Advertisment

Pakistan Viral Video: ପାକିସ୍ତାନ ଛାତ୍ର ଗାଇଲେ 'ଜନ ଗଣ ମନ', ମୁନୀରଙ୍କ ମୁହଁରେ ଶକ୍ତ ଚାପୁଡା...

ପାକିସ୍ତାନରୁ ଏକ ରୋଚକ ଭିଡିଓ ଖୁବ୍ ଭାଇରାଲ ହେଉଛି । ଯେଉଁଥିରେ କିଛି ପାକିସ୍ତାନୀ ଛାତ୍ର ସମସ୍ତଙ୍କ ସାମ୍ନାରେ ଉଚ୍ଚ ସ୍ୱରରେ ଭାରତର ଜାତୀୟ ସଂଗୀତ 'ଜନ ଗଣ ମନ' ଗାଉଥିବାର ଦେଖିବାକୁ ମିଳୁଛି ।

author-image
Namita Biswal
India-Anthem-In-Pakistan

Pakistan Photograph: (OTV)

ପାକିସ୍ତାନରେ ଶୁଭିଲା 'ଜନ ଗଣ ମନ' । ଛାତି ଫୁଲେଇ ଭାରତର ଜାତୀୟ ସଂଗୀତ ଗାଇଲେ ପାକ୍ ଛାତ୍ର । ମୁନୀରଙ୍କ ମୁହଁରେ ଶକ୍ତ ଚାପୁଡା !
ଭାରତର ଚିର ଶତ୍ରୁ ପାକିସ୍ତାନ । ସବୁବେଳେ ଭାରତର ଅମଙ୍ଗଳ ଚାହୁଁଥାଏ, ଆତଙ୍କୀ ହମ୍‌ଲା ଘଟାଇବାକୁ ପ୍ଲାନ୍ କରୁଥାଏ । ହେଲେ ସେଇ ପାକିସ୍ତାନରୁ ଏବେ ଏହି ରୋଚକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

Advertisment

ଯେଉଁଥିରେ କିଛି ପାକିସ୍ତାନୀ ଛାତ୍ର ସମସ୍ତଙ୍କ ସାମ୍ନାରେ ଉଚ୍ଚ ସ୍ୱରରେ ଆମର ଜାତୀୟ ସଂଗୀତ 'ଜନ ଗଣ ମନ' ଗାଉଥିବାର ଦେଖିବାକୁ ମିଳୁଛି ।  ତାହେଲେ କ'ଣ ପାକିସ୍ତାନରେ କୁହୁଳୁଛି କି ବିଦ୍ରୋହର ନିଆଁ ? ମୁନୀର-ସରିଫଙ୍କ ଶାସନରେ ଅତିଷ୍ଠ ହୋଇଗଲେଣି କି ପାକ୍‌  ବାସୀ ?

ପାକିସ୍ତାନ ଗାଉଛି ଜନ ଗଣ ମନ:

ଏହି ଭିଡିଓଟି ପାକିସ୍ତାନ ଖୈବର ପଖତୁନଖ୍ୱାରେ ଥିବା 'ବାଚ୍ଚା ଖାନ୍ ୟୁନିଭରସିଟି'ର ବୋଲି କୁହାଯାଇଛି । ଜନ ଗଣ ମନ ଗାଉଥିବା ଛାତ୍ରଙ୍କ ନାଁ ଜିବ୍ରାନ ରିୟାଜ । ୟୁନିଭରସିଟିରେ ଗତ ୧୨ ତାରିଖରୁ ବାର୍ଷିକ ଯୁବ ମହୋତ୍ସବ କାର୍ଯ୍ୟକ୍ରମ ଚାଲିଥିଲା । ଯେଉଁଥିରେ ସେ ଭାରତର ଜାତୀୟ ସଂଗୀତ ଗାଇଥିଲେ । ଭିଡିଓରେ ଦେଖାଯାଉଛି, ଛାତ୍ର ଜଣକ ଖୁବ୍ ଆତ୍ମବିଶ୍ୱାସର ସହ ନିର୍ଭୁଲ ଭାବେ ଛାତିରେ ହାତ ରଖି ଜନ ଗଣ ମନ ଗାଉଛନ୍ତି । ତାଙ୍କ ସହ ମିଶି ଆଉ ତିନି ଜଣ ଛାତ୍ର ମଧ୍ୟ ଗାଉଥିବା ଦେଖାଯାଉଛି । ଯାହାକି ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । 
ଗୋଟିଏ ପଟେ ପାକିସ୍ତାନଠୁ ସ୍ୱାଧୀନତା ଦାବିରେ ବିଦ୍ରୋହ କରିଆସୁଛି ବଲୁଚିସ୍ତାନ ଲିବରେସନ ଆର୍ମି । ପାକ୍ ସରକାରର ଅତ୍ୟାଚାର ବିରୋଧରେ ଅସ୍ତ୍ର ଉଠାଉଛନ୍ତି ବଲୁଚବାସୀ । ଆଉ ଏବେ ଏହି ଘଟଣା ପାକିସ୍ତାନର ଯୁବପିଢିଙ୍କ ମଧ୍ୟରେ ଭାରତ ପ୍ରତି ସକାରାତ୍ମକ ଭାବନାକୁ ଦର୍ଶାଉଛି । ତେବେ ଭାରତର ଜାତୀୟ ସଂଗୀତ ଗାନ କରିବା ଯୋଗୁଁ ସମ୍ପୃକ୍ତ ଛାତ୍ରମାନଙ୍କୁ କଲେଜରୁ ବହିଷ୍କାର କରାଯାଇଥିବା ଜଣାପଡିଛି ।  
 

Advertisment

ବ୍ୟୁରୋ ରିପୋର୍ଟ, ଓଟିଭି

Pakistan Viral Video National Anthem
Advertisment
Related Articles
Advertisment