Advertisment

India vs New Zealand: ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍; କାହା ହାତକୁ ଯିବ ବିଶ୍ୱକପ୍ ଟ୍ରଫି ?

ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍। ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମ୍ୟାଚ୍। ସଞ୍ଜୁ ସାମସନଙ୍କ ବ୍ୟାଟରୁ ବଡ଼ ଇନିଂସ ଆଶା।

author-image
Chinmayee Sahoo
T-20 World Cup

T-20 World Cup Photograph: (OTV)

କ୍ରିକେଟ ରଣକ୍ଷେତ୍ର ପ୍ରସ୍ତୁତ, ଯୋଦ୍ଧା ବି ତୟାର। ଆଜି ଟି-ଟ୍ୱେଣ୍ଟି ବିଶ୍ୱକପର ମହାଯୁଦ୍ଧ। ଟାଇଟଲ୍ ଲଢ଼େଇରେ ସାମନା ସାମନୀ ହେବେ ଶକ୍ତିଶାଳୀ ଟିମ୍ ଇଣ୍ଡିଆ ଓ ନ୍ୟୁଜିଲାଣ୍ଡ। ସୁପରସଣ୍ଡେରେ ହେବ ସୁପର ମୁକାବିଲା। ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ ପାଇଁ ହେବ ଟାଇଟଲ୍ ଲଢ଼େଇ। କିଏ ମାରିବ ବାଜି ? କାହା ହାତକୁ ଯିବ ବିଶ୍ୱକପ୍ ଟ୍ରଫି ? 

Advertisment

ସାରା ବିଶ୍ୱର ନଜର ଆଜିର ହାଇ-ଭୋଲଟେଜ୍ ମ୍ୟାଚ୍ ଉପରେ। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ। ସୁପର-୮ ଓ ସେମି ଭଳି ଫାଇନାଲରେ ସଞ୍ଜୁ ସାମସନଙ୍କ ବ୍ୟାଟରୁ ବଡ଼ ଇନିଂସ ଆଶା ରଖିଛନ୍ତି କ୍ରିକେଟ ପ୍ରେମୀ। ତାଙ୍କ ସହ ଇନଫର୍ମ ଇଶାନ୍ ଓ ଅଲରାଉଣ୍ଡର ଶିବମ ଦୁବେଙ୍କଠାରୁ ବି ଧୂଆଁଧାର ଇନିଂସ ଆଶା କରାଯାଉଛି। 

ଏମାନଙ୍କ ବ୍ୟାଟ ଚାଲିଲେ ଭାରତ ବଡ଼ ସ୍କୋର ଠିଆ କରିବା ନିଶ୍ଚିତ। ସେପଟେ ଦକ୍ଷିଣ ଆଫ୍ରିକାକୁ ଏକତରଫା ଭାବେ ୯ ୱିକେଟରେ ହରାଇ ଫାଇନାଲ୍ ଆସିଛି ନ୍ୟୁଜିଲାଣ୍ଡ। ଓପନର୍ ଫିନ୍ ଆଲେନ୍ ମାତ୍ର ୩୩ ବଲରେ ଶତକ ହାସଲ କରି ନିଜର ଫର୍ମ ପ୍ରଦର୍ଶନ କରିଛନ୍ତି। ଯାହା ଭାରତୀୟ ବୋଲରଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହେବ। 

Advertisment

ସେହିପରି ଘାତକ ସାଜି ପାରନ୍ତି ଡାରେଲ୍ ମିଚେଲ୍। ଏମାନଙ୍କୁ ଅଟକାଇବାକୁ ବୋଲିଂ ରଣନୀତି କରିଛି ଟିମ୍ ଇଣ୍ଡିଆ। ଭାରତ ଲଗାତାର ଦ୍ୱିତୀୟ ଥର ପାଇଁ ଟାଇଟଲ୍ ଜିତିବା ଲକ୍ଷ୍ୟରେ ରହିଛି। ତେବେ ରେକର୍ଡ କହୁଛି ଟି-ଟ୍ବେଣ୍ଟି ବିଶ୍ବକପରେ କେବେ ବି କିୱି ବାହିନୀକୁ ହରାଇନି ଭାରତ। ଏଥର ଇତିହାସ ବଦଳାଇବା ଲକ୍ଷ୍ୟ ନେଇ ଖେଳିବ ସୂର୍ଯ୍ୟସେନା।

T20 World Cup
Advertisment
Related Articles
Advertisment