Advertisment

Parties Tighten Grip at Grassroots: ପଞ୍ଚାୟତ ନିର୍ବାଚନର ଢେର୍ ଆଗରୁ ଗାଁ ମୁହାଁ ରାଜନୈତିକ ଦଳ, ସଂଗଠନକୁ ମଜଭୁତ୍ କରିବାକୁ ଆରମ୍ଭ ହେଲା କସରତ

ପଞ୍ଚାୟତ ନିର୍ବାଚନ ଢେର ଆଗରୁ ଗାଁ ମୁହାଁ ରାଜନୈତିକ ଦଳ। ବିଜେଡି ଓ କଂଗ୍ରେସର ପଦଯାତ୍ରାକୁ ବିଜେପିର ସେବାପକ୍ଷ କାର୍ଯ୍ୟକ୍ରମ। ଗାନ୍ଧିଜୟନ୍ତୀ ଅବସରରେ କଂଗ୍ରେସ ମାଲକାନଗିରିରୁ ପଦଯାତ୍ରା ଆରମ୍ଭ କରିଥିଲା ବେଳେ ଗୋପବନ୍ଧୁ ଜୟନ୍ତୀରୁ ଜନସଂପର୍କ ପଦଯାତ୍ରା ପାଇଁ ପାଗ ଭିଡୁଛି ବିଜେଡି।

author-image
Tapan Swain
PADAYATRA-POLITICS

PADAYATRA-POLITICS Photograph: (OTV)

ପଞ୍ଚାୟତ ନିର୍ବାଚନ ଢେର ଆଗରୁ ଗାଁ ମୁହାଁ ରାଜନୈତିକ ଦଳ। ବିଜେଡି ଓ କଂଗ୍ରେସର ପଦଯାତ୍ରାକୁ ବିଜେପିର ସେବାପକ୍ଷ କାର୍ଯ୍ୟକ୍ରମ। ଗାନ୍ଧିଜୟନ୍ତୀ ଅବସରରେ କଂଗ୍ରେସ ମାନକାନଗିରିରୁ ପଦଯାତ୍ରା ଆରମ୍ଭ କରିଥିଲା ବେଳେ ଗୋପବନ୍ଧୁ ଜୟନ୍ତୀରୁ ଜନସଂପର୍କ ପଦଯାତ୍ରା ପାଇଁ ପାଗ ଭିଡୁଛି ବିଜେଡି। ଆଉ ଏପଟେ ସେବାପକ୍ଷ କାର୍ଯ୍ୟକ୍ରମ ଓ ବଚ୍ଚତ୍ ଉତ୍ସବ ଜରିଆରେ ଶାସକ ବିଜେପି ବି ଗାଁ ଗାଁ ପହଞ୍ଚି ସଂଗଠନକୁ ଆହୁରି ମଜଭୁତ୍ କରିବା ପ୍ରୟାସରେ ଲାଗି ପଡ଼ିଛି। ଆଉ ଏସବୁକୁ ନେଇ ରାଜନୀତି ବି ତେଜିଛି।...

Advertisment

ପାର୍ବଣରେ ପାଗ ଭିଡ଼ିଲେ ରାଜନୈତିକ ଦଳ। ଆରମ୍ଭ ହେଲା ରାଜନେତାଙ୍କ ଗାଁକୁ ଚାଲ ଅଭିଯାନ। ବିଜେଡି ଓ କଂଗ୍ରେସର ପଦଯାତ୍ରା। ବିଜେପିର ସେବା ପକ୍ଷ କାର୍ଯ୍ୟକ୍ରମ। ଫୋକସରେ ଗାଆଁ, ଉଠିବ ପଡ଼ିବ ପଞ୍ଚାୟତ। 

ପ୍ରମୁଖ ବିରୋଧୀ ବିଜେଡି ପ୍ରତିବର୍ଷ ଗାନ୍ଧୀ ଜୟନ୍ତୀରୁ ପଦଯାତ୍ରା ଆରମ୍ଭ କରିଥାଏ। କିନ୍ତୁ ଏଥର ପାର୍ବଣ ପାଇଁ ଦଳ ଅକ୍ଟୋବର ୯ ଗୋପବନ୍ଧୁ ଜୟନ୍ତୀରୁ ଜନସମ୍ପର୍କ ପଦଯାତ୍ରା ଆରମ୍ଭ କରିବ। ଯାହାକି ମାସେ ଧରି ଚାଲିବ। ତେବେ ଆଜି ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ଆଗରେ ଜନସେବା ସଂକଳ୍ପ ନେଇଛନ୍ତି ଦଳର କର୍ମୀ ଓ ନେତା। ସେହିପରିି ସଭାପତି ଭକ୍ତ ଦାସଙ୍କ ନେତୃତ୍ବରେ କଂଗ୍ରେସ ମଧ୍ୟ ଓଡିଶାର ଶେଷ ସୀମା ମାଲକାନଗିରି ମୋଟୁର ମୁଗି ପଏଣ୍ଟରୁ ଆଜିଠୁ ପଦଯାତ୍ରା ଆରମ୍ଭ କରିଛି। ଏଥିରେ ପଡୋଶୀ ଆନ୍ଧ୍ର ଓ ଛତିଶଗଡ଼ର ବହୁ କଂଗ୍ରେସ ନେତା ଯୋଗ ଦେଇଥିଲେ। ବର୍ଷେ ଧରି ଚାଲିବ କଂଗ୍ରେସର ପଦଯାତ୍ରା। ତେବେ ଉଭୟ ଦଳର ମୁଦ୍ଦା ହେଲା ବିଜେପି ସରକାର ବିରୋଧରେ ଲୋକଙ୍କୁ ସଚେତନ କରିବା।...

Advertisment

ସେପଟେ ବିରୋଧୀ ବିଜେଡି ଓ କଂଗ୍ରେସଠୁ ପାଦେ ଆଗରେ ଅଛି ଶାସକ ବିଜେପି। ଦଳ ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମ ଦିନ ସେପ୍ଟେମ୍ବର 17ରୁ ସେବା ପକ୍ଷ ଆରମ୍ଭ କରି ଗାଁ ମୁହାଁ। ସେହିପରି ସେପ୍ଟେମ୍ବର 27ରୁ ଆରମ୍ଭ ହୋଇଥିବା ବଚ୍ଚତ୍ ଉତ୍ସବ ବି ମାସେ ଯାଏଁ ଚାଲିବ। ପଞ୍ଚାୟତରୁ ଆରମ୍ଭ କରି ଜିଲ୍ଲା ହେଡ୍କ୍ୱାର୍ଟର ସ୍ତରରେ ବି ନେକ୍ସଟ ଜେନ୍ GSTର ସୁଫଳକୁ ନେଇ ଲୋକଙ୍କ ପାଖରେ ପହଞ୍ଚୁଛି।

ସରକାରଙ୍କ ଆଭିମୁଖ୍ୟ ଓ ପଦକ୍ଷେପ ନେଇ ଲୋକଙ୍କୁ ବୁଝାଇ ପଞ୍ଚାୟତସ୍ତରରୁ ସଂଗଠନକୁ ମଜବୁତ୍ ଉଦ୍ୟମରେ ଲାଗିଛି ବିଜେପିି। ସେହିପରି ବିଜେଡି ଓ କଂଗ୍ରେସ ପଦଯାତ୍ରାର କୌଣସି ପ୍ରଭାବ ପଡିବ ନାହିଁ ବୋଲି ବି ଦଳ ଦମ୍ଭ ଦେଖାଇଛି। ବିରୋଧୀ କେବଳ ଔଷଧ ବିକଳରେ ତାଟିଆ କାମୁଡିଛନ୍ତି ବୋଲି କହିଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ।... 

ପଞ୍ଚାୟତ ନିର୍ବାଚନକୁ ଦେଢ଼ବର୍ଷରୁ କମ୍ ସମୟ ବାକି। ତା ପୂର୍ବରୁ ପଞ୍ଚାୟତରେ ସଂଗଠନକୁ ମଜଭୁତ୍ କରିବାକୁ ସବୁ ରାଜନୈତିକ ଦଳ ଗାଁ ମୁହାଁ। ଏଭଳି ସ୍ଥଳରେ ୨୪ ବର୍ଷ ପରେ ଲୋକେ ସତ୍ତା ପରିବର୍ତ୍ତନ କରିଥିବାରୁ ପଞ୍ଚାୟତ ପ୍ରତିନିଧିମାନେ ବି ସରକାରୀ ଦଳ ମୁହାଁ। ଯାହାକି ରାଜ୍ୟ ବିଜେପିକୁ ଆଗରେ ରଖୁଛି। 

BJD BJP Congress Politics
Advertisment
Related Articles
Advertisment