/odishatv-khabar/media/media_files/2025/10/21/hindu-minor-girl-married-to-older-man-2025-10-21-10-12-42.jpg)
Hindu-Minor-Girl-Married-To-Older-Man Photograph: (OTV)
ଧର୍ମ ପରିବର୍ତ୍ତନ କଲେ ନାବାଳିକା । ୭ଟି ଝିଅର ବାପାଙ୍କୁ ବାହା ହେଲେ । ପାକିସ୍ତାନର ସିନ୍ଧ ପ୍ରଦେଶରୁ ଆସିଥିବା ଏମିତି ଏକ ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ରିପୋର୍ଟ ଅନୁସାରେ ୧୫ ବର୍ଷର ଜଣେ ହିନ୍ଦୁ ଝିଅ ଗୋଟିଏ ସପ୍ତାହ ପୂର୍ବରୁ ନିଖୋଜ ଥିଲେ। ସେ ଜନ୍ମରୁ କଥା କହିପାରୁ ନଥିଲେ କି ଶୁଣି ପାରୁ ନଥିଲେ। ଏବେ ସେ ସାମ୍ନାକୁ ଆସିଛନ୍ତି ଆଉ ଯାହା ଜଣାପଡ଼ିଛି ତାହା ସମସ୍ତଙ୍କୁ ଚକିତ କରିଦେବା ଭଳି।
ସେ ଏବେ ଇସଲାମ ଧର୍ମ ଗ୍ରହଣ କରିଛନ୍ତି ଆଉ ତାଙ୍କଠାରୁ ବୟସରେ ଢେର୍ ବଡ ଜଣେ ମୁସଲମାନଙ୍କୁ ବାହା ହୋଇଛନ୍ତି। ଘଟଣାଟି ଜଣାପଡ଼ିବା ପରଠାରୁ, ଝିଅଟିର ପରିବାର ମଧ୍ୟରେ କ୍ରୋଧ ଏବଂ ଚିନ୍ତା ଦେଖାଦେଇଛି। ପରିବାର ଅଭିଯୋଗ କରିଛନ୍ତି ଯେ ତାଙ୍କ ଝିଅକୁ ଅପହରଣ କରାଯାଇଥିଲା, ବଳପୂର୍ବକ ଧର୍ମାନ୍ତରୀକରଣ କରାଯାଇଛି ଏବଂ ବିବାହ ପାଇଁ ବାଧ୍ୟ କରାଯାଇଛି। ଏ ଦିଗରେ ପୋଲିସର ନିଷ୍କ୍ରିୟତା ଉପରେ ମଧ୍ୟ ପ୍ରଶ୍ନ ଉଠାଯାଉଛି।
ରିପୋର୍ଟ ଅନୁସାରେ, ସିନ୍ଧର ବାଦିନ ଜିଲ୍ଲାର କୋରୱା ସହରରୁ ଝିଅଟି ପ୍ରାୟ ୯ ଦିନ ପୂର୍ବେ ନିଖୋଜ ହୋଇଯାଇଥିଲା। ତାଙ୍କ ବାପା-ମା ସ୍ଥାନୀୟ ପୋଲିସରେ ଅପହରଣ ଅଭିଯୋଗ କରିଥିଲେ। ବର୍ତ୍ତମାନ, ନାବାଳିକା ଜଣଙ୍କ ତାଙ୍କ ଅଭିଯୁକ୍ତ ସ୍ୱାମୀଙ୍କ ସହ ସ୍ଥାନୀୟ ଏକ ଗଣମାଧ୍ୟମ ସାମ୍ନାକୁ ଆସିଛନ୍ତି ଆଉ ତାଙ୍କର ଧର୍ମାନ୍ତରୀକରଣ ପ୍ରମାଣପତ୍ର ଦେଖାଇଛନ୍ତି।
ବର୍ତ୍ତମାନ ତାଙ୍କ ବାପା ପ୍ରଶ୍ନ ଉଠାଇଛନ୍ତି ଯେ୍, କଥା କହି ନ ପାରୁଥିବା ଆଉ ଶୁଣି ନ ପାରୁଥିବା ଜଣେ ନାବାଳିକା କିପରି ଜଣେ ଡ୍ରଗ୍ସ ବ୍ୟବସାୟୀ ଏବଂ ପୂର୍ବରୁ ୭ଟି ଝିଅ ଥିବା ପୁରୁଷଙ୍କୁ ବିବାହ କରିବାକୁ ରାଜି ହୋଇପାରେ?
ରିପୋର୍ଟ ଅନୁସାରେ, ପାକିସ୍ଥାନରେ ହିନ୍ଦୁ ଏବଂ ସଂଖ୍ୟାଲଘୁଙ୍କ କଲ୍ୟାଣ ଏବଂ ଅଧିକାର ପାଇଁ କାମ କରୁଥିବା ଏକ ସଂଗଠନ କହିଛି ଯେ ଝିଅଟିକୁ ଅପହରଣ କରାଯାଇଥିଲା, କିନ୍ତୁ ପରିବାରର ଅଭିଯୋଗ ସତ୍ତ୍ୱେ, ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେବାରେ ବିଫଳ ହୋଇଛି।
Diwali with Navy Heroes: ମଝି ସମୁଦ୍ରରେ ଦୀପାବଳି ପାଳିଲେ ପିଏମ୍ ମୋଦି , ଶତୃକୁ ଦେଖାଇଲେ ନାଲିଆଖି

Brahmapur Lawyer Murder Case: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା, ଜଣେ ରାଜନେତାଙ୍କୁ ପୋଲିସ ଉଠାଇ ନେଇଥିବା ସୂଚନା

Asrani Passes Away: ଅଭିନେତା ଗୋବର୍ଦ୍ଧନ ଅସରାନିଙ୍କ ପରଲୋକ, ୩୫୦ରୁ ଅଧିକ ସିନେମାରେ କରିଛନ୍ତି ଅଭିନୟ

Alliance Cracks: ମହାମେଣ୍ଟରେ ମହାଭାରତ, ମଇଦାନରେ ଶତ୍ରୁ ହୋଇ ଟକ୍କର ଦେବେ ମିତ୍ର

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)