Advertisment

Abduction Attempt: ଜଙ୍ଗଲକୁ ଟେକି ନେଇ ଦୁଷ୍କର୍ମ! ବଞ୍ଚାଇବାକୁ ୩ କିମି ଦୌଡିଲା ବୟଫ୍ରେଣ୍ଡ

ରବିବାର ସକାଳ। ଗୁରୁଗ୍ରାମର ରିୟଲ ଇଷ୍ଟେଟ୍ କମ୍ପାନୀରେ କାମ କରୁଥିବା ଜଣେ ୨୩ ବର୍ଷୀୟ ଯୁବତୀ ଏକ ଇଭେଣ୍ଟରୁ ଫେରି ବୟଫ୍ରେଣ୍ଡ ସହ ଆରାବଲ୍ଲୀ ଅଞ୍ଚଳର ଲିଓପାର୍ଡ ଟ୍ରେଲ୍ ବୁଲିବାକୁ ଯାଇଥିଲେ।

author-image
Madhupriya Mistry
Rape Attempt

Rape Attempt Photograph: (OTV)

ପୁରୁଷ ବନ୍ଧୁଙ୍କ ସହ ବୁଲୁଥିଲେ। ବୁଲି ବୁଲି ଲେଓପାର୍ଡ ଟ୍ରେଲ ଦେଖୁଥିଲେ। ଠିକ୍ ଏତିକି ବେଳେ ରାତି ଅନ୍ଧାରର ସୁଯୋଗ ନେଇ ଯୁବତୀଙ୍କୁ ଭିଡି ନେଇଗଲେ ଦୁର୍ବୃତ୍ତ। କିଛି ବୁଝିବା ପୂର୍ବରୁ ସ୍କର୍ପିଓରେ ପୂରାଇ ଜଙ୍ଗଲକୁ ନେଇଗଲେ। ଆଉ ଏପଟେ ଗାର୍ଲଫ୍ରେଣ୍ଡକୁ ବଞ୍ଚାଇବା ପାଇଁ ସ୍କର୍ପିଓ ପଛରେ ୩ କିଲୋମିଟର ଦୌଡିଲା ବୟଫ୍ରେଣ୍ଡ। ଏଭଳି କିଛି ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି ଗୁରୁଗ୍ରାମରୁ। 

Advertisment

ରବିବାର ସକାଳ। ଗୁରୁଗ୍ରାମର ରିୟଲ ଇଷ୍ଟେଟ୍ କମ୍ପାନୀରେ କାମ କରୁଥିବା ଜଣେ ୨୩ ବର୍ଷୀୟ ଯୁବତୀ ଏକ ଇଭେଣ୍ଟରୁ ଫେରି ବୟଫ୍ରେଣ୍ଡ ସହ ଆରାବଲ୍ଲୀ ଅଞ୍ଚଳର ଲିଓପାର୍ଡ ଟ୍ରେଲ୍ ବୁଲିବାକୁ ଯାଇଥିଲେ। ସେଠାରେ ଦୀର୍ଘ ସୟମ ଧରି ରହିବା ପରେ ଉଭୟ ଭୋର ୩ଟାରେ ଆରାବଲ୍ଲୀ ପାହାଡିଆ ଅଞ୍ଚଳ ଦେଇ ଘରକୁ ଫେରୁଥିଲେ। ଠିକ୍ ଏତିକି ବେଳେ ଜଣେ ଦୁର୍ବୃତ୍ତ ତାଙ୍କ ମୋବାଇଲ ଫୋନ୍ ଛଡାଇ ନେଇଥିଲେ। ଫୋନ୍ ଆଣିବା ପାଇଁ ଯୁବତୀ ତାଙ୍କ ପଛରେ ଦୌଡିଥିଲେ। ଅନ୍ଧାରର ସୁଯୋଗ ନେଇ ଦୁର୍ବୃତ୍ତ ତାଙ୍କୁ ସ୍କୋର୍ପିଓ କାରରେ ଜୋର୍ ଜବରଦସ୍ତ ଟେକି ନେଇଥିଲେ ଜଙ୍ଗଲକୁ। ସେପଟେ ଯୁବତୀଙ୍କୁ ବଞ୍ଚାଇବା ପାଇଁ ପ୍ରାୟ ୩ କିଲୋମିଟର ଯାଏ କାର୍ ପଛରେ ଦୌଡିଥିଲେ ବୟଫ୍ରେଣ୍ଡ। କିଛି ଉପାୟ ନପାଇ ପୋଲିସକୁ ବି ସୂଚନା ଦେଇଥିଲେ। 

ଅଭିଯୋଗ ପାଇ ତୁରନ୍ତ ଗୁରୁଗ୍ରାମ ପୋଲିସର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ଜଙ୍ଗଲ ଭିତରେ ଆରମ୍ଭ କରିଥିଲା ଛାନଭିନ। ପ୍ରାୟ ୩ ଘଣ୍ଟାର ସର୍ଚ୍ଚ ଅପରେସନ୍ ପରେ ସାକଳ ସାଢ଼େ ୫ଟାରେ ସକାତପୁର ଗାଁ ନିକଟ ରାସ୍ତା କଡରେ ଥିବା ଏକ କାଦୁଅ ଭିତରୁ ମିଳିଥିଲା ଅଭିଯୁକ୍ତର ସ୍କର୍ପିଓ କାର୍ । ଆଉ କାର୍ ପଛ ସିଟରେ ଅଚେତ ଅବସ୍ଥାରେ ପଡିଥିଲେ ଯୁବତୀ। ସେପଟେ ଅଭିଯୁକ୍ତକୁ ଆଗ ସିଟରେ ଅର୍ଦ୍ଧନଗ୍ନ ଅବସ୍ଥାରେ ଧରିଥିଲା ପୋଲିସ। ଉକ୍ତ ଯୁବତୀଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ ମଧ୍ୟ ସେ ଡାକ୍ତରୀ ପରୀକ୍ଷା କରିବାକୁ ମନା କରିଦେଇଛନ୍ତି। 

Advertisment

ପୋଲିସ ସୂଚନା ମୁତାବକ, ଗିରଫ ଅଭିଯୁକ୍ତ ଜଣକ ହେଲା ଗୌରବ ରାଠି, ବୟସ ୨୫ ବର୍ଷ। ସେ ପାଣ୍ଡାଲା ଗାଁର ବାସିନ୍ଦା। ପେସାରେ ଜଣେ ଡ୍ରାଇଭର। ବାଦଶାହପୁର ପୋଲିସ ଷ୍ଟେସନର ଏସଏଚଓ ଇନ୍ସପେକ୍ଟର ବିଜୟ ପାଲ କହିଛନ୍ତି ଯେ ଅଭିଯୁକ୍ତକୁ ଗିରଫ କରି ତା ବିରୋଧରେ ଅପହରଣ ଏବଂ ଦୁଷ୍କର୍ମ ଉଦ୍ୟମ ମାମଲା ରୁଜୁ କରାଯାଇଛି। ସେ ବର୍ତ୍ତମାନ ପୋଲିସ ହେପାଜତରେ ଅଛି। ପୋଲିସ ସମସ୍ତ ଦିଗରୁ ତଦନ୍ତ ଜାରି ରଖିଛି। 

Man Thrashed For Rape Attempt Rape Attempt Gurugram Kidnapped
Advertisment
Related Articles
Advertisment