/odishatv-khabar/media/media_files/2025/11/04/pakistan-supreme-court-2025-11-04-14-40-46.jpg)
Pakistan Supreme Court Photograph: (OTV)
ପାକିସ୍ତାନରେ ଜୋରଦାର ବ୍ଲାଷ୍ଟ। ଇସଲାମାବାଦରେ ଥିବା ପାକିସ୍ତାନର ସୁପ୍ରିମକୋର୍ଟ ପରିସରରେ ଗ୍ୟାସ ସିଲିଣ୍ଡର ବ୍ଲାଷ୍ଟ ହୋଇ ୧୨ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଦୁଇଜଣଙ୍କର ଅବସ୍ଥା ଗୁରୁତର ରହିଛି ବୋଲି ଜଣାପଡ଼ିଛି। ପ୍ରାରମ୍ଭିକ ତଥ୍ୟ ଅନୁସାରେ, କୋର୍ଟ ଭିତରେ ଏସି ମରାମତି ସମୟରେ ଏହି ବିସ୍ଫୋରଣ ଘଟିଥିଲା।
ଯାହା ପରେ ଅଦାଲତ ଭିତରେ ଆତଙ୍କ ଖେଳି ଯାଇଥିଲା ଏବଂ ସମସ୍ତ ଓକିଲ, ଜଜଙ୍କ ଷ୍ଟାଫ୍ ଏବଂ କର୍ମଚାରୀମାନେ ଭବନରୁ ବାହାରି ଆସିଥିଲେ। ପୋଲିସ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ହସ୍ପିଟାଲ୍ ନେଇଯାଇଥିଲେ। ଏସି ସଜାଡୁଥିବା ଏସି ଟେକ୍ନିସିଆନମାନେ ସବୁଠାରୁ ଗୁରୁତର ଆଘାତ ପାଇଛନ୍ତି, ଜଣେ ଟେକ୍ନିସିଆନଙ୍କ ଶରୀରର ୮୦ ପ୍ରତିଶତ ପୋଡ଼ିଯାଇଛି।
ସୁପ୍ରିମ୍ କୋର୍ଟ ବେସମେଣ୍ଟ କାଫେଟେରିଆରେ ଏକ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା। ପ୍ରତ୍ୟକ୍ଷଦର୍ଶୀମାନଙ୍କ ଅନୁଯାୟୀ, ଏସିର ମରାମତି କାମ ଚାଲୁଥିଲା। ମରାମତି ସମୟରେ କୋର୍ଟ ପରିସରରେ ଥିବା କ୍ୟାଣ୍ଟିନରେ ସିଲିଣ୍ଡର ଗ୍ୟାସ୍ ଲିକ୍ ହେଉଥିଲା। ଯାହା ପରେ ସିଲିଣ୍ଡରରେ ହଠାତ୍ ନିଆଁ ଧରିଯାଇ ଜୋରଦାର ବିସ୍ଫୋରଣ ହୋଇଥିଲା।
ଏହି ବ୍ଲାଷ୍ଟ ଏତେ ତୀବ୍ର ଥିଲା ଯେ କୋର୍ଟର ତଳ ମହଲା ଗୁଡ଼ିକ ହଲି ଯାଇଥିଲା। ସେଠାରେ ଥିବା ଲୋକମାନେ ଭୟଭୀତ ହୋଇ ଦୌଡ଼ି ବାହାରକୁ ଯିବାକୁ ଲାଗିଥିଲେ। ଏହି ଦୁର୍ଘଟଣାରେ କୋର୍ଟ ନମ୍ବର ୬ରେ ସର୍ବାଧିକ କ୍ଷତି ହୋଇଛି। ଦୁର୍ଘଟଣା ସମୟରେ ଜଷ୍ଟିସ୍ ଆଲି ବାକର୍ ନଜଫି ଏବଂ ଜଷ୍ଟିସ୍ ଶାହଜାଦ୍ ମଲିକ୍ କୋର୍ଟ ନମ୍ବର ୬ରେ ଶୁଣାଣି କରୁଥିଲେ।
Kidney Transplantation: ମଣିଷ ଶରୀରରେ ଘୁଷୁରୀ କିଡନୀ: ଚାଲିଛି କ୍ଲିନିକାଲ ପରୀକ୍ଷଣ

Ganja Oil: ଗଞ୍ଜେଇ ଖୋଜୁଥିଲେ ମିଳିଲା ତେଲ, କିପରି ପ୍ରସ୍ତୁତ ହୁଏ ଗଞ୍ଜେଇ ତେଲ

Cyber Stalker Unmasked: ଅଭିନେତ୍ରୀଙ୍କୁ ପଠାଉଥିଲେ ଅଶ୍ଳୀଳ ମେସେଜ ଓ ଭିଡିଓ.... ଗିରଫ କଲା ପୋଲିସ

Digital Struggle: ଟାୱାର ଅଛି ହେଲେ ଆସୁନି ନେଟୱର୍କ... ଇ-କେୱାଇସି ପାଇଁ ଚଢ଼ୁଛନ୍ତି ଘାଟି

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)