Advertisment

Iran Vows To Attack Any Ship: ବଢ଼ିଲା ଅଧିକ ବିପଦ, ହରମୁଜ ପ୍ରଣାଳରେ ଜାହାଜ ଜାଳିଦେବ ଇରାନ

ଷ୍ଟ୍ରେଟ୍ ଅଫ୍ ହରମୁଜ୍ ବନ୍ଦ କଲା ଇରାନ। ବିଧିବଦ୍ଧ ଭାବେ ଘୋଷଣା କଲା ଇରାନ। ଷ୍ଟ୍ରେଟ୍ ଅଫ୍ ହରମୁଜ୍ ଦେଇ ଜାହାଜ ଯିବାକୁ ମନା। କୌଣସି ଜାହାଜ ଗଲେ ହମଲା ପାଇଁ ଚେତାବନୀ।

author-image
Chinmayee Sahoo
Iran

Iran Photograph: (OTV)

ଇରାନର ଚେତାବନୀ। ହରମୁଜ ଜଳପଥ ଦେଇ କୌଣସି ଜାହାଜ ଯାତାୟାତ କଲେ ଜାଳିଦେବୁ। ଷ୍ଟ୍ରେଟ୍ ଅଫ୍ ହରମୁଜ୍ ବନ୍ଦ କଲା ଇରାନ। ଷ୍ଟ୍ରେଟ୍ ଅଫ୍ ହରମୁଜ୍ ଦେଇ ଜାହାଜ ଯିବାକୁ ନିଷେଧାଦେଶ ଜାରି କରିଛି ଇରାନ। କୌଣସି ଜାହାଜ ଗଲେ ହମଲା କରିବାକୁ ଦେଇଛି ଚେତାବନୀ। 

Advertisment

ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ IRGCର ବରିଷ୍ଠ ପରାମର୍ଶଦାତା ବ୍ରିଗେଡିୟର ଜେନେରାଲ ସର୍ଦ୍ଦାର ଇବ୍ରାହିମ୍ ଜାବାରୀ ଏହି ଘୋଷଣା କରିଛନ୍ତି। କହିଛନ୍ତି ହର୍ମୁଜ୍ ପ୍ରଣାଳୀ ବନ୍ଦ ଅଛି। ଯଦି କେହି ସେହି ସ୍ଥାନ ଦେଇ ଯିବାକୁ ସାହସ କରେ, ତେବେ ରିଭୋଲ୍ୟୁସନାରୀ ଗାର୍ଡ ଏବଂ ନୌସେନା କର୍ମଚାରୀମାନେ ସେହି ଜାହାଜଗୁଡ଼ିକୁ ଜାଳି ଦେବେ। 

ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଖାମେନିଙ୍କ ମୃତ୍ୟୁର କିଛି ଦିନ ପରେ ଏହି ଚେତାବନୀ ଦିଆଯାଇଛି।.. ହର୍ମୁଜ ହେଉଛି ଉପସାଗରର ଏକ ସଂକୀର୍ଣ୍ଣ ପଥ, ଯେଉଁଠାରୁ ବିଶ୍ୱର ପ୍ରାୟ ଏକ ପଞ୍ଚମାଂଶ ତୈଳ ପରିବହନ ହୋଇଥାଏ। ସାଉଦି ଆରବ, କୁୱେତ, ଇରାକ, କତାର, ବାହାରିନ, ୟୁଏଇ ଏବଂ ଇରାନରୁ ତେଲ ଏବଂ ଗ୍ୟାସ ବହନ କରୁଥିବା ଜାହାଜ ଏହି ପଥ ଦେଇ ଯାଆସ କରିଥାନ୍ତି। 

Advertisment

ଏହାଦ୍ୱାରା ଅଧିକାଂଶ ଏସିଆ, ବିଶେଷକରି ଚୀନ ପାଇଁ ଇନ୍ଧନ ଆସିଥାଏ। ଇରାନ ଏବଂ ଓମାନ ଏହାର ଜଳପଥକୁ ନିୟନ୍ତ୍ରଣ କରନ୍ତି। କିନ୍ତୁ ଏହାକୁ ଏକ ଅନ୍ତର୍ଜାତୀୟ ଜଳପଥ ଭାବରେ ବିବେଚନା କରାଯାଏ। ଯେଉଁଠାରେ ଜାହାଜଗୁଡ଼ିକର ଯିବାର ଅଧିକାର ଅଛି। ଯଦି ଯାତାୟାତ ବନ୍ଦ ହୁଏ, ତେବେ ତୈଳ ମୂଲ୍ୟ ଆକାଶଛୁଆଁ ହୋଇପାରେ ବୋଲି ଆଶଂକା ପ୍ରକାଶ ପାଇଛି। 

ପୂର୍ବରୁ ଗତ ଫେବୃଆରୀରେ ଇରାନର ସାମରିକ ଅଭ୍ୟାସ ସମୟରେ କିଛି ଅଞ୍ଚଳରେ ଯାତାୟାତକୁ ଅବରୋଧ କରିଥିଲା। ଯାହା ଫଳରେ ତେଲ ମୂଲ୍ୟ ୬ ପ୍ରତିଶତ ବୃଦ୍ଧି ପାଇଥିଲା।

Strait of Hormuz Iran
Advertisment
Related Articles
Advertisment