Advertisment

Iran Drone Attack: ଜଳୁଛି ଆମେରିକା ଦୂତାବାସ, ଇରାନ ଆକ୍ରମଣରେ ଟ୍ରଂପଙ୍କ ଶକ୍ତି ଧ୍ବଂସ

ଇରାନର ଆକ୍ରମଣ ଏବଂ ଚେତାବନୀ ପରେ ଚିହିଁକି ଉଠିଛନ୍ତି ଆମେରିକା ରାଷ୍ଟ୍ରପତି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚେତାବନୀ ଦେଇ କହିଛନ୍ତି, ଆମେରିକା ଏପର୍ଯ୍ୟନ୍ତ ତାର ସବୁଠାରୁ ବଡ଼ ଆକ୍ରମଣ ଆରମ୍ଭ କରିନାହିଁ ।

author-image
Tanmay Kumar Mahalik
Iran Israel War Update

Iran Israel War Update Photograph: (OTV)

ହୁତୁହୁତୁ ଜଳୁଛି ଆମେରିକା ଦୂତାବାସ । ଇରାନ ଆକ୍ରମଣରେ ଟ୍ରଂପଙ୍କ ଶକ୍ତି ଧ୍ବଂସ । ଯୁଦ୍ଧର ଚତୁର୍ଥ ଦିନରେ ଟ୍ରଂପଙ୍କ ଫୁଟାଣି ଭାଙ୍ଗିଲା ଇରାନ୍ । ଲଗାତର ୪ ଦିନର ଆମେରିକାର ଆକ୍ରମଣ ପରେ ଏବେ ଇରାନ ଦେଇଛି ମୁହଁତୋଡ଼ ଜବାବ ।

Advertisment

ସାଉଦି ଆରବରେ ଥିବା ଆମେରିକୀୟ ଦୂତାବାସ ଉପରେ ଇରାନ ଡ୍ରୋନ ଆକ୍ରମଣ କରିଛି । ଫଳରେ ହୁତୁହୁତୁ ହୋଇ ଜଳିଛି ଆମେରିକା ଦୂତାବାସ । ସାଉଦି ଆରବର ରାଜଧାନୀ ରିୟାଦରେ ଥିବା ଆମେରିକୀୟ ଦୂତାବାସ ଉପରେ ଇରାନ ଦୁଇଟି ଡ୍ରୋନ ସାହାଯ୍ୟରେ ଆକ୍ରମଣ କରିଥିଲା ।

ଫଳରେ ବିସ୍ଫୋରଣରେ ଆମେରିକା ଦୂତାବାସ ଧ୍ବଂସ ହୋଇଛି ଏବଂ ୪ଟି ଡ୍ରୋନକୁ ନଷ୍ଟ କରିଦେଇଛି ଇରାନ। କେବଳ ଏତିକି ନୁହେଁ, ଇରାନ ଦେଇଛି ଆମେରିକାକୁ କଡ଼ା ଚେତାବନୀ । 

Advertisment

ଇରାନ୍ କହିଛି, ହରମୁଜ ଜଳପଥ ଦେଇ କୌଣସି ଜାହାଜ ଯାତାୟାତ କଲେ ଜାଳିଦେବୁ । ଷ୍ଟ୍ରେଟ୍ ଅଫ୍ ହରମୁଜ୍ ଦେଇ ଜାହାଜ ଯିବାକୁ ନିଷେଧାଦେଶ ଜାରି କରିଛି ଇରାନ । କୌଣସି ଜାହାଜ ଗଲେ ହମଲା କରିବାକୁ ଦେଇଛି ଚେତାବନୀ । ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ IRGCର ବରିଷ୍ଠ ପରାମର୍ଶଦାତା ବ୍ରିଗେଡିୟର ଜେନେରାଲ ସର୍ଦ୍ଦାର ଇବ୍ରାହିମ୍ ଜାବାରୀ ଏହି ଘୋଷଣା କରିଛନ୍ତି ।

କହିଛନ୍ତି, ହର୍ମୁଜ୍ ପ୍ରଣାଳୀ ବନ୍ଦ ଅଛି । ଯଦି କେହି ସେହି ସ୍ଥାନ ଦେଇ ଯିବାକୁ ସାହସ କରେ, ତେବେ ରିଭୋଲ୍ୟୁସନାରୀ ଗାର୍ଡ ଏବଂ ନୌସେନା କର୍ମଚାରୀମାନେ ସେହି ଜାହାଜଗୁଡ଼ିକୁ ଜାଳି ଦେବେ ।

ହର୍ମୁଜ ହେଉଛି ଉପସାଗରର ଏକ ସଂକୀର୍ଣ୍ଣ ପଥ, ଯେଉଁଠାରୁ ବିଶ୍ୱର ପ୍ରାୟ ଏକ ପଞ୍ଚମାଂଶ ତୈଳ ପରିବହନ ହୋଇଥାଏ । ସାଉଦି ଆରବ, କୁୱେତ, ଇରାକ, କତାର, ବାହାରିନ, ୟୁଏଇ ଏବଂ ଇରାନରୁ ତେଲ ଏବଂ ଗ୍ୟାସ ବହନ କରୁଥିବା ଜାହାଜ ଏହି ପଥ ଦେଇ ଯାଆସ କରିଥାନ୍ତି ।

ଏହାଦ୍ୱାରା ଅଧିକାଂଶ ଏସିଆ, ବିଶେଷକରି ଚୀନ ପାଇଁ ଇନ୍ଧନ ଆସିଥାଏ । ଇରାନ ଏବଂ ଓମାନ ଏହାର ଜଳପଥକୁ ନିୟନ୍ତ୍ରଣ କରନ୍ତି । ଯଦି ଏହି ଜଳପଥ ଯାତାୟାତ ବନ୍ଦ ହୁଏ, ତେବେ ତୈଳ ମୂଲ୍ୟ ଆକାଶଛୁଆଁ ହୋଇପାରେ ବୋଲି ଆଶଂକା କରାଯାଉଛି ।

ସେପଟେ ଇରାନର ଆକ୍ରମଣ ଏବଂ ଚେତାବନୀ ପରେ ଚିହିଁକି ଉଠିଛନ୍ତି ଆମେରିକା ରାଷ୍ଟ୍ରପତି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚେତାବନୀ ଦେଇ କହିଛନ୍ତି, ଆମେରିକା ଏପର୍ଯ୍ୟନ୍ତ ତାର ସବୁଠାରୁ ବଡ଼ ଆକ୍ରମଣ ଆରମ୍ଭ କରିନାହିଁ ।

ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଗଲେ ଆମେରିକା କେବଳ ଆକାଶମାର୍ଗରୁ ନୁହେଁ, ବରଂ ସ୍ଥଳସେନା ବି ମଇଦାନକୁ ଓହ୍ଲାଇବ। ଇରାନ ସୀମା ଲଂଘିଛି ଓ ସେମାନେ ନିଜ ଜିଦ୍ ନଛାଡିଲେ ଆମେରିକା ସେନା ଜବାବ ଦେବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ଚେତେଇ ଦେଇଛନ୍ତି ଟ୍ରମ୍ପ । ଯଦି ଆବଶ୍ୟକ ହୁଏ ଇରାନରେ ଆମେରିକୀୟ ସୈନ୍ୟ ମୁତୟନ କରିବାକୁ ପଡିବ ବୋଲି କହିଛନ୍ତି ।

iran america war War Iran
Advertisment
Related Articles
Advertisment