Advertisment

October Cyclone Alert: ଅକ୍ଟୋବରରେ ପୁଣି ବାତ୍ୟା! ଇତିହାସକୁ ଦୋହରେଇବ କି ବଙ୍ଗୋପସାଗର?

୧୯୯୯ ଅକ୍ଟୋବର ମାସରେ ସୃଷ୍ଟି ହୋଇଥିଲା ଦୁଇଟି ଶକ୍ତିଶାଳୀ ବାତ୍ୟା। ଆମେରିକାର GFS ମଡେଲ୍ ବର୍ତ୍ତମାନ ସେମିତି ଏକ ଆକଳନ କରୁଛି l ଦୁଇଟି ବାତ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି ।

author-image
Chinmayee Sahoo
Cyclone

Cyclone Photograph: (OTV)

୨୬ ବର୍ଷର ପୁରୁଣା ଇତିହାସକୁ ଦୋହରେଇବ କି ବଙ୍ଗୋପସାଗର? ୧୯୯୯ ମସିହା ଅକ୍ଟୋବର ମାସ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିଲା ଦୁଇଟି ଶକ୍ତିଶାଳୀ ବାତ୍ୟା। ଗୋଟିଏ ୧୭ ଅକ୍ଟୋବରରେ ଗଞ୍ଜାମ ଜିଲ୍ଲାର ଗୋପାଳପୁର ଠାରେ ସ୍ଥଳଭାଗ ଛୁଇଁ ଥିବା ବେଳେ ଅନ୍ୟଟି ବଙ୍ଗୋପସାଗର ଇତିହାସର ସବୁଠାରୁ ଶକ୍ତିଶାଳୀ ମହାବାତ୍ୟା ଭାବେ ଆଣ୍ଡାମାନ ସାଗର ଅଞ୍ଚଳରେ ସୃଷ୍ଟି ହୋଇ ୨୯ ଅକ୍ଟୋବରରେ ଜଗତସିଂହପୁର ଜିଲ୍ଲାର ଏରସମା ଅଞ୍ଚଳରେ ସ୍ଥଳ ଭାଗ ଛୁଇଁ ଥିଲା। 
ଆମେରିକାର GFS ମଡେଲ୍ ବର୍ତ୍ତମାନ ସେମିତି ଏକ ଆକଳନ କରୁଛି l ଦୁଇଟି ବାତ୍ୟା (Cyclone Alert) ସୃଷ୍ଟି ହେବାର ସମ୍ଭାବନା ରହିଛି । ୨୧ ତାରିଖ ସୁଦ୍ଧା ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ସମ୍ଭାବନା ରହିଛି। ପଶ୍ଚିମ- ଉତ୍ତରପଶ୍ଚିମ ଦିଗକୁ ଗତି କରି ଘନୀଭୂତ ହୋଇ ଅବପାତ ସମ୍ଭାବନା । ଅକ୍ଟୋବରରେ ଲଘୁଚାପରୁ ଅବପାତ ସମ୍ଭାବନା ଥିବାରୁ ଏଭଳି ଆଶଙ୍କ କରାଯାଉଛି। 

Advertisment
Cyclone Alert
Advertisment
Related Articles
Advertisment