/odishatv-khabar/media/media_files/2025/12/29/operation-sindoor-2025-12-29-14-54-38.jpg)
Operation Sindoor Photograph: (OTV)
ଭାରତର ଅପରେସନ୍ ‘ସିନ୍ଦୂର’ କେତେ ଭୟଙ୍କର ଥିଲା। ଖୋଦ୍ ନିଜ ମୁହଁରେ ବଖାଣିଛନ୍ତି ପାକିସ୍ତାନ ରାଷ୍ଟ୍ରପତି ଆସିଫ ଅଲି ଜର୍ଦାରୀ। ଭାରତର ପ୍ରଚଣ୍ଡ ଆକ୍ରମଣରେ ଥରହର ହେଉଥିଲା ପାକିସ୍ତାନ । ଏମିତିକି ପୂରା ପାକିସ୍ତାନରେ ସୃଷ୍ଟି ହୋଇଥିଲା କୋକୁଆ ଭୟ। ଶେଷରେ ବଙ୍କରରେ ଲୁଚିବାକୁ ବାଧ୍ୟ ହୋଇଥିଲେ। ପ୍ରଥମ ଥର ପାଇଁ ସ୍ୱୀକାର କରିଛନ୍ତି ପାକିସ୍ତାନ ରାଷ୍ଟ୍ରପତି ଆସିଫ ଅଲି ଜର୍ଦାରୀ।
ବରିଷ୍ଠ ପାକିସ୍ତାନୀ ସେନା ଅଧିକାରୀ ମଧ୍ୟ ନିଜ ଜୀବନ ବଞ୍ଚାଇବା ପାଇଁ ବଙ୍କରକୁ ଯାଇଥିଲେ। 'ଅପରେସନ ସିନ୍ଦୂର' ସମୟରେ ପାକିସ୍ତାନୀ ସେନା ମୁଖ୍ୟ ଅସୀମ ମୁନିରଙ୍କୁ ମଧ୍ୟ କିଛି ଦିନ ପାଇଁ ଦେଖିବାକୁ ମିଳିନଥିଲା। ସାମରିକ ସଚିବ ପାକିସ୍ତାନ ନେତାମାନଙ୍କୁ ବଙ୍କରରେ ରହିବାକୁ କହିଥିଲେ, କିନ୍ତୁ ମୁଁ ମନା କରିଥିଲି ବୋଲି ଜର୍ଦାରୀ କହିଛନ୍ତି। ଏକ ସାକ୍ଷାତକାରରେ ପାକ୍ ରାଷ୍ଟ୍ରପତି ଆସିଫ ଅଲି ଜର୍ଦାରୀ ଏହା ସ୍ୱୀକାର କରି କହିଛନ୍ତି।
ଅପରେସନ୍ ‘ସିନ୍ଦୂର’ ସମୟରେ ଥରୁଥିଲା ପାକିସ୍ତାନ
ପାକିସ୍ତାନ ନେତାଙ୍କ ଭିତରେ ଥିଲା ଭୟର ବାତାବରଣ
ବଙ୍କରରେ ଲୁଚି ରହିବାକୁ କୁହାଯାଇଥିଲା
ବରିଷ୍ଠ ସେନା ଅଧିକାରୀଙ୍କ ମଧ୍ୟରେ ଥିଲା କୋକୁଆ ଭୟ
ନିଜ ଜୀବନ ବଞ୍ଚାଇବା ପାଇଁ ସମସ୍ତେ ବଙ୍କରକୁ ଯାଇଥିଲେ
ନିଜ ମୁହଁରେ ସ୍ବୀକାର କରିଛନ୍ତି ପାକିସ୍ତାନ ରାଷ୍ଟ୍ରପତି
Explosive Situation in BJD: ବିଜେଡିରେ ଅସମ୍ଭାଳ ଅସନ୍ତୋଷ; କର୍ମକର୍ତ୍ତାଙ୍କ ନାଁ ଘୋଷଣାକୁ ନେଇ ବିବାଦ

Unnao rape case hearing: ବହୁଚର୍ଚ୍ଚିତ ‘ଉନ୍ନାଓ’ ଦୁଷ୍କର୍ମ ମାମଲାର ଶୁଣାଣି; ଅଭିଯୁକ୍ତ କୁଲଦୀପ ସିଂ ସେନଗରଙ୍କୁ ଝଟକା

Fire Breaks Out At Nursing Home: ନର୍ସିଂ ହୋମରେ ନିଆଁ, ଜଳିଗଲେ ୧୬ ବୃଦ୍ଧ, ବୃଦ୍ଧା

Smriti Mandhana: ନିଜ ରେକର୍ଡ ଭାଙ୍ଗିଲେ ନିଜେ: ୧୦ ହଜାର ରନ୍ କ୍ଲବରେ ସ୍ମୃତି...

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)