/odishatv-khabar/media/media_files/2025/12/11/luxembourg-pays-women-2025-12-11-16-38-37.jpg)
Luxembourg Pays Women Photograph: (OTV)
ଯେତେବେଳେ ଆମେ ଜେଣ୍ଡର ପେ ଗ୍ୟାପ୍ (ମହିଳା-ପୁରୁଷ ବେତନ ଅସମାନତା) ବିଷୟରେ କଥା ହୁଅନ୍ତି, ସେ ସମୟରେ ଏମିତି ଲାଗେ ଯେ ମହିଳାମାନେ ନିଜର ପରିଶ୍ରମ ଅନୁସାରେ ଯଥାର୍ଥ ସମ୍ମାନ ପାଉନାହାନ୍ତି। ବିଶ୍ୱର ବଡ଼ ବଡ଼ ଦେଶ ହେଉ କିମ୍ବା ବିକଶିତ ରାଷ୍ଟ୍ର ଅଧିକାଂଶ ସ୍ଥାନରେ ମହିଳାମାନେ ପୁରୁଷମାନଙ୍କ ତୁଳନାରେ କମ ଦରମା ପାଆନ୍ତି। କିନ୍ତୁ ଆପଣ କ’ଣ କେବେ ଭାବିଛନ୍ତି କି ଏମିତି କୌଣସି ଦେଶ ମଧ୍ୟ ଥାଇପାରେ, ଯେଉଁଠାରେ ମହିଳାମାନେ ପୁରୁଷମାନଙ୍କ ଠାରୁ ଅଧିକ ରୋଜଗାର କରନ୍ତି? ହଁ, ଏହା ସତ। ୟୁରୋପର ଏକ ଛୋଟିଆ ଦେଶ ଲକ୍ସେମବର୍ଗ (Luxembourg) । ଏଠି ମହିଳାଙ୍କୁ ମିଳେ ପୁରୁଷଙ୍କ ଅପେକ୍ଷା ଅଧିକ ଦରମା ।
ୟୁରୋଷ୍ଟାଟ୍ (Eurostat)ର ରିପୋର୍ଟ ଅନୁଯାୟୀ, ଲକ୍ସେମବର୍ଗରେ ଜେଣ୍ଡର ପେ ଗ୍ୟାପ୍ -୦.୭% ଅଟେ। ଅର୍ଥାତ୍ ଏଠାରେ ମହିଳାମାନେ ପୁରୁଷମାନଙ୍କ ତୁଳନାରେ ଟିକେ ଅଧିକ ଦରମା ପାଆନ୍ତି । ପଚାଶ ବର୍ଷ ମଧ୍ୟରେ ଏଠାରେ ମହିଳାମାନେ କାର୍ଯ୍ୟକ୍ଷେତ୍ରରେ ଅସାଧାରଣ ଅଗ୍ରଗତି କରିଛନ୍ତି। ଲକ୍ସେମବର୍ଗରେ ମହିଳାମାନେ କେବଳ କାମ କରୁନାହାନ୍ତି, ବରଂ ନିଜ ନିଜ କ୍ଷେତ୍ରରେ ନେତୃତ୍ୱ ମଧ୍ୟ ନେଉଛନ୍ତି। ଶିକ୍ଷା ହେଉ କି ସ୍ୱାସ୍ଥ୍ୟସେବା, ବ୍ୟାଙ୍କିଙ୍ଗ ହେଉ କି ଟେକ୍ନୋଲୋଜି ପ୍ରତ୍ୟେକ ଜାଗାରେ ମହିଳାମାନେ ଆଗକୁ ବଢ଼ୁଛନ୍ତି।
ସବୁଠାରୁ ବିଶେଷ କଥା ହେଲା, ଏହି ଦେଶର ସରକାର ମହିଳାମାନଙ୍କୁ ଯଥାଶକ୍ତି ଚାକିରି କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ କଡ଼ା ନୀତି ପ୍ରଣୟନ କରିଛନ୍ତି । ପେରେଣ୍ଟାଲ ଲିଭ୍, ଫ୍ଲେକ୍ସିବଲ୍ ୱାର୍କିଙ୍ଗ୍ ଟାଇମ୍ ଏବଂ ପବ୍ଲିକ୍ ସେକ୍ଟରରେ ମହିଳାମାନଙ୍କୁ ବିଶେଷ ସୁଯୋଗ ଦେବା ଏହାର କେତେକ ପ୍ରମୁଖ ଉଦାହରଣ।
ଲକ୍ସେମବର୍ଗ ଏକ ଛୋଟିଆ ହେଲେ ଅତ୍ୟନ୍ତ ଧନୀ ଦେଶ। ଏହା ଇଉରୋପର କେନ୍ଦ୍ରସ୍ଥଳରେ ଅବସ୍ଥିତ ଏବଂ ଏହାର ରାଜଧାନୀ ମଧ୍ୟ ଲକ୍ସେମବର୍ଗ ସିଟି। ଏହି ଦେଶର ଅର୍ଥନୀତି ମୁଖ୍ୟତଃ ସର୍ଭିସ୍ ସେକ୍ଟର (ଯେମିତି ବ୍ୟାଙ୍କିଙ୍ଗ, ଫାଇନାନ୍ସ, ଆଇସିଟି ଓ ଲଜିଷ୍ଟିକ୍ସ) ଉପରେ ନିର୍ଭରଶୀଳ। ଏହି କାରଣରୁ ଏଠାରେ ରୋଜଗାରର ସୁଯୋଗ ଉତ୍ତମ ଏବଂ ବେତନ ମଧ୍ୟ ଭଲ ମିଳେ।
ଲକ୍ସେମବର୍ଗ ସରକାର ମହିଳାମାନଙ୍କ ପାଇଁ ଅନେକ ଏହିପରି ସୁବିଧା ଓ ନିୟମ ତିଆରି କରିଛନ୍ତି, ଯାହା ସେମାନଙ୍କୁ କାର୍ଯ୍ୟକ୍ଷେତ୍ରରେ ଅଧିକ ମଜବୁତ କରିଥାଏ । ଲକ୍ସେମବର୍ଗର ଏହି ମଡେଲ୍ ସମଗ୍ର ବିଶ୍ୱ ପାଇଁ ଏକ ପ୍ରେରଣାର ଉତ୍ସ ଅଟେ। ଯଦି ପ୍ରତ୍ୟେକ ଦେଶ ମହିଳାମାନଙ୍କୁ ସମାନ ସୁଯୋଗ ଓ ବେତନ ଦେବେ, ତେବେ ଜେଣ୍ଡର ପେ ଗ୍ୟାପ୍ ଭଳି ସମସ୍ୟା ମଧ୍ୟ ସମାପ୍ତ ହୋଇପାରିବ। ମହିଳାମାନଙ୍କର ସଶକ୍ତିକରଣ କେବଳ ସେମାନଙ୍କ ଜୀବନକୁ ନୁହେଁ, ସମଗ୍ର ସମାଜର ଉନ୍ନତିର ରାସ୍ତା ମଧ୍ୟ ଖୋଲିଦିଏ।
Horrific Ragging: ଡ୍ରଗ୍ସ ଖାଇଲେନି ବୋଲି ନିସ୍ତୁକ ପିଟିଲେ, ଛାତ୍ରଙ୍କୁ ପିଆଇଲେ ଶୌଚାଳୟ ପାଣି

Shocking Negligence: ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ, ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର

Love Turns Deadly: ନାବାଳିକା ପ୍ରେମିକା ସାଜିଲା ରାକ୍ଷସୀ, ପାହାଡ଼ ଉପରେ ପ୍ରେମିକର ନେଲା ଜୀବନ

Viral Scandal: ସୋସିଆଲ ମିଡିଆରେ ପାକ୍ ଆର୍ମି ଅଫିସରଙ୍କ ଅସଭ୍ୟ ଭିଡିଓ, ସାମ୍ବାଦିକାଙ୍କୁ ଆଖି ମାରିଲେ ପାକିସ୍ତାନ ଲେଫ୍ଟନାଣ୍ଟ ଜେନେରାଲ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)