Advertisment

Smriti Mandhana: ନିଜ ରେକର୍ଡ ଭାଙ୍ଗିଲେ ନିଜେ: ୧୦ ହଜାର ରନ୍ କ୍ଲବରେ ସ୍ମୃତି...

ଆଉ ଏକ ରେକର୍ଡ କଲେ ମହିଳା କ୍ରିକେଟର ସ୍ମୃତି । ୧୦ ହଜାର ଅନ୍ତର୍ଜାତୀୟ ରନ୍ ପୂରଣ କଲେ । ବିଶ୍ବରେ ଚତୁର୍ଥ କ୍ରିକେଟର ଭାବରେ ୧୦ ହଜାର ରନ୍ ସଂଗ୍ରହ । ମିତାଲି ରାଜଙ୍କ ପରେ ଦ୍ବିତୀୟ ଭାରତୀୟ ଭାବରେ ସଫଳତା ।

author-image
Sujit kumar Swain
Smriti Mandhana Enters 10,000 International Runs Club

Smriti Mandhana Enters 10,000 International Runs Club Photograph: (OTV)

୧୦ ହଜାର ରନ୍ କ୍ଲବରେ ଭାରତୀୟ ମହିଳା କ୍ରିକେଟର ସ୍ମୃତି ମାନ୍ଧାନା। ତିରୁବନ୍ତପୁରମରେ ଶ୍ରୀଲଙ୍କା ବିପକ୍ଷ ଚତୁର୍ଥ ଟି-ଟ୍ବେଣ୍ଟିରେ ୮୦ ରନର ବିସ୍ଫୋରକ ଇନିଂସ ଖେଳିବା ସହ ଏହି ସଫଳତା ପାଇଛନ୍ତି। ୧୦ ହଜାର ଅନ୍ତର୍ଜାତୀୟ ରନ୍ କରିବାରେ ସେ ବିଶ୍ବରେ ଚତୁର୍ଥ କ୍ରିକେଟର।

Advertisment

ସେହିପରି ମିତାଲି ରାଜଙ୍କ ପରେ ଦ୍ବିତୀୟ ଭାରତୀୟ କ୍ରିକେଟର ଭାବରେ ଏହି କିର୍ତ୍ତୀ ହାସଲ କରିଛନ୍ତି ସ୍ମୃତି ମାନ୍ଧାନା। ୨୮୧ ଇନିଂସରୁ ଦ୍ରୁତ ୧୦ ହଜାର ରନ୍ ସଂଗ୍ରହ କରିଛନ୍ତି। ମିତାଲି ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ୧୦ହଜାର ୮୬୮ ରନ୍ କରିଛନ୍ତି। ତାଙ୍କ ସହ ୧୦ ହଜାର ରନ୍ କ୍ଲବରେ ରହିଥିଲେ ନ୍ୟୁଜିଲାଣ୍ଡର ସୁଜି ବେଟ୍ସ ଓ ଇଂଲଣ୍ଡର ଚାର୍ଲୋଟି ଏଡୱାର୍ଡସ। 

ଦେଖନ୍ତୁ ଭିଡ଼ିଓ: 

Smriti Mandhana latest update Smriti Mandhana news Smriti Mandhana Cricket
Advertisment
Related Articles
Advertisment