Advertisment

‘Jai Shri Ram’ Chants in Pakistan: ପାକ୍ ସ୍କୁଲରେ ଜୟ ଶ୍ରୀରାମ ନାରା, ଭିଡିଓ ଭାଇରାଲ

ସ୍କୁଲ ପିଲା କହୁଛନ୍ତି ଅନର୍ଗଳ ସଂସ୍କୃତ ଶ୍ଲୋକ। ସ୍କୁଲରେ ଭଗବାନ ରାମଙ୍କ ନାଁ ଜପ କରୁଛନ୍ତି ପିଲା। ଭାରତର କଟ୍ଟର ଶତ୍ରୁ ପାକିସ୍ତାନରୁ ଆସିଛି ଏଭଳି ଚିତ୍ର। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

author-image
Madhupriya Mistry
pakistan

Pakistan Photograph: (OTV)

ସୀମା ପାର୍ ଶତ୍ରୁ ଦେଶରେ ଶୁଭୁଛି ଜୟ ଶ୍ରୀରାମ ନାରା। ସ୍କୁଲ ପିଲା କହୁଛନ୍ତି ଅନର୍ଗଳ ସଂସ୍କୃତ ଶ୍ଲୋକ। ସ୍କୁଲରେ ଭଗବାନ ରାମଙ୍କ ନାଁ ଜପ କରୁଛନ୍ତି ପିଲା। ଭାରତର କଟ୍ଟର ଶତ୍ରୁ ପାକିସ୍ତାନରୁ ଆସିଛି ଏଭଳି ଚିତ୍ର। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯିଏ ଦେଖୁଛି ସିଏ ତାଜୁବ ହୋଇଯାଉଛି। ଆଉ ବାଃ ବାଃ କରୁଛନ୍ତି।

Advertisment

ସୋସିଆଲ ମିଡିଆ ପ୍ଲାଟଫର୍ମ ଇଂଷ୍ଟାଗ୍ରାମରେ ଏକ ଭିଡିଓ ଭାଇରାଲ ହେଉଛି। ଏଥିରେ ଜଣେ ପାକିସ୍ତାନୀ ହିନ୍ଦୁ ଛାତ୍ର ଅନର୍ଗଳ ଭାବେ ସଂସ୍କୃତ ଶ୍ଳୋକ ପାଠ କରିବା ସହ "ଜୟ ଶ୍ରୀ ରାମ" ମଧ୍ୟ କହୁଥିବାର ଦେଖିବାକୁ ମିଳୁଛି। ତା'ପରେ ଶିକ୍ଷକ ଛାତ୍ରଙ୍କୁ ପ୍ରଶଂସା କରୁଛନ୍ତି। ଏହି ଭିଡିଓ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସୋସିଆଲ ମିଡିଆରେ ୟୁଜର୍ସ ଏହି ପାକିସ୍ତାନୀ ହିନ୍ଦୁ ଛାତ୍ରଙ୍କୁ ପ୍ରଶଂସା କରୁଛନ୍ତି।

ହରିଚାନ୍ଦ ପରମାରଙ୍କ ଇଂଷ୍ଟାଗ୍ରାମ ପେଜରେ ଏହି ଭିଡିଓ ପୋଷ୍ଟ କରାଯାଇଛି। ସେ ଦାବି କରିଛନ୍ତି ଯେ, ଏହି ଭିଡିଓଟି ପାକିସ୍ତାନର ଏକ ସ୍କୁଲର। ହରିଚାନ୍ଦ ପରମାର ତାଙ୍କ ବାୟୋରେ ନିଜକୁ ଜଣେ ପାକିସ୍ତାନୀ ହିନ୍ଦୁ ଭାବରେ ଦର୍ଶାଇଛନ୍ତି। ସେ ପ୍ରାୟତଃ ପାକିସ୍ତାନର ସିନ୍ଧ ପ୍ରଦେଶର ଉମରକୋଟରୁ ବ୍ଲଗ୍ ତିଆରି କରିଥାନ୍ତି। ଏହି ଭିଡିଓ ଗୁଡ଼ିକରେ ସେ ପାକିସ୍ତାନୀ ହିନ୍ଦୁମାନଙ୍କ ଜୀବନ ବିଷୟରେ ସୂଚନା ପ୍ରଦାନ କରିଥାନ୍ତି।

Advertisment

ସୂଚନା ଥାଉକି, ଲାହୋର ବିଶ୍ୱବିଦ୍ୟାଳୟରେ ଏବେ ସଂସ୍କୃତ ଶ୍ଳୋକ ତାଲିମ ଦିଆଯିବ। ଲାହୋର ବିଶ୍ୱବିଦ୍ୟାଳୟ ପରିଚାଳନା ବିଜ୍ଞାନ (LUMS)ରେ ସଂସ୍କୃତ ପଢ଼ାଯିବ। ବିଶ୍ୱବିଦ୍ୟାଳୟରେ ଶାସ୍ତ୍ରୀୟ ଭାଷା ପାଠ୍ୟକ୍ରମରେ ସଂସ୍କୃତକୁ ସାମିଲ କରାଯାଇଛି। ଏହି କାର୍ଯ୍ୟକ୍ରମ ଅଧୀନରେ ଭଗବଦ୍ ଗୀତା ଏବଂ ମହାଭାରତ ମଧ୍ୟ ପଢ଼ାଯିବ। ବିଶ୍ୱବିଦ୍ୟାଳୟ ଶାସ୍ତ୍ରୀୟ ଭାଷାରେ ୪-କ୍ରେଡିଟ୍ ପାଠ୍ୟକ୍ରମ ଆରମ୍ଭ କରିଛି। ବିଶ୍ୱବିଦ୍ୟାଳୟ ଏହି ବିଷୟକୁ ଏକ ନିୟମିତ ପାଠ୍ୟକ୍ରମ ଭାବରେ ପଢ଼ାବାକୁ ନିଷ୍ପତ୍ତି ନେଇଛି।

Pakistan School Viral Video Jai Shri Ram
Advertisment
Related Articles
Advertisment