/odishatv-khabar/media/media_files/2025/10/18/pakistan-airstrike-cricketer-death-2025-10-18-15-50-22.jpg)
Pakistan-airstrike-cricketer-death Photograph: (OTV)
ଦୋମୁହାଁ ପାକିସ୍ତାନ... । ବନ୍ଧୁତାର ହାତ ବଢାଇ ପିଠିରେ ଭୁସିଲା ଛୁରୀ । ଅସ୍ତ୍ରବିରତି ଉଲ୍ଲଙ୍ଘନ କରି ଆଫଗାନିସ୍ତାନରେ ଏୟାରଷ୍ଟ୍ରାଇକ କରିଛି ପାକିସ୍ତାନ ସେନା । ଶୁକ୍ରବାର ବିଳମ୍ବିତ ରାତିରେ ହୋଇଛି ଏ ଆକ୍ରମଣ । ଆଉ ଏଥିରେ ଚାଲିଯାଇଛି ଆଫଗାନର ୩ ଯୁବ କ୍ରିକେଟରଙ୍କ ଜୀବନ । ମୃତ କ୍ରିକେଟରମାନେ ହେଲେ କବୀର, ସିବଘାତୁଲ୍ଲା ଏବଂ ହରୁନ । ସେମାନେ ଏକ ମ୍ୟାଚ୍ ଖେଳି ଘରକୁ ଫେରିବା ବେଳେ ହୋଇଥିଲା ବୋମା ମାଡ଼ ।
ପାକିସ୍ତାନର ଏୟାରଷ୍ଟ୍ରାଇକରେ କ୍ରିକେଟରଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ହୋଇଛି । ୭ ଗୁରୁତର ଅଛନ୍ତି । ଶୁକ୍ରବାର ରାତିରେ ଡୁରାଣ୍ଡ ଲାଇନ ଅଞ୍ଚଳରେ ଏହି ଆକ୍ରମଣ କରିଛି ପାକିସ୍ତାନ ସେନା । ଆଫଗାନର ଅରଗୁନ ଓ ବରମାଲ ଜିଲ୍ଲାର ଅନେକ ଘରଦ୍ୱାର ଧ୍ୱଂସ ହୋଇଯାଇଛି । ତେବେ ଆଫଗାନିସ୍ତାନ ସହ ୪୮ ଘଣ୍ଟିଆ ଯୁଦ୍ଧବିରତି ଅବଧି ବଢାଇବାକୁ ସହମତି ହେବାର କେଇ ଘଣ୍ଟା ମଧ୍ୟରେ ଏପରି ଆଟାକ୍ କରିଛି ପାକିସ୍ତାନ ।
ସେପଟେ ଏହି ଆକ୍ରମଣରେ ଯୁବ କ୍ରିକେଟରଙ୍କ ମୃତ୍ୟୁକୁ ନେଇ ତାତିଛି ଆଫଗାନିସ୍ତାନ । ପାକିସ୍ତାନ ସହ କ୍ରିକେଟ ନ ଖେଳିବାକୁ କରିଛି ଘୋଷଣା । ଏହାସହ ଆଗାମୀ ଦିନରେ ଶ୍ରୀଲଙ୍କା ଓ ପାକିସ୍ତାନ ସହ ଖେଳାଯିବାକୁ ଥିବା ତ୍ରି-ରାଷ୍ଟ୍ରୀୟ T20 ସିରିଜ୍ରୁ ବି ଓହରିଯାଇଛି ଆଫଗାନ କ୍ରିକେଟ ବୋର୍ଡ ।
ପାକିସ୍ତାନ ଭୀରୁ ଭଳି ଆକ୍ରମଣ କରିଛି । ଗୋଟିଏ ପଟେ ଯୁଦ୍ଧବିରତି ପାଇଁ ରାଜି ହୋଇ, ଅନ୍ୟ ପଟେ ନିଜେ ଆଟାକ୍ କରିଛି । ଏହାର କଡା ଜବାବ ଦେବୁ । ପାକିସ୍ତାନକୁ ଏମିତି ଚେତାବନୀ ଦେଇଛନ୍ତି ତାଲିବାନ ଅଧିକାରୀ । ତେଣୁ ପାକିସ୍ତାନ- ଆଫଗାନିସ୍ତାନ ସଂଘର୍ଷ ଆଗରୁ ଆହୁରି ଭୟଙ୍କର ରୂପ ନେବା ନେଇ କରାଯାଉଛି ଆଶଙ୍କା...
Firecrackers: ବାଣ ଫୁଟାଇବା ପୂର୍ବରୁ ଜାଣିରଖନ୍ତୁ ଡେଡଲାଇନ୍ ଓ ନିୟମାବଳୀ, ନଚେତ୍ ବାନ୍ଧିବ ପୋଲିସ୍

October Cyclone Alert: ଅକ୍ଟୋବରରେ ପୁଣି ବାତ୍ୟା! ଇତିହାସକୁ ଦୋହରେଇବ କି ବଙ୍ଗୋପସାଗର?

Pakistan: ଔଷଧ ବିକଳରେ ତାଟିଆ କାମୁଡୁଛି ପାକିସ୍ତାନ୍; ଭାରତକୁ ଦେଉଛି ଦୋଷ

Five-Star Plane Restaurant: ବାୟୁସେନା ଯୁଦ୍ଧବିମାନରେ ତିଆରି ହେବ ଫାଇଭ ଷ୍ଟାର୍ ରେଷ୍ଟୁରାଣ୍ଟ୍

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)