/odishatv-khabar/media/media_files/2026/03/01/1st-march-new-2026-03-01-16-02-39.jpg)
1ST MARCH NEW Photograph: (OTV)
ଦେଶର ବିଭିନ୍ନ ରାଜ୍ୟରେ ୧୦ ଦିନ ବ୍ୟାଙ୍କ ଛୁଟି । ବିଭିନ୍ନ ପର୍ବପର୍ବାଣୀ ପାଇଁ ବନ୍ଦ ରହିବ ବ୍ୟାଙ୍କ । ହୋଲିରୁ ରାମ ନବମୀ ଯାଏଁ ପଡୁଛି ୧୦ ଛୁଟି । ୫ଟି ରବିବାର, ଦ୍ବିତୀୟ ଏବଂ ଚତୁର୍ଥ ଶନିବାରକୁ ମିଶାଇ ମୋଟ ୧୭ ଦିନ ବ୍ୟାଙ୍କ ଛୁଟି । ଓଡ଼ିଶାରେ ଦୋଳ ପୂର୍ଣ୍ଣିମା ଏବଂ ହୋଲି ଛୁଟିକୁ ମିଶାଇ ମୋଟ ୯ ଦିନ ବନ୍ଦ ରହିବ ବ୍ୟାଙ୍କ ।
ଭାରତର ବ୍ୟାଙ୍କ ଗ୍ରାହକ ମାନଙ୍କ ପାଇଁ ଏହି ଖବର । ଯଦି ବ୍ୟଙ୍କରେ ଆପଣଙ୍କ କିଛି କାମ ରହିଛି ତେବେ ଏହି ଦିନ ଗୁଡ଼ିକ ପୂର୍ବରୁ କରାଇନିଅନ୍ତୁ । ଯଦି ଅପଣ ଓଡ଼ିଶା ବ୍ୟତୀତ ଅନ୍ୟ କେଉଁ ରାଜ୍ୟରେ ରହିଛନ୍ତି ତାହେଲେ ଏହି ଖବରଟି ଆପଣଙ୍କ ପାଇଁ ବେଶ୍ ଜରୁରୀ । ଜାଣନ୍ତୁ କେଉଁ ରାଜ୍ୟରେ କେଉଁଦିନ ବ୍ୟାଙ୍କ ବନ୍ଦ ରହିବ …
ମାର୍ଚ୍ଚ ୨: ହୋଲିକା ଦହନ ପାଳନ ପାଇଁ ଉତ୍ତର ପ୍ରଦେଶରେ ଥିବା ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ
ମାର୍ଚ୍ଚ ୪: ଓଡ଼ିଶା, ତ୍ରିପୁରା, ଗୁଜୁରାଟ, ମିଜୋରାମ, ଚଣ୍ଡିଗଡ଼, ଉତ୍ତରପ୍ରଦେଶ, ମଣିପୁର, ଅରୁଣାଚଳ ପ୍ରଦେଶ, ଜାମ୍ମୁ କାଶ୍ମୀର, ଉତ୍ତରପ୍ରଦେଶ, ଦିଲ୍ଲୀ, ବିହାର, ଛତିଶଗଡ, ମେଘାଳୟ, ଏବଂ ହିମାଚଳ ପ୍ରଦେଶରେ ହୋଲି ପାଳନ କରିବା ପାଇଁ ବ୍ୟାଙ୍କ ବନ୍ଦ ରହିବ
ମାର୍ଚ୍ଚ ୧୩: ଚାପଚର କୁଟ ପର୍ବ ପାଳନ ପାଇଁ ମିଜୋରାମରେ ବ୍ୟାଙ୍କଗୁଡିକ ବନ୍ଦ ରହିବ
ମାର୍ଚ୍ଚ ୧୭: ଜମ୍ମୁ-କାଶ୍ମୀରରେ ଥିବା ବ୍ୟାଙ୍କଗୁଡ଼ିକ ସବ୍- ଇ-କଦର ପାଳନ ପାଇଁ ବନ୍ଦ ରହିବ
ମାର୍ଚ୍ଚ ୧୯: ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡୁ, ତେଲେଙ୍ଗାନା, ମଣିପୁର, ଜାମ୍ମୁ କାଶ୍ମୀର, ଗୋଆ, ଆନ୍ଧ୍ରପ୍ରଦେଶ, ରାଜସ୍ଥାନ, ଏବଂ ଶ୍ରୀନଗରରେ ଗୁଡ଼ିପାଡ଼ୱା, ଉଗାଡି ଫେଷ୍ଟିଭାଲ, ତେଲୁଗୁ ନୂଆ ବର୍ଷ ପାଇଁ ବ୍ୟାଙ୍କ ଗୁଡ଼ିକ ବନ୍ଦ ରହିବ
ମାର୍ଚ୍ଚ ୨୧: ଓଡ଼ିଶା, ଆସାମ, ଗୁଜରାଟ, ମିଜୋରାମ, ମହାରାଷ୍ଟ୍ର, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ଚଣ୍ଡିଗଡ଼, ତାମିଲନାଡୁ, ଉତ୍ତରପ୍ରଦେଶ, ଉତ୍ତରପ୍ରଦେଶ, ଜାମ୍ମୁ ଏବଂ କାଶ୍ମୀର ଏବଂ ରାଜସ୍ଥାନ ଭଳି ରାଜ୍ୟ ଗୁଡ଼ିକରେ ବିଭିନ୍ନ ପର୍ବପର୍ବାଣୀ ପାଇଁ ବ୍ୟାଙ୍କ ବନ୍ଦ
ମାର୍ଚ୍ଚ ୨୬: ଶ୍ରୀ ରାମ ନବମୀ ପାଳନ ପାଇଁ ମିଜୋରାମ, ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡୁ, ଉତ୍ତରପ୍ରଦେଶ, ରାଜସ୍ଥାନ, ଉତ୍ତରପ୍ରଦେଶ, ଚଣ୍ଡିଗଡ଼, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ମୁମ୍ବାଇ, ନାଗପୁର, ଝାଡଖଣ୍ଡ, ଏବଂ ହିମାଚଳ ପ୍ରଦେଶରେ ବ୍ୟାଙ୍କ ବନ୍ଦ ରହିବ ।
ହେଲେ ଏହି ଦିନ ଗୁଡ଼ିକରେ ଡିଜିଟାଲ୍ ବ୍ୟାଙ୍କିଂ ସେବା ଚାଲୁ ରହିବ । ଛୁଟିଦିନରେ ଟଙ୍କା ଦେଣନେଣ କହିପାରିବେ ଉପଭୋକ୍ତା । ହେଲେ ବ୍ୟାଙ୍କ ସଂପର୍କୀତ କାମ ପାଇଁ ଏହି ତାରିଖ ଗୁଡ଼ିକ ଜାଣିବା ନିହାତି ଜରୁରୀ ।
Teacher Named in Kidnap Case: ସ୍ବାମୀ ନାଁରେ କିଡନାପ୍ ମାମଲା, ସ୍ତ୍ରୀକୁ ଜେଲ୍ ପଠାଇଲା ପୋଲିସ

Gold And Silver Price Increase: ମହାଯୁଦ୍ଧ ପ୍ରଭାବ, ଦିନକରେ ହୁ ହୁ ହୋଇ ବଢିଲା ସୁନା ଓ ରୁପା ଦର

Vijay-Rashmika Grand Wedding: ସରିଲା ବିବାହ, ୧୪ ରାଜ୍ୟକୁ ପଠାଗଲା ମିଠା ବୋଝେଇ ଟ୍ରକ୍; କେଉଁଠି ପହଞ୍ଚିବ ଜାଣନ୍ତୁ…

Khamenei's Death Sparks Reactions Across India: ଖାମେନେଇ ମୃତ୍ୟୁ; ଭାରତରେ ଜୋରଦାର ବିକ୍ଷୋଭ, ଆଲିପୁରରେ ତିନି ଦିନ ଶୋକ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)