Advertisment

Diwali with Navy Heroes: ମଝି ସମୁଦ୍ରରେ ଦୀପାବଳି ପାଳିଲେ ପିଏମ୍ ମୋଦି , ଶତୃକୁ ଦେଖାଇଲେ ନାଲିଆଖି

ମଝି ସମୁଦ୍ରରେ ଏୟାର ଶୋ'। ସମୁଦ୍ର ଆକାଶରେ ବାଣ ଫୁଟିଲା। ସମୁଦ୍ର ଛାତିରେ ଯୋଗ ହେଲା। ମିଳିମିଶି ଗୀତ ଗାଇଲେ, ଏକାଠି ହୋଇ ଡିନର୍ ବି କଲେ। ମନେରଖିବା ଭଳି, ମନ ଲାଖିଗଲା ଭଳି। ଏମିତି କିଛି ବାଗରେ ଏଥର ଦୀପାବଳି ପାଳିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

author-image
Manas Ranjan Mohanty
pm modi

pm modi Photograph: (OTV)

ମଝି ସମୁଦ୍ରରେ ଏୟାର ଶୋ'। ସମୁଦ୍ର ଆକାଶରେ ବାଣ ଫୁଟିଲା। ସମୁଦ୍ର ଛାତିରେ ଯୋଗ ହେଲା। ମିଳିମିଶି ଗୀତ ଗାଇଲେ, ଏକାଠି ହୋଇ ଡିନର୍ ବି କଲେ। ମନେରଖିବା ଭଳି, ମନ ଲାଖିଗଲା ଭଳି। ଏମିତି କିଛି ବାଗରେ ଏଥର ଦୀପାବଳି ପାଳିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସବୁବର୍ଷ ଭଳି ଏଥର ବି ଦେଶର ବୀର ଯବାନମାନଙ୍କ ସହ ପିଏମ୍ ସେଲିବ୍ରେଟ୍ କରିଛନ୍ତି ଦିୱାଲି। ଏଥର ଦୀପାବଳି ପାଳିବାକୁ ଗୋଆ ଏବଂ କରୱାର ଉପକୂଳ ମଝି ଦରିଆକୁ ବାଛିଥିଲେ ମୋଦି । ଯେଉଁଠି ଆଇଏନଏସ ବିକ୍ରାନ୍ତ ଉପରେ ଆୟୋଜିତ ହୋଇଥିଲା ସ୍ପେଶାଲ୍ ଦୀପାବଳି ଉତ୍ସବ। ଆଇଏନଏସ ବିକ୍ରାନ୍ତ ପିଠିରୁ ଉଡ଼ାଣ ଭରି ପରାକ୍ରମ ଦେଖାଇଥିଲେ ମିଗ୍-29K ଓ ଅନ୍ୟ ଯୁଦ୍ଧବିମାନ। ଦମଦାର୍ ଏୟାର ଶୋ ସହିତ ଆକାଶରେ ଫାଇଟରରୁ ଫୁଟିଥିଲା ବାଣ। ଆଉ ତାପରେ ଯବାନଙ୍କ ସହିତ ବିଶେଷ ଦୀପାବଳି ପାଳିଥିଲେ ମୋଦି। ଯବାନଙ୍କୁ ନିଜ ପରିବାର ବୋଲି କହିବା ସହିତ ସମସ୍ତଙ୍କୁ ମିଠାଇ ଖୁଆଇ ପିଏମ୍ କହିଥିଲେ ହାପି ଦିଓ୍ୱାଲି । ମାନବ ସେବାରେ ଭାରତୀୟ ସେନା ବାହିନୀର ସମର୍ପିତ ସେବାକୁ ପ୍ରଶଂସା କରିବା ସହ ସେମାନଙ୍କ ସାହସକୁ ସାବାସୀ ଦେଇଥିଲେ । 

ଆତଙ୍କବାଦ ହେଉ କି ମାଓବାଦ । ସମୁଦ୍ର ଭିତରୁ ଶତ୍ରୁକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ପିଏମ୍ ମୋଦି। ଅପରେସନ୍ ସିନ୍ଦୂର କଥା ଉଠାଇ ପାକିସ୍ତାନକୁ କଡ଼ା ଭର୍ତ୍ସନା କରିଛନ୍ତି ପୁଣି ନକ୍ସଲକୁ ନାଲି ଆଖି ଦେଖାଇଛନ୍ତି । ମୋଦି କହିଛନ୍ତି, ମାଓବାଦୀଙ୍କ ଆତଙ୍କୀରୁ ମୁକ୍ତି ପାଇଛି ଭାରତ । ୫୦ ବର୍ଷର ‘ନକ୍ସଲ ରୋଗ’ ଏବେ ନିପାତ ହେଉଛି । ପୂର୍ବରୁ ମାଓବାଦୀଙ୍କ କବଳରେ ୧୨୫ ଜିଲ୍ଲା ଥିବାବେଳେ ଏବେ ମାତ୍ର ୩ରେ ସୀମିତ। ସୁରକ୍ଷା ବାହିନୀର ବୀରତ୍ୱ ଯୋଗୁଁ ମାଓ ହିଂସା ବିରୁଦ୍ଧରେ ମିଳିଛି ଉଲ୍ଲେଖନୀୟ ସଫଳତା। ସେହିଭଳି INS ବିକ୍ରାନ୍ତର ବିଶେଷ-ପ୍ରତିଭା ଓ ପ୍ରତିବଦ୍ଧତା କଥା କହି ନୌସେନାକୁ ପ୍ରଶଂସା କରିଛନ୍ତି ମୋଦି। ପାକିସ୍ତାନକୁ ଆଇଏନସ୍ ବିକ୍ରାନ୍ତର ଭୟ ଦେଖାଇବା ସହିତ ‘ବ୍ରହ୍ମୋସ’ ନାଁରେ ଛିଗୁଲାଇଛନ୍ତି ପିଏମ୍। 

Advertisment



ସ୍ପେଶାଲ ଦୀପାବଳି ଉତ୍ସବରେ ସମୁଦ୍ର ବି ଶୁଣିଥିଲା ଅପରେସନ୍ ସିନ୍ଦୂରର ସଫଳ ଗାଥା। ସାଂସ୍କୃତିକ କାର୍ଯ୍ୟକ୍ରମରେ ଯବାନଙ୍କ ଦ୍ବାରା ପରିବେଶିତ ହୋଇଥିଲା ଅପରେସନ ସିନ୍ଦୂର ଉପରେ ପର୍ଯ୍ୟବେଶିତ ସ୍ବତନ୍ତ୍ର ଗୀତ `କସମ୍ ସିନ୍ଦୂର କି' । ଏ ଦେଶାତ୍ମବୋଧକ ଗୀତକୁ ନିଜେ ପ୍ରଧାନମନ୍ତ୍ରୀ ମୋଦି ବସି ଶୁଣିବା ସହିତ ଦେଶପ୍ରେମର ଭାବଭକ୍ତିରେ ଭାବବିହ୍ବଳ ହୋଇପଡ଼ିଥିଲେ। କେବଳ ଏତିକି ନୁହେଁ, ଆଇଏନସ୍ ବିକ୍ରାନ୍ତ ଉପରେ ବୀର ଯବାନମାନେ ଯୋଗ ମଧ୍ୟ କରିଥିଲେ ।

Advertisment
Related Articles
Advertisment