Advertisment

Brahmapur Lawyer Murder Case: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା, ଜଣେ ରାଜନେତାଙ୍କୁ ପୋଲିସ ଉଠାଇ ନେଇଥିବା ସୂଚନା

ବ୍ରହ୍ମପୁରର ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡା ହତ୍ୟା ମାମଲାରେ ବଡ଼ ଅପଡେଟ୍। ସହରର ଜଣେ ରାଜନେତାଙ୍କୁ ପୋଲିସ ଉଠାଇ ନେଇଥିବା ଚର୍ଚ୍ଚା ହେଉଛି। ସଂପୃକ୍ତ ରାଜନେତାଙ୍କ ନାଁରେ ପୂର୍ବରୁ ଅନେକ ମାମଲା ରହିଛି।

author-image
Manas Ranjan Mohanty
murder

murder Photograph: (OTV)

ବ୍ରହ୍ମପୁରର ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡା ହତ୍ୟା ମାମଲାରେ ବଡ଼ ଅପଡେଟ୍। ସହରର ଜଣେ ରାଜନେତାଙ୍କୁ ପୋଲିସ ଉଠାଇ ନେଇଥିବା ଚର୍ଚ୍ଚା ହେଉଛି। ସଂପୃକ୍ତ ରାଜନେତାଙ୍କ ନାଁରେ ପୂର୍ବରୁ ଅନେକ ମାମଲା ରହିଛି। ତେବେ ପୀତବାସ ପଣ୍ଡା ହତ୍ୟା ମାମଲାରେ ସଂପୃକ୍ତ ରାଜନେତାଙ୍କ କ’ଣ ସଂପୃକ୍ତି ରହିଛି, ଭୂମିକା କ’ଣ, ସେନେଇ କୌଣସି ସ୍ପଷ୍ଟ କରୁନି ବ୍ରହ୍ମପୁର ପୋଲିସ। ହତ୍ୟା ମାମଲାରେ ପୂର୍ବରୁ ବ୍ରହ୍ମପୁର ମହାନଗର ନିଗମର ଜଣେ କର୍ପୋରେଟଙ୍କୁ ମଧ୍ୟ ନେଇ ପଚରାଉଚରା କରିଛି। କର୍ପୋରେଟର୍ ଓ ଜଣେ ଛାତ୍ରନେତା ସମେତ ୮ ଜଣଙ୍କୁ ସ୍କାନରରେ ରଖି ପୋଲିସ ତଦନ୍ତ କରୁଛି।...ଗତ ୬ ତାରିଖ ରାତିରେ ପୀତବାସଙ୍କୁ ତାଙ୍କ ଘର ନିକଟରେ ପଏଣ୍ଟ୍ ବ୍ଲାଙ୍କରେ ହତ୍ୟା କରି ଫେରାର ମାରିଥିଲେ ଦୁର୍ବୃତ୍ତ। ସାର୍ପସୁଟର ଥିବା ସୁପାରିକିଲରଙ୍କୁ ନିଯୁକ୍ତ କରି ହତ୍ୟା କରାଯାଇଥିବା ଆଶଙ୍କା କରାଯାଉଛି। ମାମଲାରେ ବିହାରର ଜଣେ ସାର୍ପସୁଟର ସହ ୨ ଜଣଙ୍କୁ ପୋଲିସ ଧରିଥିବା ଚର୍ଚ୍ଚା ହେଉଥିଲା। ତେବେ ତାଙ୍କୁ କ’ଣ ପାଇଁ କିଏ ହତ୍ୟାର ଷଡ଼ଯନ୍ତ୍ର ରଚିଥିଲା, ଆଜିକୁ ୨ ସପ୍ତାହ ହେଲା ସ୍ପଷ୍ଟ ହୋଇନାହିଁ। ଏପରିକି ଏଯାଏଁ କାହାକୁ ଗିରଫ କରିପାରିନି ବ୍ରହ୍ମପୁର ପୋଲିସ।...

Advertisment

ପୀତବାସ ହତ୍ୟା: ନେତାଙ୍କୁ ଉଠାଇଲା ପୋଲିସ
ବ୍ରହ୍ମପୁରର ବହୁଚର୍ଚ୍ଚିତ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା
ସହରର ଜଣେ ରାଜନେତାଙ୍କୁ ପୋଲିସ ଉଠାଇ ନେଇଥିବା ସୂଚନା
ସଂପୃକ୍ତ ରାଜନେତାଙ୍କ ନାଁରେ ଅନେକ ମାମଲା ରହିଛି
ପୂର୍ବରୁ ଜଣେ କର୍ପୋରେଟରଙ୍କୁ ଉଠାଇ ପଚରାଉଚରା କରୁଛି ପୋଲିସ
କର୍ପୋରେଟର୍, ଜଣେ ଛାତ୍ରନେତା ସହ ୮ ଜଣଙ୍କୁ ସ୍କାନରରେ ରଖିଛି ପୋଲିସ

Advertisment
Related Articles
Advertisment