/odishatv-khabar/media/media_files/2026/03/05/t20-world-cup-2026-03-05-14-06-56.jpg)
T20 WORLD CUP Photograph: (OTV)
ଟି-୨୦ ବିଶ୍ବପକ୍ ଦ୍ବିତୀୟ ସେମି ଫାଇନାଲରେ ଆଜି ହାଇଭୋଲଟେଜ୍ ମୁକାବିଲା। ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଇଂଲଣ୍ଡକୁ ଭେଟିବ ଟିମ୍ ଇଣ୍ଡିଆ। ଦମଦାର ବିଜୟ ଆଶା ନେଇ ପଡ଼ିଆକୁ ଓହ୍ଲାଇବ ସୂର୍ଯ୍ୟ ବାହିନୀ।
ହିଷ୍ଟ୍ରି ରିପିଟ୍ ଓ ହିଷ୍ଟ୍ରି ଡିଫିଟ୍ ପାଇଁ ଆଉ ମାତ୍ର ଦୁଇ ପାଦ ଦୂର। ଫାଇନାଲ୍ ଫାଇଟ୍ ପାଇଁ କିଏ ହାତେଇବ ଟିକେଟ୍, ଆଉ ଚୁରମାର୍ ହେବ କାହାର ସ୍ୱପ୍ନ, ଏବେ ତା ଉପରେ ନଜର। କୁହାଯାଉଛି, ମୁମ୍ବାଇ ପିଚ୍ ବ୍ୟାଟରଙ୍କୁ ସୁହାଇବ। ତେଣୁ ଆଜି ବଡ ସ୍କୋରର ଆକଳନ କରିଛନ୍ତି ପିଚ୍ କ୍ୟୁରେଟର୍। ରେକର୍ଡ ଯଦିଓ ଭାରତ ସପକ୍ଷରେ ରହିଛି, କିନ୍ତୁ ବଡ଼ ମ୍ୟାଚରେ ଇଂଲିଶ୍ ଟିମ୍ ବଡ଼ ବିପର୍ଯ୍ୟୟ ଘଟାଇବାର ବି ନଜିର ରହିଛି।
ସବୁଠୁ ବଡ଼ କଥା ହେଉଛି ଟି-20 ବିଶ୍ୱକପର ଗତ ଦୁଇଟି ସଂସ୍କରଣରେ ମଧ୍ୟ ସେମିଫାଇନାଲରେ ମୁହାଁମୁହିଁ ହୋଇଥିଲେ ଭାରତ-ଇଂଲଣ୍ଡ। ଏବେ କ୍ରମାଗତ ତୃତୀୟ ଥର ପାଇଁ ଉଭୟ ଦଳ ପରସ୍ପରକୁ ସେମିରେ ଭେଟିବେ। 2022 ଟି-20 ବିଶ୍ୱକପ ସେମିଫାଇନାଲରେ ଇଂଲଣ୍ଡ 10 ୱିକେଟରେ ଭାରତକୁ ମାତ୍ ଦେଇଥିଲା। ଆଉ 2024ରେ 68 ରନରେ ଇଂଲଣ୍ଡକୁ ହରାଇଥିଲା ମେନ୍ ଇନ୍ ବ୍ଲୁ। ୱାଙ୍ଖଡେ ଷ୍ଟାଡିୟମରେ ଉଭୟ ଟିମ୍ 2ଟି ଟି-20 ଖେଳିଛନ୍ତି। ଏଥିରୁ ଗୋଟିଏ ଭାରତ ଓ ଆଉ ଏକ ବିଜୟ ଇଂଲଣ୍ଡ ନିଜ ନାଁରେ କରିଛି।...
ଆଜି ସେମିରେ ଭାରତ-ଇଂଲଣ୍ଡ ଟକ୍କର
ଆଜି ଦ୍ବିତୀୟ ସେମି ଫାଇନାଲରେ ହାଇଭୋଲଟେଜ୍ ମୁକାବିଲା
ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଇଂଲଣ୍ଡକୁ ଭେଟିବ ଟିମ୍ ଇଣ୍ଡିଆ
ଦମଦାର ବିଜୟ ଆଶା ନେଇ ପଡ଼ିଆକୁ ଓହ୍ଲାଇବ ସୂର୍ଯ୍ୟ ବାହିନୀ
ବ୍ୟାଟରଙ୍କୁ ସୁହାଇବ ମୁମ୍ବାଇ ପିଚ୍, ବଡ଼ ସ୍କୋରର ଆକଳନ
ତୃତୀୟ ଥର ପାଇଁ ପରସ୍ପରକୁ ସେମିରେ ଭେଟିବେ ଉଭୟ ଦଳ
MEA Clarifies: ଆମେରିକା ବ୍ୟବହାର କରୁନି ଭାରତ ବନ୍ଦର, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା

Political Moment in Odisha: ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତା, ଏକାଠି ହେଲେ ନବୀନ ଓ ଭକ୍ତ

Major Political Move in Bihar: ବିହାର ରାଜନୀତିରେ ବଡ଼ ପରିବର୍ତ୍ତନ, ପାଟନା ଛାଡ଼ି ରାଜ୍ୟସଭାକୁ ଯାଉଛନ୍ତି ନୀତିଶ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)