/odishatv-khabar/media/media_files/2026/03/08/iran-attack-dubai-2026-03-08-13-41-51.jpg)
Iran Attack Dubai Photograph: (OTV)
ଶତ୍ରୁ ଦେଶର ନିଦ ହଜାଇବାକୁ ଇରାନର ବଡ଼ ପ୍ଲାନ୍ । ପ୍ରତିଶୋଧ ନିଆଁରେ ରକ୍ତମୁଖା ଇରାନ । ମିସାଇଲ ମାଡ଼ରେ ଜଳାଇଲା ଦୁବାଇର ମରିନା ଟାଓ୍ୱାର । କୁୱେତ ବିମାନବନ୍ଦର ଉପରେ ବି କଲା ଡ୍ରୋନ ମାଡ଼ । ଦିନ ଯେତିକି ଯେତିକି ଗଡ଼ୁଛି ମଧ୍ୟପ୍ରଚ୍ୟରେ ସେତିକି ସେତିକି ଭୟଙ୍କର ହେଉଛି ଯୁଦ୍ଧ ।
ଆଜି ଯୁଦ୍ଧର ନବମ ଦିନରେ ଆମେରିକା-ଇସ୍ରାଏଲ ଓ ଇରାନ ପକ୍ଷରୁ ବଡ଼ ଆଟାକ୍ ହୋଇଛି । ମିସାଇଲ୍ ମଡ଼ରେ କେଉଁଠି ଧ୍ବଂସ ହୋଇଛି ତ ପୁଣି କେଉଁଠି ହୁତୁହୁତୁ ଜଳିଛି ବଡ଼ ବଡ଼ ଅଟ୍ଟାଳିକା ।
ଇରାନ ଗାର୍ଡସ କମାଣ୍ଡରମାନଙ୍କୁ ଟାର୍ଗେଟ କରି ଲେବାନନ ରାଜଧାନୀ ବେରୁତ ଉପରେ ଆକ୍ରମଣ କରିଛି ଇସ୍ରାଏଲ । ଆଉ ସେପଟେ ଇରାନ ମଧ୍ୟ ଦେଇଛି କଡ଼ା ଜବାବ ।
ଉପସାଗରୀୟ ପଡ଼ୋଶୀ ଦେଶ ଉପରେ ଆକ୍ରମଣ ଜାରି ରଖିଛି ଇରାନ୍ । ଦୁବାଇର ମରିନା ଟାଓ୍ୱାର ଉପରେ ମିସାଇଲ ମାଡ଼ କରିଛି । କୁଏତର ତୈଳ ଡିପୋଗୁଡିକୁ ମଧ୍ୟ ଇରାନ୍ ଟାର୍ଗେଟ କରିଛି ।
ସାଉଦି ଆରବର କୁୱେତ ବିମାନବନ୍ଦର ଉପରେ ଡ୍ରୋନ ମାଡ଼ କରି ସବୁ କିଛିକୁ ଖିନଭିନ୍ କରିଛି । ଆଉ ବୁର୍ଜ ଖଲିପା ପରେ ଏବେ ଦୁବାଇର ମରିନା ଟାୱାର ଉପରେ ଆଟାକ୍ ହୋଇଛି । ସୋସିଆଲ ମିଡିରେ ଭାଇରାଲ୍ ହେଉଥିବା ଭିଡିଓରେ ଟାୱାରରୁ ପ୍ରବଳ ଧୂଆଁ ବାହାରୁଥିବା ଦେଖାଯାଉଛି ।
ପ୍ରାୟ ୯୦ ମହଲା ବିଶିଷ୍ଟ ଏହି କୋଠାକୁ ଦୁବାଇ ମାରିନାର ସବୁଠାରୁ ଆକର୍ଷଣୀୟ ସ୍ଥାନ ବୋଲି କୁହାଯାଏ । ଏଇଠି ବହୁ ସଂଖ୍ୟକ ବିଦେଶୀ ନାଗରିକ, ବୃତ୍ତିଗତ ଏବଂ ନିବେଶକ ରହିଥା’ନ୍ତି । ମରିନା ଟାୱାର ଉପରେ ଆଟାକ୍ ପରେ ଏବେ ପୂରା ସହରରେ ଆତଙ୍କ ରାଜ୍ କରୁଛି ।
ସେପଟେ ଯୁଦ୍ଧକୁ ବିଳମ୍ବରେ ଓହ୍ଲାଇ ଆମେରିକାକୁ ସହଯୋଗର ହାତ ବଢାଇଥିବା ବ୍ରିଟେନକୁ ତାଚ୍ଛଲ୍ୟ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ । ସେ କହିଛନ୍ତି, ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଷ୍ଟାର୍ମରଙ୍କଠାରୁ ଆମର କିଛି ସହୟତା ଆବଶ୍ୟକ ନାହିଁ ।
ଯୁଦ୍ଧ ଜିତିବା ପରେ ଆଉ କୌଣସି ଦେଶର ସହଯୋଗ ଆବଶ୍ୟକତା ନାହିଁ ବୋଲି ଟ୍ରମ୍ପ କିଛି ଅଭିମାନ ଭରା ଉକ୍ତି ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡଲ ଟ୍ରୁଥରେ ଉଲ୍ଲେଖ କରିଛନ୍ତି ।
ସେପଟେ ଯୁଦ୍ଧରେ ରୁଷ, ଇରାନକୁ ସହଯୋଗ କରୁଥିବା ପ୍ରଶ୍ନରେ ଟ୍ରମ୍ପ କହିଛନ୍ତି, ଏବେ ସୁଦ୍ଧା ସେଭଳି କିଛି ସୂଚନା ମିଳି ନାହିଁ । ଯଦି ସେପରି ହେଉଥାଏ, ତେବେ ରୁଷ୍ ଠିକ୍ କରୁ ନାହିଁ ବୋଲି କହିଛନ୍ତି ଟ୍ରମ୍ପ୍ ।
Two Buses Collide: ଫାଟିଲା ଚକା, ପଛରୁ ପିଟିଦେଲା ବସ୍, ୧୦ ଗୁରୁତର

Hit-and-Run Case: ଟ୍ରାକ୍ଟର ଧକ୍କାରେ ଦିବ୍ୟାଙ୍ଗ ମୃତ, ଚାଳକ ଚମ୍ପଟ, ଯାତାୟତ ବନ୍ଦ

Nepal: ନେପାଳ ରାଜନୀତିରେ ବଡ଼ ବିପ୍ଳବ, ବାଲେନଙ୍କ କ୍ରେଜ ଆଗରେ ଶକ୍ତିଶାଳୀ ଦଳ ବି ଫିକା

CM Condemns 'Insult' to President Murmu: ରାଷ୍ଟ୍ରପତିଙ୍କ ଅପମାନ ରାଜନୈତିକ ବିଚାରଠାରୁ ବହୁ ଉର୍ଦ୍ଧ୍ବରେ: ମୁଖ୍ୟମନ୍ତ୍ରୀ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)