Advertisment

India–EU Free Trade Deal: ‘ମଦର୍ ଅଫ୍ ଅଲ୍ ଡିଲ୍’: ଭାରତକୁ ମିଳିବ କ’ଣ ଫାଇଦା? କହିଲେ ମୋଦି

ଏହି ଚୁକ୍ତି ବିଶ୍ୱର ଦୁଇ ବୃହତ ଅର୍ଥ ବ୍ୟବସ୍ଥା ମଧ୍ୟରେ ବହୁତ ବଡ ଡିଲ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ଏହା ମଦର୍ ଅଫ୍ ଅଲ୍ ଡିଲ୍ କହି ସ୍ବାଗତ କଲେ ପ୍ରଧାନମନ୍ତ୍ରୀ ମୋଦି। ଏହାଦ୍ୱାରା ଶକ୍ତି, ଉଦ୍ୟୋଗ କ୍ଷେତ୍ରକୁ ସିଧାସଳଖ ଲାଭ ମିଳିବ।

author-image
Madhupriya Mistry
Mother Of all Deal

Mother Of all Deal Photograph: (OTV)

ଭାରତ ୟୁରୋପୀୟ ସଂଘ ମଧ୍ୟରେ ଐତିହାସିକ ମୁକ୍ତ ବାଣିଜ୍ୟ ଚୁକ୍ତି ସ୍ବାକ୍ଷରିତ। କାଲି ଐତିହାସିକ ଚୁକ୍ତି ହୋଇଥିବା ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଇଣ୍ଡିଆ ଏନର୍ଜି ଓ୍ୱିକ-୨୦୨୬କୁ ସମ୍ବୋଧିତ କରିବା ଅବସରରେ ଏହି ଘୋଷଣା କରିଛନ୍ତି ପିଏମ ମୋଦି।

Advertisment

ଏହି ଚୁକ୍ତି ବିଶ୍ୱର ଦୁଇ ବୃହତ ଅର୍ଥ ବ୍ୟବସ୍ଥା ମଧ୍ୟରେ ବହୁତ ବଡ ଡିଲ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ଏହା ମଦର୍ ଅଫ୍ ଅଲ୍ ଡିଲ୍ କହି ସ୍ବାଗତ କଲେ ପ୍ରଧାନମନ୍ତ୍ରୀ ମୋଦି। ଏହାଦ୍ୱାରା ଶକ୍ତି, ଉଦ୍ୟୋଗ କ୍ଷେତ୍ରକୁ ସିଧାସଳଖ ଲାଭ ମିଳିବ। ସାଧାରଣ ଜନତା ମଧ୍ୟ ଏହାର ଲାଭ ଉଠାଇବେ।

ଦେଶର ଉତ୍ପାଦନ କ୍ଷମତା ଆହୁରି ମଜଭୁତ ହେବ। ନିଯୁକ୍ତି କ୍ଷେତ୍ରକୁ ନୂଆ ସହଯୋଗ ଯୋଗାଇବ। ବର୍ତ୍ତମାନ ଶକ୍ତି କ୍ଷେତ୍ରରେ ଭାରତ ବିଶ୍ୱରେ ବଡ଼ ଅର୍ଥନୀତି ଭାବେ ଉଭା ହୋଇଛି। ଅକ୍ଷୟ ଶକ୍ତି, ତୈଳ, ଗ୍ୟାସ ଭଳି କ୍ଷେତ୍ର ଦ୍ରୁତ ଗତିରେ ଆଗକୁ ବଢ଼ିବାରେ ଲାଗିଛି। ବିଶ୍ୱର ଅନେକ ଦେଶ ସହ ଭାରତ ମିଳିମିଶି କାମ କରୁଛି।

Advertisment

ଏବେକାର ଭାରତରେ ସମସ୍ତ କ୍ଷେତ୍ରରେ ସୁଧାର ଆସିଛି। ଏହି କାରଣରୁ ଦେଶରେ ନିବେଶ ସୁଯୋଗ ସ୍ଥିତି ଉନ୍ନତତ୍ତର ହୋଇଛି। ରୋଜଗାରର ନୂଆ ସୁଯୋଗ ସୃଷ୍ଟି ହୋଇଛି ବୋଲି କହିଛନ୍ତି ମୋଦି। ଭାରତ- ବ୍ରିଟେନ ମଧ୍ୟରେ ପୂର୍ବରୁ ହୋଇଥିବା ବାଣିଜ୍ୟ ଚୁକ୍ତି ଆହୁରି ମଜଭୁତ ହେବ।

ଗତ ବର୍ଷ ଭାରତ-ବ୍ରିଟେନ ମଧ୍ୟରେ ହୋଇଥିବା ଚୁକ୍ତିକୁ ଏହି ଡିଲ୍ ସମର୍ଥନ କରିବ। ଏହାଦ୍ୱାରା ଭାରତ ଓ ୟୁରୋପ ମଧ୍ୟରେ କାରବାର ସୁଦୃଢ଼ ହେବ। ଭାରତ ୟୁରୋପୀୟ ସଂଘ ମଧ୍ଯରେ ଦ୍ୱପାକ୍ଷିକ କାରବାର ଆହୁରି ବୃଦ୍ଧି ଘଟିବ। ଆର୍ଥିକ କାରବାର କ୍ଷେତ୍ର ନୂଆ ସଫଳତା ହାସଲ କରିବ।

ଏହାଦ୍ୱାରା ବୈଷୟିକ ସହଯୋଗ ନେଇ ମଧ୍ୟ ନୂଆ ସୁଯୋଗ ସୃଷ୍ଟି ହେବ। ଭାରତ ଓ ୟୁରୋପ ଲୋକଙ୍କ ପାଇଁ ଏହା ବଡ଼ ସୁଯୋଗ ଆଣିବ। ଏହି ଚୁକ୍ତି ବିଶ୍ବ ଜିଡିପିର ୨୫ ପ୍ରତିଶତ ଓ ବିଶ୍ବ ବାଣିଜ୍ୟର ଏକ ତୃତୀୟାଂଶ। ଭାରତରେ ନିବେଶ କରିବା ପାଇଁ ବ୍ୟବସାୟୀଙ୍କ ମଧ୍ୟରେ ଆତ୍ମବିଶ୍ବାସ ବଢ଼ିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

India European Union (EU) Trade Deal pm modi India EU Deal
Advertisment