ ଗଣାଯିବ । ବର୍ତ୍ତମାନ ଇରାନ୍ ସାଉଦି ସହର ଦୁବାଇ ଉପରେ ଘନ ଘନ ଆଟାକ୍ କରୁଛି । ଡ୍ରୋନ୍, ମିସାଇଲ୍ରେ କେତେବେଳେ ଏୟାରପୋର୍ଟ ତ ପୁଣି ବଡ ବଡ ଇନଫ୍ରାଷ୍ଟକଚର ଉଡାଇ ଦେଉଛି । ତେଣୁକରି ଚୁକ୍ତି ଅନୁଯାୟୀ ଯଦି ଇରାନର ଆକ୍ରମଣ ଜାରି ରହେ, ତାହାଲେ ପାକିସ୍ତାନକୁ ସାଉଦି ବା ଦୁବାଇ ପାଇଁ ଯୁଦ୍ଧ ଲଢିବାକୁ ପଡିବ । ଫଳରେ ଇରାନ୍ ଓ ଇସ୍ରାଏଲ ମଧ୍ୟରେ ଆରମ୍ଭ ହୋଇଥିବା ଏହି ଯୁଦ୍ଧରେ ପ୍ରଥମେ ଆମେରିକା ଓ ଗଲ୍ପ ଦେଶ ପରେ ଏବେ ପାକିସ୍ତାନ ବି ବଳି ପଡିବାକୁ ଯାଉଛି ବୋଲି ଅନୁମାନ କରାଗଲାଣି ।
ନିକଟରେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଇସାକ ଦାର୍ ଇରାନ୍କୁ ସାଉଦି ଆରବ ଉପରେ ଆଟାକ୍ ନକରିବାକୁ କହିଥିଲେ ଓ ପାକିସ୍ତାନର ଚୁକ୍ତି ବିଷୟରେ ଜଣାଇଥିଲେ । ହେଲେ ଇରାନ୍ ତାଙ୍କୁ ଖାତିର୍ ନକରି ଆଟାକ୍ ଜାରି ରଖିଛି । ତେଣୁ ନିଜର ସ୍ବାର୍ଥ୍ୟ ନଥାଇ ବି ଆଗକୁ ପାକିସ୍ତାନ ମଧ୍ୟପ୍ରାଚ୍ୟ ଯୁଦ୍ଧରେ ସାମିଲ୍ ହୋଇପାରେ ଓ ଇରାନ୍ ଉପରେ ଆକ୍ରମଣ କରିପାରେ । ଯଦି ଏପରି ହୁଏ ତାହେଲେ ଇସ୍ରାଏଲ ଓ ଦୁବାଇ ଉପରେ ଡ୍ରୋନ, ମିସାଇଲ୍ ବର୍ଷାଉଥିବା ଇରାନ୍ ପାକିସ୍ତାନର କି ଅବସ୍ଥା କରିବ ତାହା ଅନୁମାନ କରାଯାଇପାରେ ।
ତେଣୁ ସାଉଦି ସହ SMDA ଚୁକ୍ତି ପରେ ଖୁସିରେ ଉଛୁଳୁଥିବା ପାକିସ୍ତାନ ଏବେ ଏହି ଚୁକ୍ତି ପାଇଁ ବଳି ପଡିବାକୁ ଯାଉଛି । ଧନୀ ସଉଦି ସହିତ ମିଶି ନିଜକୁ ଭୂ-ରାଜନୈତିକ ସଙ୍କଟରେ ପକାଇଛି । ହେଲେ ଏବେ ବଡ ପ୍ରଶ୍ନ ହେଉଛି, ପରମାଣୁ ଶକ୍ତିସଂପନ୍ନ ପାକିସ୍ତାନ କ'ଣ ସାଉଦି ପାଇଁ ନିଜର ପରମାଣୁ ଅସ୍ତ୍ର ଦେବ ? ଏନେଇ କିଛି ସ୍ପଷ୍ଟ ହୋଇନଥିବା ବେଳେ ମଧ୍ୟପ୍ରାଚ୍ୟରେ ଏ ଯୁଦ୍ଧ ବିଭୀଷିକା ଆଗକୁ କି ରୂପ ନେବ ତାହା ଦେଖିବା ବାକି ରହିଲା ।
ବ୍ୟୁରୋ ରିପୋର୍ଟ, ଓଟିଭି
From Nomination to New Entry: ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କଲେ ନବୀନ ଓ ନୀତିଶ, ନିଶାନ୍ତ କୁମାର କରିପାରନ୍ତି ପଲିଟିକାଲ୍ ଡେବ୍ୟୁ

High-Stakes Semi-Final: ଦ୍ବିତୀୟ ସେମି ଫାଇନାଲରେ ହାଇଭୋଲଟେଜ୍ ମୁକାବିଲା, ୱାଙ୍ଖଡେ ଷ୍ଟାଡିୟମରେ ଇଂଲଣ୍ଡକୁ ଭେଟିବ ଟିମ୍ ଇଣ୍ଡିଆ

MEA Clarifies: ଆମେରିକା ବ୍ୟବହାର କରୁନି ଭାରତ ବନ୍ଦର, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା

Political Moment in Odisha: ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତା, ଏକାଠି ହେଲେ ନବୀନ ଓ ଭକ୍ତ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)