/odishatv-khabar/media/media_files/2025/12/29/unnao-rape-case-2025-12-29-14-47-19.jpg)
Unnao Rape Case Photograph: (OTV)
ବହୁଚର୍ଚ୍ଚିତ ‘ଉନ୍ନାଓ’ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ କୁଲଦୀପ ସି ସେନଗରଙ୍କୁ ଝଟକା । ସୁପ୍ରିମକୋର୍ଟରେ ଆଜି ଏହି ବହୁଚର୍ଚ୍ଚିତ ଦୁଷ୍କର୍ମ ମାମଲାର ଶୁଣାଣି ହୋଇଛି। ଶୁଣାଣିରେ ଦିଲ୍ଲୀ ହାଇକୋର୍ଟଙ୍କ ରାୟ ଉପରେ ରୋକ୍ ଲଗାଇଛନ୍ତି ଉଚ୍ଚତମ ନ୍ୟାୟାଳୟ। ୪ ସପ୍ତାହ ଭିତରେ ଜବାବ ଦାଖଲ ପାଇଁ ସେନଗରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଦିଲ୍ଲୀ ହାଇକୋର୍ଟ ସେନଗରଙ୍କୁ ଜାମିନ୍ ଦେଇଥିଲେ। ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ୪ ସପ୍ତାହ ପରେ ସୁପ୍ରିମକୋର୍ଟରେ ପରବର୍ତ୍ତୀ ଶୁଣାଣି ହେବ।
ସୁପ୍ରିମକୋର୍ଟର ସ୍ବତନ୍ତ୍ର ଛୁଟିକାଳୀନ ବେଞ୍ଚ୍ ଶୁଣାଣି କରିବେ। CJI ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ କରିବେ ଶୁଣାଣି। ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। ଉତ୍ତରପ୍ରଦେଶ ‘ଉନ୍ନାଓ’ ଦୁଷ୍କର୍ମ ମାମଲାକୁ ନେଇ ଏବେ ଉଠୁଛି ପଡ଼ୁଛି ଦିଲ୍ଲୀଠୁ ସୋସିଆଲ୍ ମିଡିଆ। ମାମଲାର ମୁଖ୍ୟ ଅଭିଯୁକ୍ତ ପୂର୍ବତନ ‘ଉନ୍ନାଓ’ ବିଧାୟକ କୁଲଦୀପ ସେନଗରଙ୍କୁ ଜାମିନ ମିଳିଛି। ଯାହାକୁ ବିରୋଧ କରିଥିଲେ ଖୋଦ୍ ପୀଡ଼ିତାଙ୍କ ସମେତ ଅନେକ ସମାଜସେବୀ। ଦିଲ୍ଲୀ ଇଣ୍ଡିଆ ଗେଟ୍ ସମ୍ମୁଖରେ ବି ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା। ଏହାକୁ ନେଇ ଚାରିଆଡ଼ୁ ବିରୋଧ ବି ହୋଇଥିଲା।
କୁଲଦୀପ ସିଂ ସେନଗରଙ୍କୁ ଝଟକା
ବହୁଚର୍ଚ୍ଚିତ ‘ଉନ୍ନାଓ’ ଦୁଷ୍କର୍ମ ମାମଲାର ଶୁଣାଣି
ଅଭିଯୁକ୍ତ କୁଲଦୀପ ସିଂ ସେନଗରଙ୍କୁ ଝଟକା
ବହିଷ୍କୃତ ବିଜେପି ନେତା କୁଲଦୀପ ସିଂ ସେନଗର
ଦିଲ୍ଲୀ ହାଇକୋର୍ଟଙ୍କ ରାୟ ଉପରେ ଲାଗିଲା ରୋକ୍
୪ ସପ୍ତାହ ଭିତରେ ଜବାବ ଦାଖଲ ପାଇଁ ସେନଗରଙ୍କୁ ନିର୍ଦ୍ଦେଶ
ଦିଲ୍ଲୀ ହାଇକୋର୍ଟ ସେନଗରଙ୍କୁ ଦେଇଥିଲେ ଜାମିନ୍
ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା
୪ ସପ୍ତାହ ପରେ ସୁପ୍ରିମକୋର୍ଟରେ ପରବର୍ତ୍ତୀ ଶୁଣାଣି
Fire Breaks Out At Nursing Home: ନର୍ସିଂ ହୋମରେ ନିଆଁ, ଜଳିଗଲେ ୧୬ ବୃଦ୍ଧ, ବୃଦ୍ଧା

Smriti Mandhana: ନିଜ ରେକର୍ଡ ଭାଙ୍ଗିଲେ ନିଜେ: ୧୦ ହଜାର ରନ୍ କ୍ଲବରେ ସ୍ମୃତି...

Rush Builds Up at Shreekhetra: ଦୁଇ ଦିନ ପରେ ନୂଆବର୍ଷ, ଶ୍ରୀକ୍ଷେତ୍ରରେ ବଢ଼ୁଛି ଭିଡ଼

SI Exam Scam: SI ପରୀକ୍ଷା ସ୍କାମ୍: ପ୍ରାଥମିକ ଚାର୍ଜସିଟ୍ ଦାଖଲ କଲା CBI

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)