/odishatv-khabar/media/media_files/2026/03/01/gun-polint-2026-03-01-15-55-49.jpg)
Gun Polint Photograph: (OTV)
ସ୍ବାମୀ ନାଁରେ କିଡନାପ୍ ମାମଲା । ସ୍ତ୍ରୀକୁ ଜେଲ୍ ପଠାଇଲା ପୋଲିସ । ସ୍ବାମୀର ଥିଲା ସରକାରୀ ଚାକିରି, ସେଥିପାଇଁ ବନ୍ଧା ହେଲା ସ୍ତ୍ରୀ । ଏମିତି ଏକ ଅଜବ କଥା ହୁଏ ଆପଣ କେବେ ଶୁଣି ନଥିବେ । ହେଲେ ସରକାରୀ ଚାକିରି ପାଇଁ ଏଠି ଅପରାଧୀ ଉପରେ କରୁଣା ଢାଳିଦେଇଛନ୍ତି ପୁଲିସ ବାବୁ ।
କୁହାଯାଉଛି କି, ଶିକ୍ଷକ ସ୍ବାମୀ ସୁଧାଂଶୁ ରଣାଙ୍କ ନାଁରେ ପୁଇଁନ୍ତଳା ଥାନାରେ ଅପହରଣ ଅଭିଯୋଗ ହୋଇଥଲା । ସୁଧାଂଶୁଙ୍କ ନାଁରେ ପୋଲିସ ମାମଲା ବି ରୁଜୁ କରିଥିଲା ।
ହେଲେ ସୁଧାଂଶୁ ସରକାରୀ ଚାକିରି କରିଥିବାରୁ ତାଙ୍କ ପିତ୍ନୀ ସୀତୟା ରଣା ଓ ତାଙ୍କ ଡ୍ରାଇଭରଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣି କରିଛି । ଆଉ ଅପହରଣ ମାମଲାକୁ ମ୍ୟାନେଜ୍ କରିଛି । ହେଲେ ଏଠି ପ୍ରଶ୍ନ ଉଠୁଛି, ପତ୍ନୀ ସୀତୟା କେମିତି ହେଲେ ଅପହରଣକାରୀ ? ଆମ ଆଇନରେ ସ୍ବାମୀ ବଦଳରେ ସ୍ତ୍ରୀକୁ ଜେଲର ନିୟମ ରହିଛି କି ?
ଗତ ୨୧ ତାରିଖ, ସୋନପୁର ତରଭା ଥାନାର ତିଥିପାଲି ଗାଁର ସୁଧାଂଶୁ ରଣାଙ୍କ ଝିଅକୁ ଧରି ଫେରାର ମାରିଥିଲେ ବଡମୁଣ୍ଡା ଗାଁର ଯୁବକ ଭାସ୍କର ରଣା । ତା’ପରେ ପ୍ରେମକୁ ନେଇ ଆରମ୍ଭ ହେଇଥିଲା ମହାଭାରତ । ପରେ ଭାସ୍କରଙ୍କ ଭିଣୋଇ ଶ୍ୟାମ ରଣାଙ୍କୁ ଗନପଏଣ୍ଟରେ କିଡନେପ କରିନେଇଥିଲେ ଗୁଣ୍ଡା । ଦେଖନ୍ତୁ ଏ ଏକ୍ସକ୍ଳୁସିଭ ଫଟୋକୁ ।
କେମିତି ଜଣେ ଗୁଣ୍ଡା କାର ଭିତରୁ ବନ୍ଧୁକ ଦେଖାଇଥିଲେ । ପରେ ଜଙ୍ଗଲ ଭିତରକୁ ନେଇ ବିବସ୍ତ୍ର କରି ମାଡ ମାରି, ଶ୍ୟାମସୁନ୍ଦରକୁ ଛାଡିଦେଇଥିଲେ । ପରେ ଥାନାରେ ଅପହରଣ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ଶିକ୍ଷକ ସ୍ବାମୀ ସୁଧାଂଶୁ ରଣା, ସ୍ତ୍ରୀ ସୀତୟା ରଣା ଓ କାରର ଡ୍ରାଇଭରକୁ ଆଣି ପୋଲିସ ଜେରା କରିଥିଲା । ଶେଷରେ ଅଭିଯୁକ୍ତ ସ୍ବାମୀ ପରିବର୍ତ୍ତେ ସ୍ତ୍ରୀଙ୍କୁ ଗିରଫ କରି ଜେଲ୍ ପଠାଇଥିଲା ।
ଏହି ମାମଲାରେ ପୋଲିସ ରଫାଦଫା କରିଥିବା ନେଇ ରୋକଠୋକ ଅଭିଯୋଗ ଆଣିଛନ୍ତି ଅଭିଯୋଗକାରୀ । ହେଲେ ଏନେଇ ବଲାଙ୍ଗିର ପୋଲିସ ପ୍ରତିକ୍ରିୟା ରଖିନାହିଁ ।
Gold And Silver Price Increase: ମହାଯୁଦ୍ଧ ପ୍ରଭାବ, ଦିନକରେ ହୁ ହୁ ହୋଇ ବଢିଲା ସୁନା ଓ ରୁପା ଦର

Vijay-Rashmika Grand Wedding: ସରିଲା ବିବାହ, ୧୪ ରାଜ୍ୟକୁ ପଠାଗଲା ମିଠା ବୋଝେଇ ଟ୍ରକ୍; କେଉଁଠି ପହଞ୍ଚିବ ଜାଣନ୍ତୁ…

Khamenei's Death Sparks Reactions Across India: ଖାମେନେଇ ମୃତ୍ୟୁ; ଭାରତରେ ଜୋରଦାର ବିକ୍ଷୋଭ, ଆଲିପୁରରେ ତିନି ଦିନ ଶୋକ

Violence in Karachi: ଖାମେନେଇ ମୃତ୍ୟୁ; ପାକିସ୍ତାନୀଙ୍କ ଉପରେ ଆମେରିକାର ବଡ ହମଲା, ୮ ମୃତ, ଅନେକ ଆହତ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)