/odishatv-khabar/media/media_files/2026/02/26/pm-modi-in-israel-2026-02-26-11-33-33.jpg)
PM Modi in Israel Photograph: (OTV)
ପିଏମ୍ ମୋଦିଙ୍କ ଇସ୍ରାଏଲ ଗସ୍ତର ଦ୍ୱିତୀୟ ତଥା ଶେଷ ଦିନ। ଏହି ଗସ୍ତ ଭାରତ-ଇସ୍ରାଏଲ୍ ସମ୍ପର୍କ ଦୃଷ୍ଟିରୁ ବହୁତ ଗୁରୁତ୍ବପୂର୍ଣ୍ଣ। ବିଶେଷ କରି ପ୍ରତିରକ୍ଷା, ସୁରକ୍ଷା, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, କୃଷି ଏବଂ ଜଳ ପରିଚାଳନା ଭଳି କ୍ଷେତ୍ରରେ ସହଯୋଗ ବଢ଼ାଇବା ପାଇଁ ବଡ଼ ନିଷ୍ପତ୍ତି ନିଆଯାଇପାରେ।
ଦ୍ୱିପାକ୍ଷିକ ସମ୍ପର୍କ ସହ ଆଞ୍ଚଳିକ ଓ ବିଶ୍ୱସ୍ତରୀୟ ପ୍ରସଙ୍ଗରେ ମଧ୍ୟ ଦୁଇ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହେବ। ବିଶେଷ କରି ପ୍ରତିରକ୍ଷା ନେଇ ବଡ଼ ବୁଝାମଣା ହୋଇପାରେ। ଭାରତର ସ୍ୱଦେଶୀ ଏୟାର୍ ଡିଫେନ୍ସ ସିଷ୍ଟମରେ ଇସ୍ରାଏଲର 'ଆଇରନ୍ ଡୋମ୍' ପ୍ରଯୁକ୍ତିବିଦ୍ୟାକୁ ସାମିଲ କରିବା ନେଇ ହୋଇପାରେ ଆଲୋଚନା।
ସେହିପରି ହାଇ-ଟେକ୍ ଲେଜର ଡିଫେନ୍ସ ସିଷ୍ଟମ ଓ ଅତ୍ୟାଧୁନିକ ଡ୍ରୋନ୍ ପାଇଁ ଏମଓୟୁ ସମ୍ଭାବନା ବି ରହିଛି। 'ମେକ୍ ଇନ୍ ଇଣ୍ଡିଆ' ଅଧୀନରେ ଭାରତରେ ଇସ୍ରାଏଲ ଅସ୍ତ୍ରଶସ୍ତ୍ର ନିର୍ମାଣ ଉପରେ ଗୁରୁତ୍ୱ ଦିଆଯାଇପାରେ। ଭାରତୀୟ ବାୟୁସେନା (IAF) ପାଇଁ ୬ଟି ମିଡ୍-ଏୟାର୍ ରିଫ୍ୟୁଲିଂ ଏୟାରକ୍ରାଫ୍ଟ କିଣିବା ପାଇଁ ବୁଝାମଣା ହୋଇପାରେ।
ସେହିପରି ମୁକ୍ତ ବ୍ୟାପାର ଚୁକ୍ତି ଉପରେ ବାଜିପାରେ ମୋହର। ଦୁଇ ଦେଶ ମଧ୍ୟରେ ଅର୍ଥନୈତିକ ସମ୍ପର୍କକୁ ମଜବୁତ କରିବା ପାଇଁ ଫ୍ରି ଟ୍ରେଡ୍ ଏଗ୍ରିମେଣ୍ଟ ନେଇ ନିଷ୍ପତ୍ତି ହୋଇପାରେ। ଏହା ହେଲେ ଦୁଇ ଦେଶ ମଧ୍ୟରେ ଆମଦାନୀ-ରପ୍ତାନି ଶୁଳ୍କ କମିବ। ହୀରା, ପେଟ୍ରୋଲିୟମ୍ ଓ ରାସାୟନିକ ସାମଗ୍ରୀ ବ୍ୟତୀତ ଇଲେକ୍ଟ୍ରୋନିକ୍ସ ଓ ମେଡିକାଲ୍ ସରଞ୍ଜାମ ବ୍ୟାପାର ବୃଦ୍ଧି ହେବ।
କେନ୍ଦ୍ର ସରକାର ନୂଆ ଯୁଗର ପ୍ରଯୁକ୍ତିବିଦ୍ୟା ଉପରେ ଫୋକସ କରୁଛନ୍ତି। ତେଣୁ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ-AI କ୍ଷେତ୍ରରେ ମିଳିତ ଗବେଷଣା ଓ ଷ୍ଟାର୍ଟଅପ୍ ବିନିମୟ ପାଇଁ ଡିଲ୍ ବି ହୋଇପାରେ।
Mob Assault on West Bengal Officials: ୨ ବଙ୍ଗ ଅଧିକାରୀଙ୍କୁ ମାଡ଼: ଶତାଧିକ ଲୋକଙ୍କୁ ଉଠାଇ ନେଲା ପୋଲିସ

Nilagiri NAC Row: ଏନଏସି ଅଫିସରେ ହାଇଡ୍ରାମା, ଅଳିଆ ଗାଡି ଆଗରେ ଶୋଇପଡିଲେ କାଉନସିଲର

Hundreds of Vehicles Stranded: ରାତି ୧୧ରୁ ରାସ୍ତା ଜାମ୍; ଯିଏ ଯେଉଁଠି ସିଏ ସେଇଠି, ଇଞ୍ଚେ ବି ଗଡୁନି ଗାଡି

Ammonia Gas Leak Triggers Panic: ଭୁବନେଶ୍ବରରେ ବିଷାକ୍ତ ଗ୍ୟାସ୍ ଲିକ୍, ପ୍ରବଳ ଦୁର୍ଗନ୍ଧ ସହ ଆଖି ନାକ ପୋଡିଲା

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)