Advertisment

Alliance Cracks: ମହାମେଣ୍ଟରେ ମହାଭାରତ, ମଇଦାନରେ ଶତ୍ରୁ ହୋଇ ଟକ୍କର ଦେବେ ମିତ୍ର

ବିହାର ମହାମେଣ୍ଟରେ ମହାଭାରତ। ମେଣ୍ଟ ଭିତରେ ବି ହେବ ଲଢାଲଢି। ମଇଦାନରେ ଶତୃ ହୋଇ ଟକ୍କର ଦେବେ ମିତ୍ର । କଂଗ୍ରେସ ଓ ମେଣ୍ଟଦଳ ସହ ଆସନ ବୁଝାମଣା ଅସହମତି ଭିତରେ ୧୪୩ ଆସନରେ ପ୍ରାର୍ଥୀ ଘୋଷଣା କରିଛି ଆରଜେଡି।

author-image
Manas Ranjan Mohanty
mohabharat

mohabharat Photograph: (OTV)

ବିହାର ମହାମେଣ୍ଟରେ ମହାଭାରତ। ମେଣ୍ଟ ଭିତରେ ବି ହେବ ଲଢାଲଢି। ମଇଦାନରେ ଶତୃ ହୋଇ ଟକ୍କର ଦେବେ ମିତ୍ର । କଂଗ୍ରେସ ଓ ମେଣ୍ଟଦଳ ସହ ଆସନ ବୁଝାମଣା ଅସହମତି ଭିତରେ ୧୪୩ ଆସନରେ ପ୍ରାର୍ଥୀ ଘୋଷଣା କରିଛି ଆରଜେଡି। ୧୦ରୁ ଅଧିକ ସିଟରେ ପରସ୍ପର ଭିତରେ ଫ୍ରେଣ୍ଡଲି ଫାଇଟ୍ ଦେଖିବାକୁ ମିଳିବ । ୫ଟି ସିଟରେ କଂଗ୍ରେସ ଆରଜେଡି ମଧ୍ୟରେ ଲଢେଇ ହେବାକୁ ଥିବାବେଳେ ୪ଟି ସିଟରେ କଂଗ୍ରେସ ସିପିଆଇ ଓ ଗୋଟିଏ ସିଟରେ କଂଗ୍ରେସ -IIP ମଧ୍ୟରେ ମୁକାବିଲା ଦେଖିବାକୁ ମିଳିବ । ଆସନ ସହମତି ହୋଇନପାରିବାରୁ ଏଭଳି ସ୍ଥିତି ଉପୁଜିଛି । ଫଳରେ ମେଣ୍ଟ ଦଳରେ ଥାଇ ମଧ୍ୟ ପରସ୍ପର ମଧ୍ୟରେ ପ୍ରାର୍ଥୀ ଦେବାକୁ ନିଷ୍ପତ୍ତି ହୋଇଛି । ସେପଟେ ମହାଗଠବନ୍ଧନର ତୀବ୍ର ସମାଲୋଚନା କରି କେନ୍ଦ୍ର ମନ୍ତ୍ରୀ ଚିରାଗ ପାଶୱାନ୍ କହିଛନ୍ତି, ମହାଗଠବନ୍ଧନ ଭିତରେ ସବୁକିଛି ଠିକ ନାହିଁ। ରାଜନୀତିରେ କୌଣସି ଫ୍ରେଣ୍ଡଲି ଫାଇଟ୍ ବା ବନ୍ଧୁତ୍ୱପୂର୍ଣ୍ଣ ଲଢ଼େଇ ହୁଏ ନାହିଁ । ମହାଗଠବନ୍ଧନ ପ୍ରାର୍ଥୀମାନେ ପରସ୍ପର ବିରୁଦ୍ଧରେ ମୁହାଁମୁହିଁ ହେଉଛନ୍ତି। ସମସ୍ତ ଦଳ ଖଣ୍ଡ ଖଣ୍ଡ ହୋଇଯାଇଛନ୍ତି।  

Advertisment

କଂଗ୍ରେସ ଓ ମେଣ୍ଟଦଳ ସହ ଆସନ ବୁଝାମଣା ଅସହମତି
ବିହାର ମହାମେଣ୍ଟରେ ମହାଭାରତ
ମେଣ୍ଟ ଭିତରେ ବି ହେବ ଲଢାଲଢି
ମଇଦାନରେ ଶତ୍ରୁ ହୋଇ ଟକ୍କର ଦେବେ ମିତ୍ର
୧୪୩ ଆସନରେ ପ୍ରାର୍ଥୀ ଘୋଷଣା କଲା ଆରଜେଡି
୧୦ରୁ ଅଧିକ ସିଟରେ ପରସ୍ପର ଭିତରେ ଫ୍ରେଣ୍ଡଲି ଫାଇଟ୍ 
୫ଟି ସିଟରେ କଂଗ୍ରେସ-ଆରଜେଡି ଲଢେଇ
୪ଟି ସିଟରେ କଂଗ୍ରେସ-ସିପିଆଇ ଓ ଗୋଟିଏ ସିଟରେ କଂଗ୍ରେସ-IIP ଟକ୍କର

Advertisment
Related Articles
Advertisment