/odishatv-khabar/media/media_files/2026/02/17/odia-sailor-missing-case-2026-02-17-11-05-38.jpg)
Odia Sailor Missing Case Photograph: (OTV)
ନାବିକ ପୁଅକୁ ଖୋଜି ନ ପାଇବା ପରେ ମାଆ ଓ ମାମୁ ନିରାଶ ହୋଇ ଫେରିଛନ୍ତି। ପୁଅକୁ ନପାଇ ନିରାଶ ହେବା ପରେ ଆଜି ଭୁବନେଶ୍ୱର ଫେରିଛନ୍ତି ସାର୍ଥକଙ୍କ ମାଆ ଓ ମାମୁଁ। ନିଖୋଜ ଥିବା ଓଡ଼ିଆ ନାବିକ ସାର୍ଥକ ମହାପାତ୍ରଙ୍କୁ ଖୋଜିବାକୁ ମାଆ ରଶ୍ମିତା ମହାପାତ୍ର ଏବଂ ମାମୁ ସିଙ୍ଗାପୁର ଯାଇଥିଲେ।
ସିଙ୍ଗାପୁରରେ ଯେଉଁ ଜାହାଜରେ ରହସ୍ୟମୟ ଭାବେ ନାବିକ ସାର୍ଥକ ମହାପାତ୍ର ନିଖୋଜ ହୋଇଥିବା ସୂଚନା ଆସିଥିଲା, ସେହି ଜାହାଜରେ ମାଆ ଏବଂ ମାମୁଙ୍କ ସମେତ ଭାରତ ସରକାରଙ୍କ ପକ୍ଷରୁ DG ସିପିଙ୍ଗର ଦୁଇ ବରିଷ୍ଠ ଅଧିକାରୀ ମିଶି ବିଭିନ୍ନ ସ୍ଥାନ ବୁଲି ଖୋଜିଥିଲେ। ହେଲେ ସାର୍ଥକଙ୍କ ପତ୍ତା ମିଳିନଥିଲା। ଏନେଇ ପରିବାରର ବଢ଼ିଛି ଚିନ୍ତା। ସାର୍ଥକଙ୍କ ଆଇମା କହିଛନ୍ତି ତାଙ୍କ ନାତିକୁ ଲୁଚାଇ ରଖାଯାଇଛି। ତାକୁ ଖୋଜି ଆଣି ଦେବାକୁ କହିଛନ୍ତି ସାର୍ଥକଙ୍କ ଆଈ।
ସିଙ୍ଗାପୁରରୁ ଫେରିବା ପରେ ମର୍ଚ୍ଚାଣ୍ଟ ନ୍ୟାଭି କ୍ୟାଡେଟ୍ ସାର୍ଥକ ମହାପାତ୍ରଙ୍କ ମାମୁ କମ୍ପାନୀ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ସାର୍ଥକଙ୍କୁ ଖୋଜିବାରେ କଂପାନୀ କୌଣସି ପ୍ରକାର ସହଯୋଗ କଲାନି। ଷ୍ଟାଫଙ୍କ ସହ କଥା କରାଇ ଦେଲେନି, ବାରମ୍ବାର ପ୍ରତିରୋଧ କରୁଥିଲେ। ଆମେ ସାର୍ଥକଙ୍କ ବାବଦରେ ପଚାରିବା ବେଳେ ପ୍ରତିରୋଧ କରୁଥିଲେ। କେବଳ ସାର୍ଥକଙ୍କ କ୍ୟାବିନ୍ କୁ ଯିବାକୁ ଅନୁମତି ଦେଲେ।
ଜାହାଜର ଅନ୍ୟ କୌଣସି ସ୍ଥାନକୁ ଆଦୌ ଛାଡ଼ିଲେନି। ମାତ୍ର ୨ ଘଣ୍ଟା ମଧ୍ୟରେ ଆମକୁ ଜାହାଜରୁ ଓହ୍ଲାଇ ଦେଲେ। ସବୁବେଳେ ସେମାନେ ଆମକୁ ଘେରି ରହୁଥିଲେ। ଆମେ ଯାହା ସନ୍ଦେହ କରୁଛୁ, ତାହା ହିଁ ହୋଇଥାଇପାରେ। ସାର୍ଥକଙ୍କ ସହ କିଛି ଅଘଟଣ ଘଟିଛି। ଡିଜି ସିପିଂର ୨ ଅଧିକାରୀ ଆମକୁ ବହୁତ ସହଯୋଗ କଲେ। କଂପାନୀର ଅନେକ ଦୋଷ ତ୍ରୁଟି ସେମାନେ ବାହାରକୁ ଆଣିଲେ।
Caste Discrimination: ଧନ୍ୟ ତମ ମାନସିକତା, ଛୋଟ ଜାତି ବୋଲି ଗାଁକୁ ଦେଲେନି ପାଣି !

Sarthak Mahapatra Missing: ସିଙ୍ଗାପୁରରେ ଖୋଜିଲେ ମା’-ମାମୁ, ହେଲେ ମିଳୁନାହାନ୍ତି ସାର୍ଥକ

3 Awarded Death Penalty: ହାମ୍ପି ଗଣଦୁଷ୍କର୍ମ ଓ ହତ୍ୟା: ଫାଶି ଦଣ୍ଡ ଶୁଣାଇଲେ କୋର୍ଟ, ମାମଲା ବିରଳରୁ ବିରଳତମ

Newborn Baby Girl Rescued: ଯାଜପୁର ରୋଡ୍ ଲଜ୍ଜା: ମିଳିଲା ନବଜାତ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)