Advertisment

Odisha Politics Gets New Player: ଓଡ଼ିଶା କୈନ୍ଦ୍ରିକ ପାର୍ଟି ହେବ ମୋକିମଙ୍କ ନୂଆ ଦଳ, ନାଁ ବି ଘୋଷଣା କଲେ

ନୂଆ ଦଳ ଗଠନକୁ ନେଇ ପୂର୍ବତନ ବିଧାୟକ ମହମ୍ମଦ ମୋକିମ ବଡ଼ ସୂଚନା ଦେଇଛନ୍ତି । ଓଡ଼ିଶା ଜନତା କଂଗ୍ରେସ କିମ୍ବା ଓଡ଼ିଶା ଲୋକ କଂଗ୍ରେସ ନାଁ ହୋଇପାରେ । ନିର୍ଣ୍ଣାୟକ ପର୍ଯ୍ୟାୟରେ ପହଞ୍ଚିନୁ, ଉଦ୍ୟମ ଚାଲିଛି ବୋଲି କହିଛନ୍ତି ମୋକିମ୍ ।

author-image
Tapan Swain
fhsd

ନୂଆ ଦଳ ଗଠନକୁ ନେଇ ପୂର୍ବତନ ବିଧାୟକ ମହମ୍ମଦ ମୋକିମ ବଡ଼ ସୂଚନା ଦେଇଛନ୍ତି । ଓଡ଼ିଶା ଜନତା କଂଗ୍ରେସ କିମ୍ବା ଓଡ଼ିଶା ଲୋକ କଂଗ୍ରେସ ନାଁ ହୋଇପାରେ । ନିର୍ଣ୍ଣାୟକ ପର୍ଯ୍ୟାୟରେ ପହଞ୍ଚିନୁ, ଉଦ୍ୟମ ଚାଲିଛି ବୋଲି କହିଛନ୍ତି ମୋକିମ୍ । ଏହି ଦଳ ଓଡ଼ିଶା କୈନ୍ଦ୍ରିକ ପାର୍ଟି ହେବ ଓ ଓଡ଼ିଆ ଲୋକଙ୍କ ପାଇଁ କାମ କରିବ ବୋଲି ସେ କହିଛନ୍ତି । 

Advertisment

ପ୍ରସ୍ତୁତି ଚାଲିଛି, ବିଭନ୍ନ ନେତା ଓ ଲୋକଙ୍କୁ ଭେଟୁଥିବାର ସେ କହିଛନ୍ତି । ଏଇମାସ ୩୦ରେ ମହିଳା ସମାବେଶ, ଫେବ୍ରୁଆରୀ ୫ରେ କୃଷକ ସମାବେଶ ହେବ । 

ବହୁ ନେତା ଯୋଗାଯୋଗରେ

ବିଭିନ୍ନ ସମସ୍ୟା ସଂପର୍କରେ ସମାବେଶରେ ଆଲୋଚନା ହେବ । ଦଳ ଗଠନ ପରେ ପୌର ଓ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି କାମ କରିବେ ବୋଲି କହିଛନ୍ତି ମୋକିମ୍ । ବିଭିନ୍ନ ଦଳରୁ ବହୁ ନେତା ତାଙ୍କ ସହ ଯୋଗାଯୋଗରେ ଅଛନ୍ତି । ଦଳ ଓଡ଼ିଶା ସ୍ୱାର୍ଥକୁ ନେଇ କାମ କରିବ ବୋଲି ସ୍ପଷ୍ଟ କରିଛନ୍ତି ମୋକିମ୍ ।

Advertisment

ବିଭିନ୍ନ କାର୍ଯ୍ୟକ୍ରମରେ ସୋଫିଆ ପିର୍ଦ୍ଦୋସଙ୍କ ଉପସ୍ଥିତିକୁ ନେଇ ମଧ୍ୟ ସେ ପ୍ରତିକ୍ରିୟା ରଖିଛନ୍ତି । ସୋଫିଆ ମୋକିମ୍ ଫାଉଣ୍ଡେସନର ଟ୍ରଷ୍ଟି ଥିବାରୁ କାର୍ଯ୍ୟକ୍ରମରେ ଉପସ୍ଥିତ ରହୁଛନ୍ତି ବୋଲି ସେ କହିଛନ୍ତି । ସେ କଂଗ୍ରେସ ଦଳ ସଂପର୍କରେ କିଛି କହିବାକୁ ମନା କରିଦେଇଛନ୍ତି ।  କଟକର ଦଳରେ ସ୍ଥିତି ନେଇ ସେ କହିଛନ୍ତି, ମୁଁ ଏବେ ରାଜ୍ୟସ୍ତରରେ ଅଧିକ ଧ୍ୟାନ ଦେଉଛନ୍ତି । 

Md Moquim
Advertisment
Related Articles
Advertisment