/odishatv-khabar/media/media_files/2025/10/03/biman-seba-2025-10-03-09-21-28.jpg)
BIMAN SEBA Photograph: (OTV)
୫ ବର୍ଷ ପରେ ଭାରତ-ଚୀନ୍ ମଧ୍ୟରେ ଆରମ୍ଭ ହେବ ସିଧାସଳଖ ବିମାନ ସେବା। ଆସନ୍ତା ୨୬ ତାରିଖରୁ ବିମାନ ଉଡ଼ାଣ ଆରମ୍ଭ ହେବ। ଦୁଇ ଦେଶ ମଧ୍ୟରେ ଆଲୋଚନା ପରେ ଏହି ନିଷ୍ପତ୍ତି ହୋଇଥିବା ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଇଣ୍ଡିଗୋ ଏୟାରଲାଇନ୍ସ କୋଲକାତାରୁ ଗୁଆଙ୍ଗଝୁ ରୁଟରେ ପ୍ରଥମ ଫ୍ଲାଇଟ୍ ଚଳାଇବ। ସେହିପରି ଖୁବଶୀଘ୍ର ନୂଆଦିଲ୍ଲୀ-ଗୁଆଙ୍ଗଝୁ ମଧ୍ୟରେ ବିମାନ ସେବା ଆରମ୍ଭ ହେବ। କୋଭିଡ୍ ମହାମାରୀ ଓ ଗଲୱାନ ଘାଟି ସଂଘର୍ଷ ପରେ ୨୦୨୦ ମସିହାରୁ ଭାରତ-ଚୀନ ମଧ୍ୟରେ ସିଧାସଳଖ ବିମାନ ସେବା ବନ୍ଦ ରହିଥିଲା। ୨୦୧୯ରେ ଦୁଇ ଦେଶ ମଧ୍ୟରେ ପ୍ରାୟ ୫୩୯ଟି ସିଧାସଳଖ ଫ୍ଲାଇଟ୍ ଚାଲୁଥିଲା। ଯାହା ବ୍ୟବସାୟ, ପର୍ଯ୍ୟଟନ ଓ ଶିକ୍ଷା ବିନିମୟକୁ ସହଜ କରୁଥିଲା। ଏବେ ପୁଣି ସିଧାସଳଖ ବିମାନ ସେବା ନିଷ୍ପତ୍ତି ଦୁଇ ଦେଶ ମଧ୍ୟରେ ବ୍ୟବସାୟ, ପର୍ଯ୍ୟଟନ ଓ ସୀମାନ୍ତରେ ଶାନ୍ତିକୁ ପ୍ରୋତ୍ସାହିତ କରିବ। ଏଥିସହ ଯୋଗାଯୋଗ ଆହୁରି ବଢ଼ିବ। ...
୨୬ରୁ ଚୀନକୁ ସିଧାସଳଖ ବିମାନ
୫ବର୍ଷ ପରେ ଭାରତ-ଚୀନ୍ ସିଧାସଳଖ ବିମାନ ସେବା
ଆସନ୍ତା ୨୬ ତାରିଖରୁ ବିମାନ ଉଡ଼ାଣ ଆରମ୍ଭ ହେବ
ଦୁଇ ଦେଶ ମଧ୍ୟରେ ଆଲୋଚନା ପରେ ନିଷ୍ପତ୍ତି
କୋଲକାତାରୁ ଗୁଆଙ୍ଗଝୁ ରୁଟରେ ପ୍ରଥମ ଫ୍ଲାଇଟ୍ ଚଳାଇବ ଇଣ୍ଡିଗୋ
ଖୁବଶୀଘ୍ର ନୂଆଦିଲ୍ଲୀ-ଗୁଆଙ୍ଗଝୁ ମଧ୍ୟରେ ବିମାନ ସେବା
୨୦୨୦ରୁ ଭାରତ-ଚୀନ ସିଧାସଳଖ ବିମାନ ସେବା ବନ୍ଦ ଥିଲା
ବ୍ୟବସାୟ, ପର୍ଯ୍ୟଟନ ଓ ସୀମାନ୍ତରେ ଶାନ୍ତିକୁ ପ୍ରୋତ୍ସାହିତ କରିବ
Parties Tighten Grip at Grassroots: ପଞ୍ଚାୟତ ନିର୍ବାଚନର ଢେର୍ ଆଗରୁ ଗାଁ ମୁହାଁ ରାଜନୈତିକ ଦଳ, ସଂଗଠନକୁ ମଜଭୁତ୍ କରିବାକୁ ଆରମ୍ଭ ହେଲା କସରତ

Dahi Pakhala Offering Marks Grand Finale of Durga Puja: ଶାରଦୀୟ ଦୁର୍ଗାପୂଜାର ଅନ୍ତିମପର୍ବ, ଦହିପଖାଳ ଭୋଗ ସାଙ୍ଗକୁ ଜମିଲା ସିନ୍ଦୂର ଖେଳ

ABDO Murders Wife: ସ୍ତ୍ରୀଙ୍କୁ ହତ୍ୟାକଲେ ଏବିଡିଓ, ଝିଅ ସାମନାରେ ହାଣିଦେଲେ

Today Panchang 3rd October 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ....

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)