/odishatv-khabar/media/media_files/2025/10/18/firecrackers-2025-10-18-13-38-47.jpg)
Firecrackers Photograph: (OTV)
ଦୀପାବଳି ରାତି ୯ଟା ପରେ ବାଣ ଫୁଟାଇଲେ ବାନ୍ଧିବ ପୋଲିସ । ଭୁବନେଶ୍ୱର ଡିସିପି ଜଗମୋହନ ମୀନା ଏନେଇ କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି । ଏଥର ରାତି ୧୦ଟା ନୁହେଁ, ରାତି ୯ଟା ହେଉଛି ଡେଡଲାଇନ୍। ଏମିତିକି ଗ୍ରୀନ୍ କ୍ରାକର ବ୍ୟତୀତ ଉଚ୍ଚ ଶବ୍ଦକାରୀ ବାଣ ଫୁଟାଇଲେ ବନ୍ଧା ହେବେ।
ଦୀପାବଳି ବାହାନାରେ ମଦ୍ୟପାନ କରି ରାସ୍ତାରେ ବୁଲିଲେ ଗାଡି ଜବତ କରାଯିବା ସହ ଚାଳକଙ୍କୁ ଗିରଫ କରାଯିବ । ସମସ୍ତ ଥାନା ଅଞ୍ଚଳରେ ପାଟ୍ରୋଲିଂ ଟିମ୍ ପ୍ରସ୍ତୁତ ରହିବା ପାଇଁ ଭୁବନେଶ୍ବର DCPଙ୍କ ନିର୍ଦ୍ଦେଶ ରହିଛି । ଦୀପାବଳି ନେଇ ରାଜଧାନୀବାସିଙ୍କ ପାଇଁ କମିଶନରେଟ ପୋଲିସ ଏନେଇ ସଚେତନତା ବାର୍ତ୍ତା ଜାରି କରିଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)