Advertisment

Iran–Israel war: ଯୁଦ୍ଧ ନିଆଁରେ ଖିନଭିନ୍ ଇରାନ, ଉଜୁଡ଼ିଗଲା ଖାମେନେଇଙ୍କ ଅଧା ପରିବାର !

ଖାମେନେଇଙ୍କ ମୃତୁରେ ୪୦ ଦିନିଆ ଶୋକ ଘୋଷଣା କରିଛି ଇରାନ । ହମଲାରେ ଖାମେନେଇଙ୍କ ଝିଅ, ବୋହୂ, ଜ୍ବାଇଁ, ନାତୀଙ୍କ ବି ମୃତ୍ୟୁ ହୋଇଥିବା କୁହାଯାଉଛି । କେବଳ ଏତିକି ନୁହେଁ, ଇସ୍ରାଏଲର ମିଶାଇଲ୍ ମାଡ଼ରେ ଇରାନର ପ୍ରତିରକ୍ଷା ମନ୍ତ୍ରୀ ଓ ଟପ୍ କାମଣ୍ଡରଙ୍କ ମୃତ୍ୟୁ ହୋଇଥିବା ମଧ୍ୟ ସୂଚନା ମିଳିଛି ।

author-image
Tanmay Kumar Mahalik
Iran TOP Leader Death

Iran TOP Leader Death Photograph: (OTV)

ତିନି ଦେଶରେ ଜଳୁଛି ଯୁଦ୍ଧ ନିଆଁ । ଆମେରିକା ଓ ଇସ୍ରାଏଲ ଆକ୍ରମଣରେ ଖିନଭିନ୍ ଇରାନ । ଦେଶର ସର୍ବୋଚ୍ଚ ନେତା ଖାମେନେଇଙ୍କ ମୃତ୍ୟୁ । ଯୁଦ୍ଧ ହମଲାରେ ଉଜୁଡ଼ିଗଲା ଖାମେନେଇଙ୍କ ଅଧା ପରିବାର ! ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲ୍ଲୀ ଖାମେନେଇଙ୍କ ମୃତ୍ୟୁ ହୋଇଛି ।

Advertisment

ଏ ନେଇ ଇରାନ୍ ନିଜେ ସ୍ବୀକାର କରିଛି । ତା’ ସହ ଇରାନ ଆହୁରି କହିଛି, ଆମ ଦେଶ ଉପରେ ଦୁଇ ଦେଶର ହମଲା ଯୋଗୁ ଆମେ ଆମର ବଡ଼ ନେତାଙ୍କୁ ହରାଇଛୁ । ଆମେ ପ୍ରତିଶୋଧ ନେବୁ । ଆମ ଟାର୍ଗେଟ୍‌ରେ ଏବେ ନେତାନ୍ୟାହୁ ବୋଲି ଇରାନ କହିଛି । ସେପଟେ ଖାମେନେଇଙ୍କ ନିହତ ପରେ ଇରାନ ସେନାର ନେତ୍ବତ୍ବ ପାଇଁ ନୂଆ କମାଣ୍ଡର ମୁଖ୍ୟ ଅହମ୍ମଦ ୱାହିଦୀଙ୍କ ନାଁ ଘୋଷଣା କରିଛି ଇରାନ ।

ଖାମେନେଇଙ୍କ ମୃତୁରେ ୪୦ ଦିନିଆ ଶୋକ ଘୋଷଣା କରିଛି ଇରାନ । ହମଲାରେ ଖାମେନେଇଙ୍କ ଝିଅ, ବୋହୂ, ଜ୍ବାଇଁ, ନାତୀଙ୍କ ବି ମୃତ୍ୟୁ ହୋଇଥିବା କୁହାଯାଉଛି । କେବଳ ଏତିକି ନୁହେଁ, ଇସ୍ରାଏଲର ମିଶାଇଲ୍ ମାଡ଼ରେ ଇରାନର ପ୍ରତିରକ୍ଷା ମନ୍ତ୍ରୀ ଓ ଟପ୍ କାମଣ୍ଡରଙ୍କ ମୃତ୍ୟୁ ହୋଇଥିବା ମଧ୍ୟ ସୂଚନା ମିଳିଛି ।

Advertisment

ସବୁଠାରୁ ବଡ଼ କଥା ହେଉଛି, ଆୟାତୋଲ୍ଲା ଅଲ୍ଲୀ ଖାମେନେଇ ଇରାନର ସର୍ବୋଚ୍ଚ ନେତା ଥିଲେ । ୧୯୮୧ରୁ ୧୯୮୯ ପର୍ଯ୍ୟନ୍ତ ଇରାନର ରାଷ୍ଟ୍ରପତି ଭାବେ ଦାୟିତ୍ବ ତୁଲାଇଥିଲେ । ଆଉ ୧୯୮୯ ପରଠାରୁ ଏ ଯାଏଁ ଇରାନ ତାଙ୍କୁ ସର୍ବୋଚ୍ଚ ନେତାର ଆଶନ ଦେଇଥିଲା ।

ଇରାନର ରାଷ୍ଟ୍ରପତିଙ୍କଠାରୁ ଅଧିକ କ୍ଷମତା ସର୍ବୋଚ୍ଚ ନେତାଙ୍କ ପାଖରେ ଥାଏ । ଇରାନର ସେନା, ନ୍ୟାୟାଳୟ ଓ ବିଦେଶ ନୀତିରେ ତାଙ୍କର ଥିଲା ସର୍ବୋଚ୍ଚ ଅଧିକାର । ତେବେ ଇରାନର ଶକ୍ତିଶାଳୀ ନେତାଙ୍କ ଉପରେ ଆମେରିକା ଓ ଇସ୍ରାଏଲର ଆକ୍ରମଣ ପରେ ଯୁଦ୍ଧ ଆହୁରି ଭୟଙ୍କର ହୋଇପାରେ ବୋଲି ଆଶଙ୍କା କରାଯାଉଛି । 

ଏହି ଆକ୍ରମଣରେ ଇରାନରେ ହେଡ୍ ଅଫ ମିଲିଟାରୀ ବ୍ୟୁରୋ ଏବଂ ସୁପ୍ରିମ ଲିଡରଙ୍କ ପରାମର୍ଶଦାତାଙ୍କ ମଧ୍ୟ ମୃତ୍ୟୁ ଘଟିଛି । ସେହିଭଳି ରିଭୋଲୁସନାରୀ ଗାର୍ଡର କମାଣ୍ଡର ମଧ୍ୟ ପ୍ରାଣ ହରାଇଛନ୍ତି ।

ଇରାନ ଗୁଇନ୍ଦା ବିଭାଗର ମୁଖ୍ୟ ବି ଇସ୍ରାଏଲ ଓ ଆମେରିକା ଆକ୍ରମଣରେ ଆଖି ବୁଜିଛନ୍ତି । ଆମେରିକା ଓ ଇସ୍ରାଏଲରେ ଘନ ଘନ ରକେଟ୍ ଓ ଡ୍ରୋନ୍ ମାଡ଼ରେ ଇରାନ୍ ଏକପ୍ରକାର ମୁରବୀ ଶୂନ୍ୟ ହୋଇ ପଡ଼ିଥିବା କୁହାଯାଉଛି । 

America War Israel Iran
Advertisment
Related Articles
Advertisment