/odishatv-khabar/media/media_files/2026/02/17/water-problem-2026-02-17-10-36-33.jpg)
Water Problem Photograph: (OTV)
ଆମେ ଛୋଟ ଜାତିର ଲୋକ ବୋଲି, ଆମ ପଡାକୁ ପାଣି ଆସୁନି । ଷ୍ଟ୍ରିଟ ଲାଇଟ ଜଳୁନି । ଗାଁରେ ଥିବା ନଳକୂପରୁ ବି ପାଣି ଆଣିବା ମନା । ଇଏ ଏ ମହିଳାଙ୍କ ଅଭିଯୋଗ । ଆଧୁନିକ ବିଜ୍ଞାନ ଯୁଗରେ, ଏଭଳି ବି ଅଭିଯୋଗ ଆସିପାରେ, ଯାହା ଅବିଶ୍ବସନୀୟ ।
କିନ୍ତୁ ସତ । ବଲାଙ୍ଗିର ଜିଲ୍ଳା ତୁରେକେଲା ବ୍ଳକ ଡୁମେରଚୁଆଁ ଗାଁର ଏ ଚିତ୍ର । ଗତ ଦେଢବର୍ଷ ଧରି ଗାଁର ଦଳିତ ପଡାକୁ ପଂଚାୟତ ଯୋଗାଣ ପାଣି ଆସୁନାହିଁ କି ଏପରିକି ଷ୍ଟ୍ରିଟ ଲାଇଟ ଜଳୁନାହିଁ ।
ଉଭୟ ପଡା ଭିତରେ ସଂପର୍କ ତିକ୍ତ ହୋଇଥିବାରୁ, ଗାଁର ନଳକୂପରୁ ବି ଦଳିତପଡାର ମହିଳାଙ୍କ ପାଇଁ ବାସନ୍ଦ କରାଯାଇଛି । ଏନେଇ ବର୍ଷେରୁ ଅଧିକ ସମୟ ହେବ ବାରମ୍ବାର ପ୍ରଶାସନକୁ ଅଭିଯୋଗ କଲା ପରେ ପ୍ରଶାସନ ବସିଛି ।
ଦେଢବର୍ଷ ତଳେ ଡୁମେରଚୁଆଁ ଗାଁର ଦଳିତ ପଡା ଓ ଗଉଡ ପଡା ମଧ୍ୟରେ କୌଣସି କାରଣକୁ ନେଇ ଗଣ୍ଡୋଗୋଳ ହୋଇଥିଲା । ସେହିଦିନ ଠାରୁ ଉଭୟପଡା ଭିତରେ ଲାଗିରହିଥିଲା ଝକାପଞ୍ଝା । ଏପରିକି ଦଳିତ ପରିବାରକୁ ନିଆଁ ପାଣି ବନ୍ଦ କରିଥିଲା ଗଉଡପଡା ।
କିନ୍ତୁ ଗତ ୭ ତାରିଖ, ଗଉଡପଡାର ଏକ ବାହାଘରେ ବାଜା ବଜାଇବା ପାଇଁ ଯାଇଥିଲେ ଦଳିତ ପଡାର ଡିଜେ ଟିମ । ବାସ୍ ସେଇଠି ହେଲା ଗଣ୍ଡଗୋଳ । ଆକ୍ରମଣରେ କିଛି କଳାକାର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ତେଣୁ ପୂର୍ବତନ ସରପଂଚ ହରି ପୋଢଙ୍କ ସମେତ, ଗଉଡପଡାର ଅନ୍ୟ ପାଂଚଜଣଙ୍କ ବିରୋଧରେ ମାମଲା ବି ରୁଜୁ ହୋଇଛି ।
ହେଲେ କାର୍ଯ୍ୟାନୁଷ୍ଠାନତ ଦୂରର କଥା, ପ୍ରତିକ୍ରିୟା ବି ଦେଉନାହାନ୍ତି କୌଣସି ପ୍ରଶାସନିକ ଅଧିକାରୀ । ତେଣୁ ସେହି କାରଣରୁ ଦେଢବର୍ଷ ଧରି ଦଳିତ ପଡାକୁ ନିଆଁପାଣି ବାସନ୍ଦ କରାଯାଇଥିବା ଅଭିଯୋଗ ହୋଇଛି ।
Sarthak Mahapatra Missing: ସିଙ୍ଗାପୁରରେ ଖୋଜିଲେ ମା’-ମାମୁ, ହେଲେ ମିଳୁନାହାନ୍ତି ସାର୍ଥକ

3 Awarded Death Penalty: ହାମ୍ପି ଗଣଦୁଷ୍କର୍ମ ଓ ହତ୍ୟା: ଫାଶି ଦଣ୍ଡ ଶୁଣାଇଲେ କୋର୍ଟ, ମାମଲା ବିରଳରୁ ବିରଳତମ

Newborn Baby Girl Rescued: ଯାଜପୁର ରୋଡ୍ ଲଜ୍ଜା: ମିଳିଲା ନବଜାତ

Deodorant Health Risks: ଡିଓଡ୍ରେଣ୍ଟ-ଅତର ବ୍ୟବହାର କରୁଛନ୍ତି କି… ଚାଲିଯିବ ଜୀବନ!

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)