Advertisment

High-Level Meeting on Safety of Odias: ପ୍ରବାସୀ ଓଡ଼ିଆଙ୍କ ସୁରକ୍ଷା ଚିନ୍ତା, ୨୪ ଘଣ୍ଟିଆ ଟୋଲଫ୍ରି ନମ୍ବର ଜାରି

ମଧ୍ୟପ୍ରାଚ୍ୟର ପ୍ରବାସୀ ଓଡ଼ିଆଙ୍କ ସୁରକ୍ଷା ଓ ସ୍ଥିତି ନେଇ ଉଚ୍ଚସ୍ତରୀୟ ବୈଠକ। ପରିସ୍ଥିତିକୁ ନେଇ ପ୍ରସ୍ତୁତି ଓ ପଦକ୍ଷେପ ନେବାକୁ ମୁଖ୍ୟ ଶାସନ ସଚିବଙ୍କ ପରାମର୍ଶ। ସହାୟତା ପାଇଁ ଟୋଲଫ୍ରି ନମ୍ବର।

author-image
Chinmayee Sahoo
High-Level Meeting on Safety of Odias

High-Level Meeting on Safety of Odias Photograph: (OTV)

ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତିରେ ପ୍ରବାସୀ ଓଡ଼ିଆଙ୍କ ସୁରକ୍ଷା ନେଇ ଉଚ୍ଚସ୍ତରୀୟ ବୈଠକ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ଉଚ୍ଚସ୍ତରୀୟ ବୈଠକ। ପ୍ରବାସୀ ଓଡ଼ିଆଙ୍କ ସୁରକ୍ଷା ଓ ସେମାନଙ୍କ ସ୍ଥିତି ସମ୍ପର୍କରେ ପ୍ରସ୍ତୁତି ଓ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ। 

Advertisment

ପରିସ୍ଥିତିକୁ ନଜରରେ ରଖି ପ୍ରସ୍ତୁତି ଓ ପଦକ୍ଷେପ ନେବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି। ଭାରତୀୟ ବୈଦେଶିକ ମନ୍ତ୍ରାଳୟ ଦ୍ୱାରା ଏକ ୨୪ ଘଣ୍ଟିଆ ଟୋଲଫ୍ରି ନମ୍ବର ଜାରି କରାଯାଇଛି। ଏହି ନମ୍ବର ହେଉଛି  800-46342 ଏବଂ ହ୍ୱାଟ୍ସଆପ୍ ନମ୍ବର ହେଉଛି 971543090571। ସେହିପରି ଓଡ଼ିଶା ପରିବାର ସ୍ୱତନ୍ତ୍ର କାର୍ଯ୍ୟରତ ଅଧିକାରୀଙ୍କ ନମ୍ବର ଜାରି କରାଯାଇଛି। ଏହି ନମ୍ବର ହେଉଛି 95833 21964।

କ୍ରୀଡା ଓ ଯୁବବ୍ୟାପାର ମନ୍ତ୍ରୀ ସୂର୍ଯ୍ୟାବଂଶୀ ସୂରଜ ମଧ୍ୟ ସୋସିଆଲ ମିଡିଆ ‘ଏକ୍ସ’ରେ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ ଓଡ଼ିଶା ସରକାରଙ୍କ ପକ୍ଷରୁ ସହାୟତା ଓ ସୂଚନା ନେଇ ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ, ରାଜ୍ୟ ଗୃହ ବିଭାଗ, ରାଜ୍ୟ ଶ୍ରମ ନିର୍ଦ୍ଦେଶାଳୟ, ପ୍ରବାସୀ ଭାରତୀୟଙ୍କ ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ସଂସ୍ଥାଙ୍କ ସହ ମିଳିତ ଭାବେ ଏକ ଓ୍ୱାର୍କିଂ ଗ୍ରୁପ୍ ଗଠନ କରାଯାଇଛି। ଏଥି ସହ ପରିସ୍ଥିତି ଉପରେ ନଜର ମଧ୍ୟ ରଖାଯାଇଛି।

Advertisment

Tension In Middle East
Advertisment
Related Articles
Advertisment