Advertisment

Pakistan: ଔଷଧ ବିକଳରେ ତାଟିଆ କାମୁଡୁଛି ପାକିସ୍ତାନ୍; ଭାରତକୁ ଦେଉଛି ଦୋଷ

ଔଷଧ ବିକଳରେ ତାଟିଆ କାମୁଡୁଛି ପାକିସ୍ତାନ୍। ନିଜର ଅପାରପଣିଆକୁ ନେଇ କୋଡି ହେଉଛି। ଟାଣିଟୁଣି ଭାରତକୁ ଦେଉଛି ଦୋଷ। କହୁଛି ଭାରତ ଚଲାଉଛି "ମନ୍ଦ ବୁଦ୍ଧି"। ନିଜର ପରାଜୟ ପାଇଁ ଭାରତକୁ ଦାୟୀ କରୁଛି।

author-image
Chinmayee Sahoo
Pakistan-Controversial-Remarks

Pakistan-Controversial-Remarks Photograph: (OTV)

କିଛି ଦିନ ପୂର୍ବରୁ ପାକ-ଆଫଗାନିସ୍ତାନ ମଧ୍ୟରେ ହୋଇଥିବା ସାମରିକ ସଂଘର୍ଷର ଫଟୋ ଏବଂ ଭିଡିଓ ଭାଇରାଲ ହୋଇଥିଲା। ସମସ୍ତେ ଦେଖିଲେ, ତାଲିବାନ ଯୋଦ୍ଧା ଏବଂ ଆଫଗାନ ସେନା କିପରି ପାକିସ୍ତାନୀ ସୈନିକଙ୍କୁ ଅପମାନିତ କରିଥିଲେ।
ବିଶ୍ୱ ଦେଖିଲା, ସେମାନେ ପାକିସ୍ତାନୀ ଟ୍ୟାଙ୍କ, ଅସ୍ତ୍ରଶସ୍ତ୍ର ଏବଂ ପୋଷାକ ମଧ୍ୟ ଉଠାଇ ନେଲେ, ଆଉ ମୁନିରଙ୍କ ସେନା କିଛିବି କରିପାରିଲେ ନାହିଁ। ନିଜର ବିଫଳତାକୁ ଲୁଚାଇବା ପାଇଁ, ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ସରିଫ ଗାଲୁ ମାରିଲେ ଆଉ କହିଲେ, ଏହା ଭାରତର ଇଶାରାରେ ହୋଇଛି। ଏବେ ତାଙ୍କ ମନ୍ତ୍ରୀମାନେ ମଧ୍ୟ ସେହି ନାରା ଦେବାରେ ଲାଗିଲେଣି।
ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ କହିଛନ୍ତି, ତାଙ୍କ ଦେଶ ଦୁଇଟି ମୋର୍ଚ୍ଚାରେ ଯୁଦ୍ଧ ପାଇଁ ପ୍ରସ୍ତୁତ। ଭାରତ ସହିତ ଉତ୍ତେଜନା ବୃଦ୍ଧି ପାଇବା ଏବଂ ଆଫଗାନିସ୍ତାନ ସହିତ ସୀମା ସଂଘର୍ଷ ଜାରି ରହିବାର ଆଶଙ୍କା ମଧ୍ୟରେ ସେ ଏଭଳି କହିଛନ୍ତି।
ହେଉଥିବା ଏକ ସାକ୍ଷାତକାରରେ ସେ କହିଛନ୍ତି, ଭାରତ ବର୍ତ୍ତମାନ ପରିସ୍ଥିତିରେ "ମନ୍ଦ ଚାଲ" କରିପାରେ। ସେ ପୁଣି ଦାବି କରିଛନ୍ତି, ପାକିସ୍ତାନ ସମ୍ଭାବ୍ୟ ଉତ୍ତେଜନାର ମୁକାବିଲା ପାଇଁ ରଣନୀତି ପ୍ରସ୍ତୁତ କରିସାରିଛି। ସେ କହିଛନ୍ତି, "ଆମର ରଣନୀତି ପ୍ରସ୍ତୁତ। ମୁଁ ଏହାକି କିଛି ସାର୍ବଜନୀନ କରିପାରିବି ନାହିଁ, କିନ୍ତୁ ଆମେ ଯେକୌଣସି ପରିସ୍ଥିତି ପାଇଁ ପ୍ରସ୍ତୁତ ବୋଲି ସେ କହିଛନ୍ତି। 
ପୂର୍ବରୁ, ଶହବାଜ ସରିଫ ନିଜେ କହିଥିଲେ ଯେ ପାକିସ୍ତାନ ଉପରେ ଆକ୍ରମଣ କରିବାକୁ ଭାରତ ତାଲିବାନକୁ ଉସ୍‌କାଇଥିଲା। ତେବେ ଏହା ହାସ୍ୟାସ୍ପଦର କଥାରେ ଯେ ଏହା ହେଉଛି ସେହି ପାକିସ୍ତାନ ଯିଏ ଅପରେସନ ସିନ୍ଦୁର ସମୟରେ ବିଶ୍ୱକୁ ତା’ର ସାହସିକତାର କାହାଣୀ କହୁଥିଲା, ଏବେ ଯେତେବେଳେ ଆଫଗାନିସ୍ତାନ ପୁଣି ଥରେ ତା’ର ଦବଦବା ଦେଖାଇଛି, ନିଜର ପରାଜୟ ପାଇଁ ଭାରତକୁ ଦାୟୀ କରୁଛି।

Advertisment

ଅଧିକ ଦେଖନ୍ତୁ:

Pakistan
Advertisment
Related Articles
Advertisment